କରୋନା ଆତଙ୍କ: ଚ଼ୀନ ନାଗରିକଙ୍କୁ ଭାରତ ଆସିବା ମନା; ଓଡ଼ିଶାରେ ସବୁ ରିପୋର୍ଟ ନେଗେଟିଭ୍

ଓଡିଶାରେ ମୋଟ ଚ଼ାରି ଜଣ କରୋନା ଭାଇରସ୍ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୂନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ଆଜି ସୁଦ୍ଧା ଚ଼ୀନରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୦,୪୦୦ରେ ପହଞ୍ଚିଛି ।

କରୋନା ଆତଙ୍କ: ଚ଼ୀନ ନାଗରିକଙ୍କୁ ଭାରତ ଆସିବା ମନା; ଓଡ଼ିଶାରେ ସବୁ ରିପୋର୍ଟ ନେଗେଟିଭ୍
ଚ଼ୀନ୍‌ରେ ଏକ ଏଆରପୋର୍ଟରେ ଯାତ୍ରୀଙ୍କ ଯାଞ୍ଚ ଚ଼ାଲିଛି ।
  • News18 Odia
  • Last Updated: February 4, 2020, 1:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ / ବେଜିଂ: କରୋନା ଭାଇରସର ବିଶ୍ୱବ୍ୟାପୀ ବଢ଼ି ଚ଼ାଲିଥିବା ପ୍ରକୋପକୁ ଦୃଷ୍ଟିରେ ରଖି ବୈଧ ଇଟିଏ/ଇ-ଭିସା ଥିଲେ ବି କୌଣସି ଚୀନ ନାଗରିକ ତଥା କୌଣସି ବିଦେଶୀ ନାଗରିକଙ୍କୁ ଭାରତର କୈାଣସି ସ୍ଥାନ ପାଇଁ ବିମାନରେ ନ ନେବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

କଲିକତାସ୍ଥିତ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଇମିଗ୍ରେସନ ବ୍ୟୁରୋ ଏହି ନିର୍ଦ୍ଦେଶ ଦେଶର ସବୁ ଏଆରଲାଇନକୁ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ କରିବା ପାଇଁ ଏଆରଲାଇନମାନଙ୍କୁ କହିଛନ୍ତି ବିଦେଶୀମାନଙ୍କ ପାଇଁ ଥିବା ଆଞ୍ଚଳିକ ପଞ୍ଜୀକରଣ ଆଧିକାରୀ ।

ଓଡିଶାରେ ମୋଟ ଚ଼ାରି ଜଣ କରୋନା ଭାଇରସ୍‌ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୂନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି ।

ମଙ୍ଗଳବାର ସୁଦ୍ଧା ଚ଼ୀନରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୦,୪୦୦ରେ ପହଞ୍ଚିଥିବା ବେଳେ ୩,୩୨୫ଟି ନୂଆ ରୋଗୀ ଚ଼ିହ୍ନଟ ହୋଇଛନ୍ତି ।

ଇମିଗ୍ରେସନ ବ୍ୟୁରୋ ତରଫରୁ ଜାରୀ ହୋଇଥିବା ନିର୍ଦ୍ଦେଶ


କେରଳରେ ପୁଣି ଜଣେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ କରୋନାର ଆତଙ୍କ ଖେଳିଯିବା ସହ ସେଠାକାର ବାମପନ୍ଥୀ ସରକାର ଏହାକୁ ଏକ ରାଜ୍ୟ ବିପତ୍ତି ରୂପେ ଘୋଷଣା କରିଛନ୍ତି ।

ମଙ୍ଗଳବାର କରୋନା ଭାଇରସ ଯୋଗୁଁ ହଂକଂରେ ବି ଜଣେ ୩୯ ବର୍ଷୀୟଙ୍କ ମୃତ୍ୟୁ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ  ସୂଚନାନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ଜାନୁୟାରୀ ୨୧ରେ ଚ଼ୀନର ଉହାନ ସହରକୁ ଯାଇଥିଲେ ।ଏହା ସହିତ ଚ଼ୀନ ବାହାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି ।

କେରଳରେ ତୃତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ୨,୦୦୦ରୁ ଅଧିକ ଲୋକଙ୍କୁ ସେମାନଙ୍କ ଘରେ ଓ ହସପିଟାଲରେ ନିରୀକ୍ଷଣରେ ରଖାଯାଇଛି । ସେହିପରି ରାଜସ୍ଥାନରେ ଚାରିଜଣ ସନ୍ଦିଗ୍ଧଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଜୟପୁରର ଏସଏମଏସ୍ ମେଡିକାଲ କଲେଜକୁ ପଠାଯାଇଛି । ଉତ୍ତରାଖଣ୍ଡରେ ଜଣେ ଚ଼ୀନ ଫେରନ୍ତା ଛାତ୍ରଙ୍କୁ ରିଷିକେଶସ୍ଥିତ ଏମସ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି ।ଏହା ସହିତ ରାଜ୍ୟରେ ମୋଟ ଛଅ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ଚ଼ୀନର ସ୍ବାସ୍ଥ୍ୟ କମିଶନ ଦ୍ବାରା ପ୍ରକାଶିତ ଦୈନିକ ରିପୋର୍ଟରେ ୬୪ଟି ନୂଆ ମୃତ୍ୟୁ ହୋଇଥିବା ସହ ଦେଶରେ ମୋଟ ୪୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

ଏହି ଭାଇରସ୍ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ରୁ ଅଧିକ ଦେଶକୁ ବ୍ୟାପିଯାଇଥିବା ଜଣାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ରୂପେ ଘୋଷଣା କରିଛନ୍ତି । ରବିବାର ଚ଼ୀନ ବାହାରେ ଫିଲିପାଇନ୍ସରେ ପ୍ରଥମ କରୋନା ଆକ୍ରାନ୍ତ ଏକ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
First published: February 4, 2020, 1:22 PM IST
corona virus btn
corona virus btn
Loading