କରୋନାର ଆତଙ୍କ ଜାରି: ଦେଶରେ ଗଲାଣି ୩୨ ଜୀବନ, ୧,୨୧୯ ଆକ୍ରାନ୍ତ; ବିଶ୍ୱରେ ୩୭,୦୦୦ ମୃ୍ତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସ୍ ସଂକ୍ରମଣର ୨୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏ ପର୍ଯ୍ୟନ୍ତ ଦେଶରେ ୩୮,୪୪୨ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ଓ ସ୍ୱାବ ଟେଷ୍ଟ୍ ହୋଇଛି । କେରଳରେ ଗୋଟିଏ ଦିନରେ ୩୨ଟି ନୂଆ ମାମଲା ଆସିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୨୦ ।

କରୋନାର ଆତଙ୍କ ଜାରି: ଦେଶରେ ଗଲାଣି ୩୨ ଜୀବନ, ୧,୨୧୯ ଆକ୍ରାନ୍ତ; ବିଶ୍ୱରେ ୩୭,୦୦୦ ମୃ୍ତ୍ୟୁ
ହାଇଦ୍ରାବାଦରେ ଏକ ହସପିଟାଲରେ ଜମା ହୋଇଥିବା କିଛି ଲୋକ ।
  • News18 Odia
  • Last Updated: March 31, 2020, 12:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ଜନିତ ସଂକଟ ବଢ଼ିବାରେ ଲାଗିଛି । ଏହି ମାରାତ୍ମକ ଭୂତାଣୁର ସଂକ୍ରମଣରେ ଏ ପର୍ଯ୍ୟନ୍ତ ଦେଶରେ ୩୨ ଜଣ ଲୋକଙ୍କ ଜୀବନ ଗଲାଣି । ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧,୨୦୦ ଟପିଲାଣି । ସେମାନଙ୍କ ମଧ୍ୟରୁ ୧,୧୧୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବିଶ୍ବରେ କରୋନା ଭାଇରସ୍‌ କାରଣରୁ ହୋଇଥିବା ମୃତ୍ୟୁର ସଂଖ୍ୟା ୩୭,୦୦୦ ହଜାର ପାର୍‌ କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୭ ଲକ୍ଷ ଟପିଛି । ୟୁରୋପ ଓ ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇ ଅଛି । ଆମେରିକାରେ ଦେଢ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ଏ ପର୍ଯ୍ୟନ୍ତ ସେଠାରେ ୩,୦୦୦ରୁ ଅଧିକ ଜୀବନ ଗଲାଣି । ଇଟାଲୀ ଓ ସ୍ପେନରେ ସ୍ଥିତି ଗମ୍ଭୀର ଅଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ୨୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି । କେରଳରେ ଗୋଟିଏ ଦିନରେ ୩୨ଟି ନୂଆ ମାମଲା ଆସିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଏହି ସଂଖ୍ୟା ବଢ଼ି ୨୨୦ ହୋଇଛି । ଦିଲ୍ଲୀରେ ୨୫ଟି ନୂଆ ମାମଲା ସହିତ ମୋଟ ମାମଲା ୯୭ ହୋଇଛି, ଉତ୍ତର ପ୍ରଦେଶରେ ୨୪ଟି ନୂଆ ମାମଲା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯୬ରେ ପହଞ୍ଚିଛି ।

ଦିଲ୍ଲୀରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆୟୋଜିତ ଏକ ଏକ ମାଗଣା ଖାଦ୍ୟ ବଣ୍ଟନ ସ୍ଥାନର ଦୃଶ୍ୟ । (ରୟଟର୍ସ୍)


କର୍ଣ୍ଣାଟକରେ ମୋଟ ୯୧, ତେଲେଙ୍ଗାନାରେ ୭୭ ଓ ଗୁଜରାଟରେ ୭୦ ଜଣ କୋରୋନା ପଡିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୬୯, ତାମିଲ ନାଡୁରେ ୬୭, ଜାମ୍ମୁ ଓ କାଶ୍ମୀରରେ ୪୯, ମଧ୍ୟ ପ୍ରଦେଶରେ ୪୭, ପଞ୍ଜାବରେ ୪୧ ଓ ହରିଆଣାରେ ଏ ପର୍ଯ୍ୟନ୍ତ ୩୬ ଜଣ ବ୍ୟକ୍ତି କରୋନା ଭାରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବିହାରରେ ଏହି ସଂଖ୍ୟା ୧୫ ଥିବା ବେଳେ ପଶ୍ଚିମ ବଙ୍ଗରେ ୨୨ ଓ ଆନ୍ଧ୍ର ପ୍ରଦେଶରେ ୨୩ରେ ପହଞ୍ଚିଛି ।

ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ କରୋନା ସଂକ୍ରମଣ ଆଶଙ୍କା ଦେଖାଦେଇଛି । ସମାବେଶରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ ନ କରିବା ଓ ଟିକେ ଅସାବଧାନତା କରୋନା ମହାମାରୀକୁ ଡାକି ଆଣିବା ଭଳି ପରିସ୍ଥିତି ସୃଷ୍ଟି କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀରେ ଦାଦନ ଶ୍ରମିକଙ୍କ ରହଣି ପାଇଁ କେଜରିୱାଲ ସରକାର ୧୧ଟି ସ୍କୁଲ ସମେତ ମୋଟ ୨୩୮ଟି ରାତ୍ରି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛନ୍ତି । ଆଇ.ସି.ଏମ୍‌.ଆର୍‌. ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ଦେଶରେ ୩୮,୪୪୨ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ଓ ସ୍ୱାବ ଟେଷ୍ଟ୍‌ ହୋଇଛି । ସେଥି ମଧ୍ୟରୁ ୧,୩୩୪ଟି ଘରୋଇ ଲାବରେ ଟେଷ୍ଟ କରାଯାଇଛି । କରୋନା ମୁକାବିଲା ତଥା ରୋଗୀଙ୍କ ଚିକିତ୍ସା ପାଇଁ ରେଳବାଇ ପକ୍ଷରୁ ୨୦,୦୦୦ ଟ୍ରେନ ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି ।
First published: March 31, 2020, 12:47 PM IST
corona virus btn
corona virus btn
Loading