କରୋନା ଭାଇରସ ବିଶ୍ବରେ ଏ ଯାଏଁ ନେଲାଣି ୭,୯୭୯ ଲୋକଙ୍କ ଜୀବନ; ଭାରତରେ ୧୪୭ ଆକ୍ରାନ୍ତ

ଚୀନରେ ସର୍ବାଧିକ ୩,୨୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ୨,୫୦୩ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । କେବଳ ଗତ ୨୪ ଘଣ୍ଟାରେ ଇଟାଲୀରେ ୩୪୫ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ୬୯,୪୩୬ ଜଣଙ୍କୁ ନୀରିକ୍ଷଣରେ ରଖାଯାଇଛି ।

କରୋନା ଭାଇରସ ବିଶ୍ବରେ ଏ ଯାଏଁ ନେଲାଣି ୭,୯୭୯ ଲୋକଙ୍କ ଜୀବନ; ଭାରତରେ ୧୪୭ ଆକ୍ରାନ୍ତ
କେରଳର ଏକ କରୋନା ଯାଞ୍ଚ କେନ୍ଦ୍ରର ଦୃଶ୍ୟ
  • News18 Odia
  • Last Updated: March 18, 2020, 1:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସାରା ବିଶ୍ବରେ କରୋନା ଭାଇରସର ପ୍ରକୋପ କମ୍‌ ହେବାର ନାଆଁ ନେଉ ନାହିଁ । ତାଜା ସୂଚନା ଅନୁସାରେ ଏ ଯାଏଁ ୧୬୪ଟି ଦେଶରେ ମୋ’ଟ ୭,୯୭୯ ଲୋକଙ୍କ ଜୀବନ ଗଲାଣି ଓ ୧,୯୮,୩୪୮ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ସର୍ବାଧିକ ୩,୨୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ୨,୫୦୩ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । କେବଳ ଗତ ୨୪ ଘଣ୍ଟାରେ ଇଟାଲୀରେ ୩୪୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏ ପର୍ଯ୍ୟନ୍ତ ଇରାନରେ ୯୮୮, ସ୍ପେନରେ ୫୩୩ ଓ ଫ୍ରାନ୍ସରେ ୧୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୦୯ ଛୁଇଁଛି । ହେଲେ ଗୋଟିଏ ମହତ୍ୱପୂର୍ଣ୍ଣ କଥା ଏହା ଯେ ଇତି ମଧ୍ୟରେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୭୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ଛୁଇଁଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୪୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେରଳରେ ୨୭ ଜଣ ଓ ଉତ୍ତର ପ୍ରଦେଶରରେ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି କର୍ଣ୍ଣାଟକ, ଯେଉଁଠି ୧୧ କୋରୋନା ରୋଗୀ ଅଛନ୍ତି ।

ପ୍ରଥମ କରି ପଶ୍ଚିମ ବଙ୍ଗରେ ଜଣେ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଏ ଯାଏଁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ଭିତରେ ୨୪ ଜଣ ବିଦେଶୀ ନାଗରିକ ଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୬୯,୪୩୬ ଜଣଙ୍କୁ ନୀରିକ୍ଷଣରେ ରଖାଯାଇଛି ।

ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ବି. ମୁରଲୀଧରନ ଅସୁସ୍ଥ ଥିବାରୁ ସେ ନିଜ ଆଡୁ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଛନ୍ତି । ନିକଟରେ ସେ କେରଳର ଏକ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ । ସେଠାରେ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ସେହି ପରି କର୍ଣ୍ଣାଟକରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଚିକିତ୍ସା କରିଥିବା ଡାକ୍ତର ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଭାରତରେ ଏ ଯାଏଁ କରୋନା ଭାଇରସ୍‌ର କମ୍ୟୁନିଟି ଟ୍ରାନ୍‌ସମିଶନ ବା ଗୋଷ୍ଠୀ ସଂକ୍ରମଣର କୌଣସି ସଙ୍କେତ ମିଳିନି ବୋଲି ଦ୍ବିତୀୟ ପର୍ଯ୍ୟାୟ ଟେଷ୍ଟିଂ ପରେ ଭାରତୀୟ ସ୍ବାସ୍ଥ୍ୟ ଗବେଷଣା ପରିଷଦ (ICMR) ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ଶ୍ବାସକ୍ରିୟାଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୦୦ ରୋଗୀଙ୍କ ସାମ୍ପଲ ଟେଷ୍ଟରେ ନେଗେଟିଭ ଆସିଛି ।

ଗତ ସପ୍ତାହରେ ICMR ପକ୍ଷରୁ ଭାଇରସ୍‌ ରିସର୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲ୍ୟାବରୁ ୧୫୦ ସାମ୍ପଲ ନେଇ କମ୍ୟୁନିଟି ଟ୍ରାନ୍‌ସମିନର ଟେଷ୍ଟ କରାଯାଇଥିଲା, ଯେଉଁଥିରେ Covid-19 ନେଗେଟିଭ ଆସିଥିଲା । କୋରୋନା ସମୂହ ସଂକ୍ରମଣର ମୁକାବିଲା ପାଇଁ ICMR ନିଜ ନେଟୱର୍କରେ ପ୍ରତି ସପ୍ତାହରେ ଏହି ଭଳି ଟେଷ୍ଟ କରିବ । ବାକି ସଂଗୃହତି ସାମ୍ପଲ ଟେଷ୍ଟ ରେଜଲ୍ଟ କାଲି ଆସିବ ।

ବିଦେଶରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ନ ଆସି ସଂକ୍ରମିତ ହେଲେ ଓ ଭୂତାଣୁ ସଂକ୍ରମଣର ଉତ୍ସ ଜାଣିବା କଷ୍ଟକର ହେଲେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ଇନ୍‌ଫ୍ଲୁଏଞ୍ଜା  ଓ ନିମୋନିଆ ଭଳି ଅସୁସ୍ଥତା ଥିବା ରୋଗୀଙ୍କ ରାଣ୍ଡମ ସାମ୍ପଲ ଟେଷ୍ଟ କରାଯାଉଛି ବୋଲି ICMR ପକ୍ଷରୁ କୁହାଯାଇଛି । ଯଦିଓ ଭାରତ ଏବେ ବି କରୋନାର ଦ୍ୱିତୀୟ ଷ୍ଟେଜରେ ଅଛି, ଏହା କେତେବେଳେ ଷ୍ଟେଜ-ଥ୍ରୀରେ ପହଞ୍ଚିବ ପୂର୍ବାନୁମାନ କରିହେବ ନାହିଁ ବୋଲି ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ।
First published: March 18, 2020, 1:38 PM IST
corona virus btn
corona virus btn
Loading