କରୋନା ଭାଇରସ: ଚ଼ୀନରେ ମୃତ୍ୟୁ ସଂଖ୍ୟା ୩୬୧; ସଂକ୍ରମିତ କେରଳୀଙ୍କ ସହ ଥିବା ୮ ବଙ୍ଗାଳୀ ଚ଼ିହ୍ନଟ

ଗତ କାଲି (ରବିବାର) ଗୋଟିଏ ଦିନରେ ଚ଼ୀନରେ ୫୭ ଜଣଙ୍କର ମୃତ୍ୟୁ ଘଟିଛି । ଆଜି (ସୋମବାର) ବର୍ତ୍ତମାନ ସୁଦ୍ଧା ୧୭,୨୦୫ ଜଣ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବିମାନରେ କେରଳ ଲୋକଙ୍କ ଆଗ ଓ ପଛ ସିଟରେ ଚ଼ୀନର ବାସିନ୍ଦା ବସିଥିଲେ । କୋଲକାତା ବିମାନ ବନ୍ଦରରେ ଦୁଇ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି – ଜଣେ ଆସାନସୋଲର ଓ ଜଣେ ଓଡ଼ିଶାର ।

କରୋନା ଭାଇରସ: ଚ଼ୀନରେ ମୃତ୍ୟୁ ସଂଖ୍ୟା ୩୬୧; ସଂକ୍ରମିତ କେରଳୀଙ୍କ ସହ ଥିବା ୮ ବଙ୍ଗାଳୀ ଚ଼ିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 3, 2020, 1:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ଯୋଗୁଁ ଚ଼ୀନରେ ୩୬୧ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । କେବଳ ରବିବାର ଦିନ ୫୭ ଜଣଙ୍କର ମୃତ୍ୟୁ ଘଟିଛି । ଆଜି (ସୋମବାର) ଚ଼ୀନର ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୧୭,୨୦୫ ଜଣ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

ଚ଼ୀନର ସ୍ବାସ୍ଥ୍ୟ କମିଶନଙ୍କ ଦ୍ବାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଫେବୃୟାରୀ ୨ ତାରିଖ ସୁଦ୍ଧା ୨,୮୨୯ଟି ନୂଆ ସଂକ୍ରିମତ ରୋଗୀ ଚିହ୍ନଟ ହେବା ସହ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୭,୨୦୫ ରେ ପହଞ୍ଚିଛି ।

ରବିବାର ମୃତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରୁ ୫୬ ଜଣ ହୁଏଇ ପ୍ରଦେଶର, ଯେଉଁଠାରୁ ଏହି ଭାଇରସର ସଂକ୍ରମଣ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଚ଼ୀନର ଦକ୍ଷିଣ ପଶ୍ଚିମ ଚୋଙ୍ଗକିଂରେ ଜଣଙ୍କର ମୃତ୍ୟୁ ଘଟିଥିବା କମିଶନ ସୂଚନା ଦେଇଛନ୍ତି । ରବିବାର ମୋଟ ୫,୧୭୩ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରବିବାର ୧୮୬ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଯାଇଥିଲେ ଏବଂ ୧୪୭ ଜଣଙ୍କୁ ସୁସ୍ଥ ହେବାପରେ ଛାଡି ଦିଆଯାଇଥିଲା । କମିଶନ କହିଛନ୍ତି, ୨,୨୯୬ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରହିଥିବାବେଳେ ୨୧,୨୫୮ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ମୋଟ ୪୭୫ ଜଣଙ୍କୁ ସୁସ୍ଥ ହେବାପରେ ଛାଡିଦିଆଯାଇଛି ।

ଉହାନରେ ୧୦ ଦିନ ମଧ୍ୟରେ ଚ଼ୀନ ଏକ ୧,୦୦୦ ବିଛଣା ଥିବା ହସ୍ପିଟାଲ ସ୍ଥାପନ କରିଛି ଉହାନ ହିଁ କରୋନା ଭାଇରସର କେନ୍ଦ୍ର ସ୍ଥଳ ଅଟେ । ଆସନ୍ତା ବୁଧବାର ସୁଦ୍ଧା ୨,୩୦୦ ବିଛଣା ବିଶିଷ୍ଟ ଅନ୍ୟ ଏକ ମେଡିକାଲ କେନ୍ଦ୍ର ଖୋଲାଯିବ ବୋଲି ଆଧିକାରିକ ସୂତ୍ରରୁ ଜଣାଯାଇଛି ।

ପଶ୍ଚିମ ବଙ୍ଗ ସରକାର ରବିବାର ଦିନ ୮ ଜଣ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିଛି, ଯେଉଁମାନେ ସଂକ୍ରମିତ କେରଳ ଯାତ୍ରୀଙ୍କ ସହ ଗୋଟିଏ ବିମାନରେ ଆସିଥିଲେ । କେରଳରେ ଦୁଇ ଜଣ କୋରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଲେଣି ।

‘‘ଜାନୁୟାରୀ ୨୩ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଜଣ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଆସାନସୋଲର ହୋଇଥିବାବେଳେ ଅନ୍ୟ ଜଣେ ଓଡ଼ିଶା ଲୋକ ଥିଲେ । ଅନ୍ୟ ଛଅ ଜଣଙ୍କୁ ମଧ୍ୟ ପରେ ଚିହ୍ନଟ କରାଯାଇସାରିଛି,’’ କହିଛନ୍ତି ପଶ୍ଚିମ ବଙ୍ଗର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

ଏହି ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ  କରୋନା ଭାଇରସରେ ଆକ୍ରାନ୍ତ କେରଳ ଲୋକମାନଙ୍କ ଆଗ ଓ ପଛ ସିଟରେ ଚ଼ୀନର ବାସିନ୍ଦା ବସିଥିଲେ । ଜଣେ ଯାତ୍ରୀ ନୂଆ ଦିଲ୍ଲୀର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ପଶ୍ଚିମ ବଙ୍ଗର ବୋଲି ସେ କହିଥିଲେ ।
First published: February 3, 2020, 1:42 PM IST
corona virus btn
corona virus btn
Loading