ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନାର Delta ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଲା; ଅନେକ ଦେଶରେ ପୁଣି ଲକଡାଉନ୍ ଲାଗୁ ହେଲା

କରୋନାର Delta ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଲା; ଅନେକ ଦେଶରେ ପୁଣି ଲକଡାଉନ୍ ଲାଗୁ ହେଲା

Coronavirus Delta Variant Forces Lockdown in Many Countries | WHOର ୟୁରୋପ ମୁଖ୍ୟ କହିଛନ୍ତି କରୋନା ଭାଇରସର 'ଡେଲଟା' ପ୍ରକାର ସାମନାରେ କିଛି ଟିକା ପ୍ରଭାବହୀନ ହେଉଛି । ଦିଲ୍ଲୀରେ ଏବେ ମୁଖ୍ୟତଃ ଡେଲଟା ଭ୍ୟାରିଆଣ୍ଟ୍ କାରଣରୁ ସଂକ୍ରମଣ ହେଉଛି । ଏପ୍ରିଲରେ ମୋଟ ମାମଲାର ୬୦% ଏହା ଦ୍ୱାରା ହୋଇଥିଲା ।

କରୋନାର Delta ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଲା; ଅନେକ ଦେଶରେ ପୁଣି ଲକଡାଉନ୍ ଲାଗୁ ହେଲା
କରୋନା ମାମଲା ବଢ଼ିବା ପରେ କନ୍ୟାକୁମାରୀରେ ସାନିଟାଇଜେସନ୍ ଚାଲିଛି । (ପିଟିଆଇ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର (Coronavirus) ଏକ ଅତ୍ୟଧିକ ସଂକ୍ରାମକ ରୂପ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି କାରଣରୁ ଅନେକ ଦେଶ ସେଠାରେ ଲାଗିଥିବା କଟକଣାଗୁଡ଼ିକୁ ଆହୁରି କଡାକଡି କରୁଛନ୍ତି । ତେଣୁ ଅନେକ ଦେଶରେ ଲକଡାଉନ୍ ହଟାଇବାର ଯୋଜନାକୁ ସ୍ଥଗିତ ରଖାଯାଇଛି କିମ୍ବା ତା’ର ଅବଧି ବୃଦ୍ଧି କରାଯାଇଛି, ଯାହା ଭାଇରସର ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରିବ । କରୋନା ଭାଇରସର ଏହି ଅତ୍ୟଧିକ ସଂକ୍ରାମକ ରୂପର ନାମ 'ଡେଲଟା' (Delta variant) ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organisation – WHO) ଏହି ପ୍ରକାରର ଭାଇରସକୁ ଚିନ୍ତାଜନକ ପ୍ରକାରର (variant of concern) ତାଲିକାରେ ରଖିଛି ।

ଜୁନ୍ ୧୨ ତାରିଖରେ କୋଭିଡ-୧୯ର ଡେଲଟା ପ୍ରକାର ଚିହ୍ନଟ ହେବା ପରେ ଜିମ୍ବାୱେ ସରକାର ସେଠାକାର ଦୁଇଟି ରାଜ୍ୟରେ ଦୁଇ ସପ୍ତାହ ପାଇଁ ସ୍ଥାନୀୟ ଲକଡାଉନ୍‌ ଘୋଷଣା କରିଛନ୍ତି । ସରକାର କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ୪୦ରୁ ଅଧିକ କରୋନା ଭାଇରସ୍‌ ମାମଲା ପଞ୍ଜିକୃତ ହୋଇଛି । ବ୍ରିଟେନନରେ କୋଭିଡ-୧୯ର ଡେଲଟା ରୂପର ମାମଲାରେ କ୍ରମାଗତ ବୃଦ୍ଧି ହେଉଥିବାରୁ ଜୁନ୍ ୨୧ ତାରିଖ ପରେ ଚାରି ସପ୍ତାହ ପର୍ଯ୍ୟନ୍ତ ସବୁ ଲକଡାଉନ୍ ପ୍ରତିବନ୍ଧକକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି ସେଠାକାର ସରକାର ।

ଏହା ବି ପଢ଼ନ୍ତୁ | ସମ୍ବଲପୁର: ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ବ୍ରିଟେନରେ (Britain) ଫେବୃଆରୀ ଶେଷରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮,୧୨୫ଟି କୋଭିଡ-୧୯ ମାମଲା ସାମନାକୁ ଆସିଛି ଏବଂ ବ୍ରିଟେନର ଜନ ସ୍ୱାସ୍ଥ୍ୟ ବିଭାଗ (PHE) ଜାଣିବାକୁ ପାଇଛି ଯେ ସପ୍ତାହକ ମଧ୍ୟରେ ସେଠାରେ ଡେଲଟା ଫର୍ମ (B1.617.2) ମାମଲା ୩୦,୦୦୦ରୁ ବଢ଼ି ୪୨,୩୨୩ରେ ପହଞ୍ଚିଛି । ଲକଡାଉନ୍‌ ସମ୍ପର୍କରେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଓ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି । ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ (Boris Johnson) ଆକଳନ କରୁଛନ୍ତି ଓ ସେ ଲକଡାଉନ୍ ସମ୍ପର୍କରେ ଘୋଷଣା କରିବେ ।

ଏହା ବି ପଢ଼ନ୍ତୁ | ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ଥିଲା

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୟୁରୋପ ନିର୍ଦ୍ଦେଶକ (WHO Regional Director for Europe) ହାନ୍ସ କ୍ଲୁଗ୍‌ ଚେତାବନୀ ଦେଇଛନ୍ତି ଯେ କରୋନା ଭାଇରସର ଏହି ହାଇ-ଟ୍ରାନ୍ସମିସନ୍ ପ୍ରକାର ସ୍ଥିତିକୁ ଖୁବ୍‌ ସଙ୍ଗୀନ କରିପାରେ କାରଣ ଅନେକ ଦେଶ ପ୍ରତିବନ୍ଧକକୁ ଢିଲା କରିବାକୁ ଓ ଅଧିକ ସାମାଜିକ ମିଳାମିଶାକୁ ଅନୁମତି ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ହାନ୍ସ କ୍ଲୁଗ୍ କହିଛନ୍ତି ଯେ କରୋନା ଭାଇରସର 'ଡେଲଟା' ପ୍ରକାର ବିରୁଦ୍ଧରେ କିଛି ଟିକା ପ୍ରଭାବହୀନ ହେବାର ଉଦାହରଣ ସାମନାକୁ ଆସିଛି । ସେ ଚେତାବନୀ ଦେଇ କହିଛନ୍ତି ଯେ ଜନ ସଂଖ୍ୟାର କେତେକ ଅଂଶ, ବିଶେଷ କରି ୬୦ ବର୍ଷରୁ ଅଧିକ ବୟସ୍କ ଲୋକେ, ଏବେ ବି ଟିକାକରଣ କରିନାହାଁନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Sabitri Brata: ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

‘‘ଗତ ଗ୍ରୀଷ୍ମ ଋତୁରେ ଯୁବକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋଗ ଧୀରେ ଧୀରେ ବୃଦ୍ଧି ପାଇଲା ଓ ପରେ ଏହା ବୟସ୍କମାନଙ୍କ ମଧ୍ୟରେ ବ୍ୟାପିଗଲା, ଯାହା ଦ୍ୱାରା ମହାମାରୀର ପ୍ରକୋପ ଅତ୍ୟଧିକ ହେଲା । କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ୨୦୨୦ର ଗ୍ରୀଷ୍ମ ଓ ଶୀତରେ ଅନେକ ମୃତ୍ୟୁ ଘଟିଥିଲା ​​ଓ ତା’ପରେ ଲକଡାଉନ୍‌ ଲାଗୁ କରାଯାଇଥିଲା । ଆମେ ସେହି ସମାନ ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ,’’ କହିଛନ୍ତି ୟୁରୋପରେ WHOର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ହାନ୍ସ କ୍ଲୁଗ୍‌।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

ଫ୍ରାନ୍ସରେ କରୋନାର ଡେଲଟା ରୂପ ରହଞ୍ଚି ସାରିଛି

ଫ୍ରାନ୍ସରେ ଭାରତରେ ବ୍ୟାପିଥିବା କରୋନା ଭାଇରସର ପ୍ରଥମ ମାମଲା ଏପ୍ରିଲ୍ ୨୯ରେ ନିଶ୍ଚିତ ହୋଇସାରିଥିଲା । ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପ୍ରିଲ ୨୯ ରାତିରେ କହିଥିଲା ଯେ ଦକ୍ଷିଣ ଫ୍ରାନ୍ସର କେତେକ ଅଞ୍ଚଳର ତିନି ଜଣ ଲୋକ ଏହି ନୂଆ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ଅତୀତରେ ଏହି ତିନି ଜଣ ବ୍ୟକ୍ତି ଭାରତ ଯାତ୍ରା କରିଥିଲେ । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଲିଭିଆର ଭେରାନ କହିଛନ୍ତି ଯେ କରୋନାର ବିଭିନ୍ନ ପ୍ରକାର ଫ୍ରାନ୍ସରେ, ବିଶେଷ କରି ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ, ଲୋକଙ୍କୁ ପ୍ରଭାବିତ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ଶ୍ରୀଲଙ୍କାରେ ଡେଲଟା ରୂପ ବଢ଼ାଇଲା ବିପଦ

ଶ୍ରୀଲଙ୍କାରେ ମେ ୮ରେ କରୋନା ଭାଇରସର ଡେଲଟା ରୂପର (b.1.617) ପ୍ରଥମ ମାମଲା ଭାରତରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଦେଖାଯାଇଥିଲା । ଏହି ବ୍ୟକ୍ତି କଲମ୍ବୋରେ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ।ଶ୍ରୀ ଜୟୱାର୍ଡେନୁପୁରା ବିଶ୍ୱବିଦ୍ୟାଳୟର ପ୍ରତିରକ୍ଷା ଓ ମଲିକୁଲାର ମେଡିସିନ୍ ବିଭାଗ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ସଂକ୍ରମିତ ବ୍ୟକ୍ତି ଭାରତରୁ ଫେରିଥିଲେ ଓ କଲମ୍ବୋରେ ଏକ ପୃଥକ ବାସସ୍ଥାନରେ ରହୁଥିଲେ । ଶ୍ରୀଲଙ୍କାରେ ମେ ୭ରେ କରୋନା ଭାଇରସ୍‌ ସଂକ୍ରମଣ ହେତୁ ଗୋଟିଏ ଦିନରେ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଏପ୍ରିଲ ମାସରୁ ଶ୍ରୀଲଙ୍କାରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଏହା ବି ପଢ଼ନ୍ତୁ | COVID 19: ମୁକେଶ ନୀତା ଅମ୍ବାନୀ Reliance Foundation ହସପିଟାଲରେ ସୁବିଧା ଆହୁରି ବଢ଼ାଇଲେ



ଚୀନର ଗୁଆଙ୍ଗଝୋରେ 'ଡେଲଟା' ଭ୍ୟାରିଆଣ୍ଟର ଆତଙ୍କ

ଚୀନର ଦକ୍ଷିଣ ପ୍ରଦେଶର ଗୁଆଙ୍ଗଝୋରେ କୋଭିଡ-୧୯ର ଏକ ନୂଆ ରୂପ ଯୋଗୁଁ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସିନେମା ଘର, ନାଇଟ୍ କ୍ଲବ ଓ ବିଭିନ୍ନ ସର୍ବସାଧାରଣ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନର ଦକ୍ଷିଣ ପ୍ରଦେଶର ଲୋକେ ବିନା କୌଣସି ଜରୁରୀ କାମରେ ଘରୁ ବାହାରକୁ ଯାଇପାରିବେ ନାହିଁ । ବାହାରକୁ ଯିବାର ଅନୁମତି ମିଳିଲେ ବି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ସଂକ୍ରମଣମୁକ୍ତ ବୋଲି ଏକ ରିପୋର୍ଟ ଦେଖାଇବାକୁ ପଡ଼ିବ, ଯାହାକି ଗତ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ମିଲିଥିବ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ଚୀନର ଗୁଆଙ୍ଗଜୋ ପ୍ରଦେଶର ଲୋକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ରେଷ୍ଟୁରାଣ୍ଟରେ ବସି ଖାଇବା ମଧ୍ୟ ନିଷେଧ କରାଯାଇଛି । ଗୁଆଙ୍ଗଜୋରେ ଜୁନ୍ ୯ ସୁଦ୍ଧା ସଂକ୍ରମଣର ଆଠଟି ନୂଆ ମାମଲା ସାମନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିଲା । ମେ ୨୧ରୁ ଏହି ସବୁ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଡାକ୍ତରମାନେ କହିଛନ୍ତି ଯେ ଗୁଆଙ୍ଗଜୋରେ ଏହି ନୂଆ ସଂକ୍ରମଣ ହେଉଛି 'ଡେଲଟା' ସ୍ୱରୂପ ଜନିତ ସଂକ୍ରମଣ, ଯାହା ଅତ୍ୟଧିକ ସଂକ୍ରାମକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ 

ଦିଲ୍ଲୀର କୋଭିଡ-19 ମାମଲାର ୬୦ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟରୁ ହେଉଛି

ଦିଲ୍ଲୀରେ ଏବେ ଚାଲିଥିବା କୋଭିଡ-୧୯ ତରଙ୍ଗ ସମୟରେ ମାମଲାଗୁଡ଼ିକର ତୀବ୍ର ବୃଦ୍ଧି ମୁଖ୍ୟତଃ ଡେଲଟା ଭ୍ୟାରିଆଣ୍ଟ୍‌ କାରଣରୁ ହୋଇଛି ବୋଲି ଜଣାପଡ଼ିଛି । ଏହି ଭ୍ୟାରିଆଣ୍ଟର ଭ୍ୟାକ୍ସିନକୁ ଅମାନ୍ୟ କରିବାର ଗୁଣ ଅଛି ବୋଲି ଜଣାପଡ଼ିଥିବା କୁହାଯାଇଛି । ଦିଲ୍ଲୀରେ ଏପ୍ରିଲରେ ରିପୋର୍ଟ ହୋଇଥିବା ମୋଟ ମାମଲାର ୬୦% ଡେଲଟା ଭ୍ୟାରାଆଣ୍ଟ ଦ୍ୱାରା ହୋଇଥିଲା ବୋଲି ଏକ ନୂଆ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି । ନ୍ୟାସନାଲ ସେଣ୍ଟର ଫର ଡିଜେଜ୍ କଣ୍ଟ୍ରୋଲ୍ (NCDC) ଓ CSIR ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର (IGIB) ଗବେଷକମାନେ କହିଛନ୍ତି ଯେ କରୋନା ଭାଇରସର ଡେଲଟା ପ୍ରକାର (B.1.617.2) ଏହାର ଆଲଫା ଭ୍ୟାରିଆଣ୍ଟ୍‌ (B1.117) ତୁଳନାରେ ୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପେ । ଏହା ପ୍ରଥମେ ବ୍ରିଟେନରେ ଦେଖାଦେଇଥିଲା । ଗବେଷକମାନେ କହିଛନ୍ତି ଯେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଦିଲ୍ଲୀରେ SARS-CoV-2 ସଂକ୍ରମଣର ଏହି ବୃଦ୍ଧି ଏକ ନୂଆ ସଂକ୍ରାମକ ପ୍ରକାର (VOC) B.1.617.2 କାରଣରୁ ହୋଇଛି, ଯାହାର ସମ୍ଭାବ୍ୟ ପ୍ରତିରକ୍ଷଣକୁ (ଟିକାକରଣ) ଠକେଇବାର ଗୁଣ ରହିଛି ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’ 

କରୋନା ଭାଇରସର ଡେଲଟା ରୂପ ବ୍ୟାପିବାର କାରଣ ?

ପ୍ରଥମେ ଭାରତରେ ଦେଖାଦେଇଥିବା କରୋନା ଭାଇରସର 'ଡେଲଟା' ରୂପ ବର୍ତ୍ତମାନ ବ୍ରିଟେନରେ ସଂକ୍ରମଣର ଏକ ପ୍ରମୁଖ କାରଣ ପାଲଟିଛି । କେତେକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ପୂର୍ବରୁ ବ୍ରିଟେନରେ ହଇଚଇ ସୃଷ୍ଟି କରିଥିବା ଆଲଫା ତୁଳନାରେ ଡେଲ୍ଟା ଫର୍ମର ପ୍ରାଦୁର୍ଭାବ ଶତ ପ୍ରତିଶତ ଅଧିକ ହୋଇପାରେ, କିନ୍ତୁ ଡେଲ୍ଟା ପ୍ରାଧାନ୍ୟ ବିସ୍ତାର କରିବାର ଏହା ଏକମାତ୍ର କାରଣ ନୁହେଁ। ଯକୌଣସି ଭାଇରସର ପ୍ରାଧାନ୍ୟ ବିସ୍ତାର କରୁଥିବା ରୂପଗୁଡ଼ିକୁ ଏକ ଜୈବିକ ଲାଭ ମିଳେ, ତାହା ହେଉଛି ମ୍ୟୁଟେସନ୍‌ (ପରିବର୍ତ୍ତନ), ଯାହା ମାଧ୍ୟମରେ ଏହି ଫର୍ମଗୁଡିକ ଲୋକଙ୍କୁ ଅତି ସହଜରେ ସଂକ୍ରମିତ କରେ ।



କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ମାନବ ଜେନେରେସନ୍ ଷ୍ଟଡିଜ୍ ବିଭାଗର ପି.ଏଚ୍‌.ଡି. ଗବେଷକ ଜୋନାଥନ୍ ଆର୍‌. ଗୁଡମ୍ୟାନ୍ କହିଛନ୍ତି ଯେ ବ୍ରିଟେନରେ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବଢ଼ାଇବା କାରଣରୁ ଡେଲ୍ଟା ଭ୍ୟାରିଆଣ୍ଟକୁ ଲୋକଙ୍କ ମଧ୍ୟରେ ବ୍ୟାପିବାର ସୁଯୋଗ ମିଳିଲା ।
Published by: Anand ST Das
First published: June 13, 2021, 8:49 PM IST