ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Coronavirus: କରୋନାର ଏହି ୫ଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ; ତୁରନ୍ତ ହସ୍ପିଟାଲ ଯାଆନ୍ତୁ

Coronavirus: କରୋନାର ଏହି ୫ଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ; ତୁରନ୍ତ ହସ୍ପିଟାଲ ଯାଆନ୍ତୁ

ନୂତନ କରୋନା ଷ୍ଟ୍ରେନ୍ (Corona Strain) କେବଳ ଅଧିକ ସଂକ୍ରାମକ ନୁହେଁ ବରଂ ଅନେକ ଗମ୍ଭୀର ଲକ୍ଷଣ ମଧ୍ୟ ଆଣିଛି । ଅଧିକାଂଶ ଘରେ ଥିବା ବ୍ୟକ୍ତଙ୍କର କରୋନାର (Corona) ସାମାନ୍ୟ ଲକ୍ଷଣ ଥାଏ । କରୋନା ବଢୁଥିବା ମାମଲା ମଧ୍ୟରେ ଯଦି ଆପଣ ଏହି ପାଞ୍ଚ ପ୍ରକାରର ଲକ୍ଷଣ ଦେଖୁଛନ୍ତି । ତେବେ ଏହାକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ ।

Coronavirus: କରୋନାର ଏହି ୫ଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ; ତୁରନ୍ତ ହସ୍ପିଟାଲ ଯାଆନ୍ତୁ
କରୋନାର ଏହି ୫ଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ
  • News18 Odia
  • Last Updated: April 18, 2021, 4:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସଂକ୍ରମଣର ପ୍ରଭାବ ବର୍ତ୍ତମାନ ଦେଶର ପ୍ରତ୍ୟେକ ରାଜ୍ୟରେ ଦେଖାଯାଉଛି । କରୋନାର (Corona) ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପଡୁଛି । ଡାକ୍ତରଙ୍କ କହିବାନୁସାରେ କରୋନାର ନୂଆ ଷ୍ଟ୍ରେନ୍ (Corona Strain) କେବଳ ଅଧିକ ସଂକ୍ରମିତ ନୁହେଁ ବରଂ ଅନେକ ଗମ୍ଭୀର ଲକ୍ଷଣ ମଧ୍ୟ ଆଣିଛି । ଅଧିକାଂଶ ଘରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି । କିଛି ଲୋକ ଘରେ ଚିକିତ୍ସାରୁ ସୁସ୍ଥ ହେଉଛନ୍ତି ଓ ଆଉ କିଛି ଲୋକଙ୍କ ଅବସ୍ଥା ଗୁରୁତର ହେଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି ।

କରୋନା ବଢୁଥିବା ମାମଲା ମଧ୍ୟରେ ଯଦି ଆପଣ ଏହି ପାଞ୍ଚ ପ୍ରକାରର ଲକ୍ଷଣ ଦେଖୁଛନ୍ତି, ତେବେ ଏହାକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ । ଏହି ଲକ୍ଷଣଗୁଡିକ ପ୍ରକାଶ ପାଇବା ପରେ ତୁରନ୍ତ ଡାହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ।
ଯେକୌଣସି ପ୍ରକାରର ନିଶ୍ୱାସ ପ୍ରଶ୍ୱାସ ନେବାର ସମସ୍ୟା- ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା କିମ୍ବା ଛାତିରେ ଯନ୍ତ୍ରଣା ହେଉଛି କରୋନା ସଂକ୍ରମଣର ବିପଦପୂର୍ଣ୍ଣ ଲକ୍ଷଣ ମଧ୍ୟରୁ ଗୋଟିଏ । କରୋନା ଭୂତାଣୁ ଏକ ଶ୍ୱାସକ୍ରିୟା ସଂକ୍ରମଣ ଯାହା ଆମ ଫୁସଫୁସକୁ ପ୍ରଭାବିତ କରିଥାଏ । ଯେତେବେଳେ ଭୂତାଣୁ ଫୁସଫୁସକୁ ଟାର୍ଗେଟ କରେ । ସେତେବେଳେ ନିଶ୍ୱାସ ନେବା କଷ୍ଟକର ହୋଇଯାଏ ଓ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢିଯାଏ ।

ଅମ୍ଳଜାନ ସ୍ତର ବିପଜ୍ଜନକ ଭାବରେ ହ୍ରାସ ହୁଏ - କରୋନା ସଂକ୍ରମିତ ହେଲେ ଶରୀରର ଅମ୍ଳଜାନ ସ୍ତର ଯଥେଷ୍ଟ କମିଯାଏ । ଏହାର କାରଣ ହେଉଛି କରୋନା ସଂକ୍ରମିତ ରୋଗୀର ଫୁସଫୁସର ବାୟୁ ବ୍ୟାଗରେ ତରଳ ପଦାର୍ଥ ଭରିଯାଏ । ଯେଉଁ କାରଣରୁ ଶରୀରରେ ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ହେବାକୁ ଲାଗେ । ଏଭଳି ପରିସ୍ଥିତିରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଜରୁରୀ ଅଟେ ।

ବେହୋସ ହେବ କିମ୍ବା ବ୍ରେନ ଠିକ ଭାବରେ କାର୍ଯ୍ୟ ନ କରିବା- କରୋନା ସଂକ୍ରମଣର ନୂତନ ଷ୍ଟ୍ରେନ୍ ସିଧାସଳଖ ମସ୍ତିଷ୍କ ଉପରେ ଆକ୍ରମଣ କରୁଛି । କରୋନା ଭୂତାଣୁ ଅନେକ ରୋଗୀଙ୍କ ମସ୍ତିଷ୍କ କାର୍ଯ୍ୟ ଓ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରୁଛି । ଏହି କାରଣରୁ ରୋଗୀମାନଙ୍କଠାରେ ଅଳସୁଆ, ଅସ୍ଥିରତା ଓ ବାନ୍ତି ଭଳି ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ । ଯଦି ଆପଣ କଥାବାର୍ତ୍ତା କରିବା ସମୟରେ ଦୁର୍ବଳ ହେବାକୁ ଆରମ୍ଭ କରନ୍ତି ତେବେ ଏହାକୁ ହାଲୁକା ଭାବେ ଗ୍ରହଣ ନ କରନ୍ତୁ ଓ ହସ୍ପିଟାଲକୁ ଯାଆନ୍ତୁ ।

ଛାତି ଯନ୍ତ୍ରଣା ଅଭିଯୋଗ - କରୋନା ଭୂତାଣୁ ସିଧାସଳଖ ଫୁସଫୁସ ଉପରେ ଆକ୍ରମଣ କରନ୍ତି, ଯେଉଁ କାରଣରୁ ଛାତିରେ ଯନ୍ତ୍ରଣା ହେବାର ଅଭିଯୋଗ ହୋଇପାରେ । SARS-COV2 ଅନେକ କ୍ଷେତ୍ରରେ ଫୁସଫୁସର ମକୋଜାଲ୍ ଲାଇନ୍ ଉପରେ ଆକ୍ରମଣ କରେ । ଏହି କାରଣରୁ ଛାତିରେ ଯନ୍ତ୍ରଣା ଓ ଜାଳିବା ଆରମ୍ଭ ହୁଏ । ଏପରି ସମସ୍ୟା ହେଲେ ତୁରନ୍ତ ହସ୍ପିଟାଲକୁ ଯିବା ଉଚିତ୍ ।

ଓଠରେ କିମ୍ବା ମୁହଁରେ ନୀଳ ପଡିଯିବା- କରୋନା ପଜିଟିଭ୍ ରୋଗୀର ଓଠ ଓ ମୁହଁରେ ବ୍ଲୁଏନ୍ସ ଆସେ । ଏହାର ଅର୍ଥ ହେଉଛି କରୋନା ରୋଗୀର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଛି । ଯାହାକୁ ଡାକ୍ତରୀ ଭାଷାରେ ହାଇପୋକ୍ସିଆ କୁହାଯାଏ । ହାଇପୋକ୍ସିଆରେ ଆମର ଟିସୁ ଯଥେଷ୍ଟ ଅମ୍ଳଜାନ ପାଏ ନାହିଁ । ଯେଉଁ କାରଣରୁ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୁଏ ନାହିଁ ଫଳରେ ମୁହଁ ଓ ଓଠରେ ନୀଳ ଚିହ୍ନ ସୃଷ୍ଟି ହେବାକୁ ଲାଗେ ।
Published by: Jagdish Barik
First published: April 18, 2021, 4:35 PM IST