ଦେଶରେ କରୋନା ନେଲାଣି ୧୭ ଜଣଙ୍କ ଜୀବନ, ଆକ୍ରାନ୍ତ କଲାଣି ୭୨୪ ଜଣଙ୍କୁ; ଏବେ ଷ୍ଟେଜ-୨ରେ ରହିଛି

କରୋନା ଭାଇରସ୍ ଜନିତ ଆଶଙ୍କା ଓ ସତର୍କତା ମଧ୍ୟରେ ଏହି ମହାମାରୀ ଏ ଯାଏଁ ଦେଶରେ ଗୋଷ୍ଠୀଗତ ସଂକ୍ରମଣର ରୂପ ନେଇନାହିଁ । ଅନ୍ତର୍ଜାତୀୟ ବିମାନ ଅବତରଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଦେଶରେ କରୋନା ନେଲାଣି ୧୭ ଜଣଙ୍କ ଜୀବନ, ଆକ୍ରାନ୍ତ କଲାଣି ୭୨୪ ଜଣଙ୍କୁ; ଏବେ ଷ୍ଟେଜ-୨ରେ ରହିଛି
ଦିଲ୍ଲୀରେ ମାସ୍କ ଲଗେଇ ଓ ନିଜ କୁନି ଶିଶୁକୁ ଧରି ବାହାରକୁ ବାହାରିଥିବା ଜଣେ ମହିଳା । (ରୟଟର୍ସ୍‌ ଫଟୋ)
  • News18 Odia
  • Last Updated: March 27, 2020, 3:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ଯାଏଁ ଏହି ମାରାତ୍ମକ ଭୂତାଣୁ ଦେଶରେ ନେଲାଣି ୧୭ ଜଣଙ୍କ ଜୀବନ ଓ ଆକ୍ରାନ୍ତ କଲାଣି ୭୨୪ ଜଣ ଲୋକଙ୍କୁ । ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୬୪୦ ଜଣ ।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୪, ଗୁଜରାଟରେ ୩ ଏବଂ କର୍ଣ୍ଣାଟକରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ୮ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଅନେକ ସ୍ଥାନରେ ଲକଡାଉନକୁ ଲୋକେ ମାନୁ ନ ଥିବାରୁ ଓ ପୋଲିସକୁ ଆକ୍ରମଣ କରୁଥିବାରୁ ସମସ୍ୟା ଆହୁରି ଭୟାବହ ହେବାର ଆଶଙ୍କା ବଢ଼ୁଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ସେନା ମୁତୟନ ଭଳି ସ୍ଥିତି ଉପୁଜାଇବାକୁ ବାଧ୍ୟ କରନାହିଁ ବୋଲି ରାଜ୍ୟବାସୀଙ୍କୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ଉପ ମୁ୍ଖ୍ୟମନ୍ତ୍ରୀ ଅଜିତ ପାୱାର ।

କେରଳରେ ଏ ପର୍ଯ୍ୟନ୍ତ ୧୩୭ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଲେଙ୍ଗାନାରେ ୪୪ ଓ ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରହିଛି । ଦିଲ୍ଲୀରେ ୩୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ୫୫କୁ ବୃଦ୍ଧି ପାଇଛି ।

ନିଜ ଉଦବୋଧନ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ପୂରା ରୂପ ଲେଖାଥିବା କାଗଜ ଦେଖାଉଛନ୍ତି ।


ଉତ୍ତର ପ୍ରଦେଶରେ ୪୫, ପଞ୍ଜାବରେ ୩୩, ତାମିଲ ନାଡୁରେ ୨୯ ଓ ମଧ୍ୟ ପ୍ରଦେଶରେ ୨୦ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ଭାଇରସ୍ ଏବେ ଷ୍ଟେଜ-୨ରେ ରହିଛି । ଏ ପର୍ଯ୍ୟନ୍ତ ଏହା ଗୋଷ୍ଠୀଗତ ସଂକ୍ରମଣର ରୂପ ନେଇନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା ବିସ୍ଫୋରକ ମୋଡ଼କୁ ଯାଇନାହିଁ । ତେଣୁ କରୋନାର ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ନିହାତି ଜରୁରୀ ହୋଇପଡ଼ିଛି । ଅନ୍ତର୍ଜାତୀୟ ବିମାନ ଅବତରଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
First published: March 27, 2020, 3:56 PM IST
corona virus btn
corona virus btn
Loading