କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

Corona Delta Variant Raises Worries, Attacks Gujarat Man Second Time | ସାଧାରଣତଃ ଥରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ କେହି ପୁଣି ଥରେ ସଂକ୍ରମିତ ହୁଅନ୍ତି ନାହିଁ ବୋଲି ଏ ପର୍ଯ୍ୟନ୍ତ ଜଣା ଥିଲା । ହେଲେ ଗୁଜରାଟରୁ ଆସିଥିବା ଏକ ମାମଲା ଚିନ୍ତା ବଢ଼ାଇଦେଇଛି ।

କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି
ଡେଲଟା ଭ୍ୟାରିଆଣ୍ଟ୍ ରୂପ ବଦଳାଇ ଆକ୍ରମଣ କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ଥରେ କରୋନା ଭାଇରସ୍ ଦ୍ୱାରା (Covid-19) ସଂକ୍ରମିତ ହେବା ପରେ ସାଧାରଣତଃ ପ୍ରାୟ ତିନି ମାସ ପର୍ଯ୍ୟନ୍ତ କେହି ପୁଣି ଥରେ ସଂକ୍ରମିତ ହୁଅନ୍ତି ନାହିଁ । ଡାକ୍ତରମାନଙ୍କ କହିବା ଅନୁସାରେ କରୋନାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ଏହି ମାରାତ୍ମକ ଭୂତାଣୁ ସହିତ ଲଢ଼ିବା ପାଇଁ ଶରୀରରେ ଆଣ୍ଟିବଡି ତିଆରି ହୋଇଯାଇଥାଏ, କିନ୍ତୁ ଅହମଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ଜଣେ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହେବାର ମାତ୍ର ୩୦ ଦିନ ପରେ ପୁଣି ଥରେ ସଂକ୍ରମିତ ହୋଇଛନ୍ତି । ଏହି ଘଟଣା ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି କାହିଁକି ଓ କେମିତି ସମ୍ଭବ ହେଲା ତାହା ଜାଣିବା ପାଇଁ ଗୁଜୁରାଟର ବୈଜ୍ଞାନିକମାନେ ଗବେଷଣା ବି କରିଛନ୍ତି, କିନ୍ତୁ ସେହି ଗବେଷଣାର ଫଳାଫଳ ଜାଣିବା ପୂର୍ବରୁ ଆପଣ ଜାଣନ୍ତୁ ମାସକ ମଧ୍ୟରେ ଦ୍ୱିତୀୟ ଥର କରୋନାରେ ସଂକ୍ରମିତ ହୋଇଥିବା ସେହି ବ୍ୟକ୍ତିଙ୍କ ଅବସ୍ଥା ଏବେ କେମିତି ଅଛି ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ

ଅହମଦାବାଦରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ରାଜେଶ ଭଟ୍ଟ କରୋନାର ଏବେ ଚାଲିଥିବା ଦ୍ୱିତୀୟ ଲହର ସମୟରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ନ ଥିଲା । ସେଥି ପାଇଁ ସେ ଘରେ କ୍ୱାରେଣ୍ଟାଇନ୍ ହୋଇ ରହିଥିଲେ ଓ ସୁସ୍ଥ ହୋଇଯାଇଥିଲେ ।ହେଲେ ମାତ୍ର ଗୋଟିଏ ମାସ ପରେ କରୋନା ଭୂତାଣୁ ତାଙ୍କୁ ପୁଣି ଥରେ ଆକ୍ରମଣ କରିଥିଲା ।

ଏହା ବି ପଢ଼ନ୍ତୁ | COVIDରେ ଆକ୍ରାନ୍ତ ଗାୟିକା ତପୁ ମିଶ୍ରଙ୍କ ସ୍ଥିତି ବିଗୁଡୁଛି; କୋଲକାତା ବା ଚେନ୍ନାଇ ନେବାକୁ ପ୍ରୟାସ

ଦ୍ୱିତୀୟ ଆକ୍ରମଣ ପ୍ରଥମ ଥର ଅପେକ୍ଷା ଅଧିକ ମାରାତ୍ମକ ଥିଲା । ରାଜେଶ ଭଟ୍ଟଙ୍କୁ ୧୩ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇ ରହିବାକୁ ପଡି଼ଲା । ବର୍ତ୍ତମାନ ସେ ଆରୋଗ୍ୟ ଲାଭ କରିଛନ୍ତି, କିନ୍ତୁ ଏହି ମାମଲା ଅହମଦାବାଦବାସୀଙ୍କ ସହ ସାରା ଦେଶର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମାମଲା ପରେ କରୋନା ଭାଇରସକୁ ନେଇ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି ।

ଏହା ବି ପଢ଼ନ୍ତୁ | କାମ ଦେଲାନି ଏକମୋ ଚିକିତ୍ସା; COVID ଛଡ଼େଇନେଲା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ

ଏ ପର୍ଯ୍ୟନ୍ତ ଯାହା ଦେଖାଯାଇଛି, ତାହା ଅନୁସାରେ ସାଧାରଣତଃ ଯଦି କୌଣସି ବ୍ୟକ୍ତିଙ୍କୁ ଦ୍ୱିତୀୟ ଥର କରୋନା ସଂକ୍ରମଣ ହୁଏ, ତାହା ଗୁରୁତର ହୁଏ ନାହିଁ । ଦ୍ୱିତୀୟ ସଂକ୍ରମଣ ଅତି ମୃଦୁ ହେଉଥିବାରୁ ସାଧାରଣତଃ ରୋଗୀକୁ ଡାକ୍ତରଖାନା ଯିବାକୁ ପଡ଼େ ନାହିଁ ।କିନ୍ତୁ ଅହମଦାବାଦର ରାଜେଶ ଭଟ୍ଟଙ୍କ ମାମଲା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ପ୍ରଥମ ଥର ତାଙ୍କର ସଂକ୍ରମଣ ସାମାନ୍ୟ ଥିଲା, ହେଲେ ଦ୍ୱିତୀୟ ଥର ଅତି ଭୟଙ୍କର ଥିଲା । ତେଣୁ ଏହି ମାମଲାକୁ ଧ୍ୟାନରେ ରଖି ଗୁଜୁରାଟ ବାୟୋଟେକ୍ନୋଲୋଜି ଗବେଷଣା କେନ୍ଦ୍ରରେ ଏକ ଅଧ୍ୟୟନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଲା ପରିବାରକୁ; ଘଣ୍ଟାର ଅପରେସନ୍ପରେ ଧରାପଡ଼ିଲା

ଭାରତରେ କରୋନାର ଏହି ଦ୍ୱିତୀୟ ତରଙ୍ଗରେ ଭୂତାଣୁର B.1.617.2 ଭ୍ୟାରିଆଣ୍ଟ୍‌ ଭୟଙ୍କର ବିପର୍ଯ୍ୟୟ ଘଟାଇଛି । ଏବେ ଭୂତାଣୁର ଏହି ଅତି ମାରାତ୍ମକ ପ୍ରକାରକୁ ଡେଲଟା ନାଁରେ ଡକାଯାଉଛି (Delta variant) । ଗୁଜରାଟର ବୈଜ୍ଞାନିକମାନଙ୍କ ଗବେଷଣାରୁ ଜଣାପଡି଼ଛି ଯେ ଏହି ଡେଲଟା ଭ୍ୟାରିଆଣ୍ଟ ନିଜ ରୂପ ବଦଳାଇ ଦେଇଛି ।ଏଥିରୁ ଦୁଇଟି ଆମିନୋ ଏସିଡ୍ ନିଖୋଜ ଥିଲା ବୋଲି ବୈଜ୍ଞାନିକମାନେ ଜାଣିପାରିଛନ୍ତି ।



ଡେଲଟା ଭ୍ୟାରିଆଣ୍ଟର କରୋନା ଭୂତାଣୁରେ ଆସିଥିବା ଏହି ପରିବର୍ତ୍ତନ ଯୋଗୁଁ ଏହା ଥରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସେହି ରୋଗୀଙ୍କୁ ମାତ୍ର ମାସକ ପରେ ବି ସଂକ୍ରମିତ କଲା । ରୂପ ବଦଳାଇଥିବା ଏହି ଭ୍ୟାରିଆଣ୍ଟ୍‌ ଶରୀରେ ତିଆରି ହୋଇଥିବା ଆଣ୍ଟିବଡିକୁ ଠକେଇବାରେ ସଫଳ ହୋଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଭାଇରସର ପରିବର୍ତ୍ତିତ ହେଉଥିବା ରୂପକୁ ଜାଣିବା ପାଇଁ ଅଧିକରୁ ଅଧିକ ଜିନୋମ ସିକ୍ୱେନସିଂ କରାଯିବା ଆବଶ୍ୟକ ।
Published by: Anand ST Das
First published: June 19, 2021, 9:33 PM IST