ଦେଶରେ କରୋନା ନେଲାଣି ୫୩ ଜୀବନ; ୨,୦୦୦ରୁ ବେଶୀ ଆକ୍ରାନ୍ତ; ବିଶ୍ୱରେ ୫୩,୦୦୦ ମୃତ

ଭାରତରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖାଯାଉଛି ଓ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବଢ଼ି ୧୩ରେ ପହଞ୍ଚିଛି ଓ ୩୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୭ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଦେଶରେ କରୋନା ନେଲାଣି ୫୩ ଜୀବନ; ୨,୦୦୦ରୁ ବେଶୀ ଆକ୍ରାନ୍ତ; ବିଶ୍ୱରେ ୫୩,୦୦୦ ମୃତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 3, 2020, 11:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୦୦ ଟପିଛି । ବିଶ୍ବରେ ଏ ପର୍ଯନ୍ତ ୫୩,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ୍‌ । ବିଶ୍ୱବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲାଣି । କାଲି ଗୋଟିଏ ଦିନରେ ମରିଛନ୍ତି ୫,୯୦୦ ଲୋକ । ଇଟାଲୀରେ ମୋଟ ମୃତ୍ୟୁ ସଂଖ୍ୟା ୧୩,୯୦୦ରୁ ଅଧିକ ହୋଇଛି ଓ ସ୍ପେନରେ ଏ ପର୍ଯ୍ୟନ୍ତି ୧୦,୦୦୦ରୁ ଅଧିକ ଜୀବନ ଗଲାଣି ।

ଭାରତରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖାଯାଉଛି ଓ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବଢ଼ି ୧୩ରେ ପହଞ୍ଚିଛି ଓ ସ୍ଥିତି ଜଟିଳ ହେବାରେ ଲାଗିଛି । ସେଠାରେ ୩୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୁଜରାଟରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି । ସେଠାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୭ ଜଣ ଆକ୍ରାନ୍ତ ହୋଇଛନ୍ତି । ମଧ୍ୟ ପ୍ରଦେଶରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜଧାନୀରେ ଦିଲ୍ଲୀରେ ଗଲାଣି ୪ ଜଣଙ୍କ ଜୀବନ । କର୍ଣ୍ଣାଟକରେ ୩, କେରଳ ଓ ଜାମ୍ମୁ-କାଶ୍ମୀରରେ ୨ ଜଣ ଲୋଖାଏଁଙ୍କ ଲୋକଙ୍କ ମୃତ୍ୟୁ ହେଲାଣି ।

ଦିଲ୍ଲୀର ନିଜାମୁଦ୍ଦିନ ମରକଜ ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ବୋଲି କୁହାଯାଉଛି । ଏହି ଧର୍ମ ସଭାରେ ୧,୩୦୬ ଜଣ ବିଦେଶୀଙ୍କ ସମେତ ମୋଟ ୯,୦୦୦ ଲୋକ ସାମିଲ ହୋଇଥିବା ବେଳେ ସେଥିରୁ ୪୦୦ ପଜିଟିଭ୍‌ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି ।

କୋଲକାତାର ଏକ ହସପିଟାଲର ଆଇସୋଲେସନ୍ ୱାର୍ଡ଼ରେ ଜଣେ ନର୍ସ (ରୟଟର୍ସ)


ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇଥିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୯,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି । ସେଥିରେ ସାମିଲ ଥିବା ୧,୩୦୬ ଜଣ ବିଦେଶୀ ନାଗରିକଙ୍କ ମଧ୍ୟରୁ ୯୬୦ଜଣଙ୍କୁ ବ୍ଲାକ୍‌ ଲିଷ୍ଟ କରାଯିବା ସହ ସେମାନଙ୍କ ଭିସା ବାତିଲ କରାଯାଇଛି ।

ବିଶ୍ବରେ ମୃତ୍ୟୁ ସଂଖ୍ୟା ୫୩,୦୦୦ ପାର୍‌ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ ଲକ୍ଷରୁ ଅଧିକ ଲୋକ । ସର୍ବାଧିକ ପ୍ରଭାବିତ ହୋଇଛନ୍ତି ୟୁରୋପ ଓ ଆମେରିକା । ଇଟାଲୀରେ ୧୩,୯୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୧୦,୩୪୮ ଓ  ଆମେରିକାରେ ୫, ୮୮୩ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ୍‌ ।

କେବଳ ଆମେରିକାରେ ୨ ଲକ୍ଷ ୪୪ରୁ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୟୁଏସଏରେ ୨୯,୦୦୦ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଇଟାଲୀରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଫ୍ରାନ୍ସରେ ୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇରାନରେ ୩,୦୦୦ ଓ  ବ୍ରିଟେନରେ ୨,୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

କରୋନା ଯୋଗୁଁ ଦିନକୁ ଦିନ ଭୟଙ୍କର ହେଉଛି ଆମେରିକାର ସ୍ଥିତି । ହେଲେ ଚୀନରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚୀନରେ ମୃତ୍ୟୁ ସଂଖ୍ୟା ୩,୩୧୮ ଥିବା ବେଳେ ଗତ ୨୪ ଘଣ୍ଟାରେ ଚୀନରେ ୩୫ଟି ନୂଆ ମାମଲା ସାମନାକୁ ଆସିଛି ।
First published: April 3, 2020, 11:20 AM IST
corona virus btn
corona virus btn
Loading