ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Coronavirus: ଦିନକରେ ୪୨,୯୮୨ ନୂଆ ମାମଲା ଚିହ୍ନଟ; ୫୩୩ ଜଣଙ୍କ ମୃତ୍ୟୁ ଘଟିଛି

Coronavirus: ଦିନକରେ ୪୨,୯୮୨ ନୂଆ ମାମଲା ଚିହ୍ନଟ; ୫୩୩ ଜଣଙ୍କ ମୃତ୍ୟୁ ଘଟିଛି

ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୪,୧୧,୦୭୬ ସକ୍ରିୟ ମାମଲା ରହିଛି । ୩,୦୯,୭୪ ଥିବାବେଳେ ୭୪୮ ଜଣଙ୍କୁ ଡିସଚାର୍ଜ କରାଯାଇଛି ଓ ୪,୨୬,୨୯୦ ଜଣଙ୍କର ମୃତ୍ୟୁ ହୋଇଛି।

Coronavirus: ଦିନକରେ ୪୨,୯୮୨ ନୂଆ ମାମଲା ଚିହ୍ନଟ; ୫୩୩ ଜଣଙ୍କ ମୃତ୍ୟୁ ଘଟିଛି
ଭାରତରେ ଦିନକରେ ୪୨,୯୮୨ ନୂଆ ମାମଲା ଚିହ୍ନଟ
  • News18 Odia
  • Last Updated: August 5, 2021, 10:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସର ତୃତୀୟ ଲହରର ଭୟ ମଧ୍ୟରେ ଗତ ଦୁଇ ଦିନ ମଧ୍ୟରେ ୪୦ ହଜାରରୁ ଅଧିକ ମାମଲା ପୁନର୍ବାର ଦେଖିବାକୁ ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଦିନ ଦେଶରେ ୪୨,୯୮୨ଟି ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ୫୩୩ ଜଣଙ୍କର ମୃତ୍ୟୁ ହୋଇଛି।

ଏହା ସହିତ ୪୧,୭୨୬ ଜଣଙ୍କୁ ଡିସଚାର୍ଜ କରାଯାଇଛି । ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୪,୧୧,୦୭୬ ସକ୍ରିୟ ମାମଲା ରହିଛି । ୩,୦୯,୭୪ ଥିବାବେଳେ ୭୪୮ ଜଣଙ୍କୁ ଡିସଚାର୍ଜ କରାଯାଇଛି ଓ ୪,୨୬,୨୯୦ ଜଣଙ୍କର ମୃତ୍ୟୁ ହୋଇଛି।

ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୩ ସକ୍ରିୟ ମାମଲା ବୃଦ୍ଧି ପାଇଛି। ନୂତନ ମାମଲା ମିଳିବା ପରେ ଦେଶରେ କରୋନା ରୋଗର ମୋଟ ନିଶ୍ଚିତ ସଂଖ୍ୟା ୩,୧୮,୧୨,୧୧୪କୁ ବୃଦ୍ଧି ପାଇଛି। ଟିକାକରଣ ପ୍ରସଙ୍ଗରେ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୮,୯୩,୪୨,୨୯୫ କୋଟିରୁ ଅଧିକ ଡୋଜ୍ ଆଣ୍ଟି-କୋଭିଡ-୧୯ ଟିକା ଦିଆଯାଇଛି।

ବୁଧବାର ଦିନ ୩୭,୫୫,୧୧୫ ଡୋଜ ଟିକା ଦିଆଯାଇଛି। ବୁଧବାର ଦିନ ୧୮-୪୪ ବର୍ଷ ବୟସର ୧୮,୩୬,୪୩୯ ଲୋକଙ୍କୁ ପ୍ରଥମ ଡୋଜ ଓ ୩,୮୯,୫୮୯ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ଏହି ବୟସ ବର୍ଗର ସମୁଦାୟ ୧୬,୬୧,୯୮,୨୩୬ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି ଓ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ୧,୦୨,୫୧,୭୭୨ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।

କେରଳରେ କୋଭିଡ୧୯ ର ୨୨,୪୧୪ ନୂଆ ମାମଲା ଚିହ୍ନଟ, ୧୦୮ ମୃତ୍ୟୁ ଘଟିଛି

ବୁଧବାର ଦିନ କେରଳରେ ୨୨,୪୧୪ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି, ଏହା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୪,୭୧,୫୬୩କୁ ବୃଦ୍ଧି ପାଇଛି।

ଏଥି ସହିତ, ୧୦୮ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୭,୨୧୧କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଜାରି କରିଥିବା ପ୍ରକାଶନରେ କୁହାଯାଇଛି ଯେ ମଙ୍ଗଳବାର ଦିନ ୧୯,୪୭୮ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩୨,୭୭,୭୮୮ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏହି ସମୟରେ ୧,୭୬,୦୪୮ ରୋଗୀ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ କରୋନାର ୬,୧୨୬ ନୂଆ ମାମଲା ରିପୋର୍ଟ ହୋଇଥିଲା, ୧୯୫ ରୋଗୀଙ୍କର ମୃତ୍ୟୁ ହୋଇଛି

ବୁଧବାର ଦିନ ମହାରାଷ୍ଟ୍ରରେ ୬,୧୨୬ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯୫ ଜଣଙ୍କର ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି। ଦିନକରେ ୭,୪୩୬ ରୋଗୀ ମଧ୍ୟ ସଂକ୍ରମଣ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୩,୨୭,୧୯୪ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି, ସେଥିମଧ୍ୟରୁ ୧,୩୩,୪୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧,୧୭,୫୬୦ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି।
Published by: Lipina Das
First published: August 5, 2021, 10:20 AM IST