ରାଜ୍ୟରେ କରୋନା ପ୍ରଭାବ: ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଲାଗିଲା; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେଲା

ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଳାପାଳମାନେ । ଗଜପତିରେ ଘରୋଇ ଟ୍ୟୁସନ ବନ୍ଦ କରାଯାଇଛି । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବାରୁଣୀ ସ୍ନାନ ଓ ମା’ ତାରିତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ କଟକଣା ଲାଗିଛି ।

ରାଜ୍ୟରେ କରୋନା ପ୍ରଭାବ: ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଲାଗିଲା; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେଲା
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କୋରୋନା ୱାର୍ଡ଼ର ଦୃଶ୍ୟ
  • News18 Odia
  • Last Updated: March 16, 2020, 3:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ତତ୍ପରତା ଦେଖାଇ ଗଞ୍ଜାମ, ଯାଜପୁର ଓ ଗଜପତି ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୌଣସି କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ି ନ ଯିବାକୁ ନିର୍ଦେଶ ଜାରି କରାଯାଇଛି । କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ଓ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଛନ୍ତି ।

ଆସନ୍ତା ୨୧ ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ କଟକଣା ଲଗାଇଛି ପ୍ରଶାସନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରିତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି । ମାନସିକଧାରୀଙ୍କ ମୁଣ୍ଡନ, ସ୍ବତନ୍ତ୍ର ବସ୍‌ ଚଳାଚଳ ଆଦି ବନ୍ଦ କରିବାକୁ ସ୍ଥିର କରାଯାଇଛି । ଏହା ଛଡ଼ା ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଳାପାଳ । ଗଜପତିରେ ଘରୋଇ ଟ୍ୟୁସନ ମଧ୍ୟ ବନ୍ଦ କରାଯାଇଛି ।

କରୋନା ପାଇଁ କୋର୍ଟରେ ମଧ୍ୟ କଟକଣା ଲଗାଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ କୋର୍ଟରେ ଶୁଣାଣି ଉପରେ ଲଗାଯାଇଛି କଟକଣା । ଜରୁରୀ ମାମଲା ବ୍ୟତୀତ ସାଧାରଣ ମାମଲାର ଶୁଣାଣି ମାର୍ଚ୍ଚ ୩୧ ଯାଏ ବନ୍ଦ ରଖାଯାଇଛି ।

କରୋନା ପାଇଁ କୋର୍ଟଗୁଡ଼ିକରେ ଭିଡ଼ କମାଇବାକୁ ଉଦ୍ୟମ ଚାଲିଛି । ତଳ କୋର୍ଟକୁ ବନ୍ଦ ରଖିବାକୁ ହାଇକୋର୍ଟଙ୍କୁ କଟକ ବାର୍ କାଉନ୍‌ସିଲ ଅନୁରୋଧ କରିଛି । ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇସାରିଥିବା ବେଳେ ମଲ୍‌ ଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସବି ଜିଲ୍ଲାର ଜିଲ୍ଲାପାଳମାନେ ।

କେତେକ ଗଣମାଧ୍ୟମ କରୋନାକୁ ନେଇ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଥିବା ଦେଖାଯାଉଥିବାରୁ ତା’ ଉପରେ ସରକାର ନଜର ରଖିଛନ୍ତି । ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

‘‘କରୋନା ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧ ଓ ତାଙ୍କ ପରିବାରର ଠିକଣା ସମ୍ପର୍କିତ ସୂଚନା ଗୋପନ ରଖାଯିବା ଉଚ଼ିତ । ସରକାର ରୋଗ ଓ ରୋଗୀର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ । ଖବର ରିପୋର୍ଟିଂ ବେଳେ ସ୍ବାସ୍ଥ୍ୟ ସେବା ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ମଧ୍ୟ ସଜାଗ ରହିବା ଆବଶ୍ୟକ ।,’’ କହିଛନ୍ତି କରୋନା ପ୍ରତିଷେଧକ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ପାଇଁ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ନେଉଥିବା ବେଳେ ଲୋକେ ବି ସତର୍କ ହେଉଛନ୍ତି । ମାସ୍କ ଲଗାଇ ବାହାରକୁ ବାହାରୁଛନ୍ତି । କିନ୍ତୁ ଏବେ ମିଳୁନି ଆବଶ୍ୟକ ସଂଖ୍ୟକ ମାସ୍କ । ଭୁବନେଶ୍ବରର ବିଭିନ୍ନ ଔଷଧ ଦୋକାନ ଯାଇ ଖାଲି ହାତରେ ଫେରୁଛନ୍ତି ଲୋକେ । ସେହିପରି ସାନିଟାଇଜର ମଧ୍ୟ ଔଷଧ ଦୋକାନରେ ମିଳୁନଥିବା ଦେଖିବାକୁ ମିଳିଛି ।
First published: March 16, 2020, 3:00 PM IST
corona virus btn
corona virus btn
Loading