Covid Vaccine: ଘରୋଇ ହସ୍ପିଟାଲରେ ଗଚ୍ଛିତ ଟିକା ସରକାରୀ ହସ୍ପିଟାଲରେ ବ୍ଯବହାର ହେବ: ମନସୁଖ ମାଣ୍ଡଭ୍ଯ

କେନ୍ଦ୍ର ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଘରୋଇ ଡାକ୍ତରଖାନାଗୁଡ଼ିକ ଏ ପର୍ଯ୍ୟନ୍ତ ସର୍ବାଧିକ ୭ ପ୍ରତିଶତ ଟିକା ବ୍ୟବହାର କରିଛନ୍ତି। ଆଗାମୀ ଦିନରେ ଘରୋଇ ହସ୍ପିଟାଲରେ ଗଚ୍ଛିତ ଥିବା ଟିକା ସରକାରୀ ହସ୍ପିଟାଲରେ ଲୋକମାନଙ୍କୁ ଦିଆଯିବ ।

ଘରୋଇ ହସ୍ପିଟାଲରେ ଗଚ୍ଛିତ ଟିକା ସରକାରୀ ହସ୍ପିଟାଲରେ ଦିଆଯିବ (ପ୍ରତୀକାତ୍ମକ ଛବି)

ଘରୋଇ ହସ୍ପିଟାଲରେ ଗଚ୍ଛିତ ଟିକା ସରକାରୀ ହସ୍ପିଟାଲରେ ଦିଆଯିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଘରୋଇ ହସ୍ପିଟାଲରେ ଗଚ୍ଛିତ ଥିବା କରୋନା ଟିକା ସରକାରୀ ହସ୍ପିଟାଲରେ ବ୍ୟବହାର ହେବ। ଏନେଇ ନ୍ୟୁଜ 18 ସହ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ସେ କହିଛନ୍ତି ଯେ ବର୍ତ୍ତମାନ ସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟ ଘରୋଇ ଟିକା ବ୍ୟବହାର କରିପାରିବେ। ଏ ବାବଦରେ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଘରୋଇ ଡାକ୍ତରଖାନାଗୁଡ଼ିକ ଏ ପର୍ଯ୍ୟନ୍ତ ସର୍ବାଧିକ ୭ ପ୍ରତିଶତ ଟିକା ବ୍ୟବହାର କରିଛନ୍ତି।

ଜୁନ୍ ମାସରେ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଟିକା କ୍ରୟ ଓ ବଣ୍ଟନ କେନ୍ଦ୍ର ସରକାର କରିବେ, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ମୋଟ ଟିକା ଉତ୍ପାଦନର ୭୫ ପ୍ରତିଶତ ସରକାରୀ ଡାକ୍ତରଖାନାକୁ ଯିବ, ୨୫ ପ୍ରତିଶତ ଟିକା ଘରୋଇ ଡାକ୍ତରଖାନା ପାଇଁ ଉପଲବ୍ଧ ହେବ। ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଅବ୍ୟବହୃତ ଟିକା ଥିବା ନେଇ ଅନେକ ରାଜ୍ୟ ଅଭିଯୋଗ କରିଛନ୍ତି।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ଘରୋଇ ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ଅନୁମୋଦିତ ଟିକା ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

ଏହା ସହ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ଟିକା ବଣ୍ଟନରେ ସରକାରୀ ଡାକ୍ତରଖାନାର ପରିମାଣ ୭୫ ରୁ ୯୫ ପ୍ରତିଶତକୁ ବୃଦ୍ଧି କରନ୍ତୁ।  ଏହା ଛଡ଼ା ବିଜେଡି ସାଂସଦ ତଥା ଦଳର ସଂସଦୀୟ ଦଳର ନେତା ପିନାକି ମିଶ୍ର ମଧ୍ୟ ଏକ ସପ୍ତାହ ପୂର୍ବରୁ ସଂସଦରେ ନେତାଙ୍କ ସହ କୋଭିଡ଼ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବି କରିଛନ୍ତି।  ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟିକା ଅଭାବ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ତାଙ୍କ ଟ୍ଵିଟରର ଏକ ସିରିଜରେ ମାଣ୍ଡଭ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ପୁଣି ଥରେ ଟିକା ପ୍ରସଙ୍ଗରେ ହୀନ ରାଜନୀତି କରୁଛନ୍ତି।

ଦେଶରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚାଲିଛି।  ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ସୂଚନା ଅନୁଯାୟୀ, ୪୬.୭୭ କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୩୬.୫୧ କୋଟି ଲୋକ ପ୍ରଥମ ଟିକା ପାଇଥିବାବେଳେ ୧୦.୨୬ କୋଟି ଉଭୟ ଡୋଜ ନେଇଛନ୍ତି।
Published by:Soumya Das
First published: