ରାଜ୍ୟରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା; ଆଜି ଗଲା ଆଉ ୧୧ ଜୀବନ; ୩,୦୨୫ ନୂଆ ଆକ୍ରାନ୍ତ

ଓଡ଼ିଶା ପାଇଁ ଅଧିକ ଅଡୁଆ ସାଜିଥିଲା ଅଗଷ୍ଟ ମାସ । ଗୋଟିଏ ମାସରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୩୦୦ରୁ ଅଧିକ ସଂକ୍ରମିତ ଆଖି ବୁଜିଥିଲେ । ଅଗଷ୍ଟ ୧ରେ ରାଜ୍ୟରେ ପଜିଟିଭ ସଂଖ୍ୟା ୩୩,୪୭୯ ଥିଲା; ମାସ ଶେଷରେ ଏହା ୧,୦୩,୫୩୬ରେ ପହଞ୍ଚିଥିଲା ।

ରାଜ୍ୟରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା; ଆଜି ଗଲା ଆଉ ୧୧ ଜୀବନ; ୩,୦୨୫ ନୂଆ ଆକ୍ରାନ୍ତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2020, 3:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୦୨୫ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

୧୧ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ଅଛନ୍ତି । ନୟାଗଡ଼, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଜଣେ ୭୩ ବର୍ଷୀୟ ପୁରୁଷ ଓ ୫୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀରେ ୪୦ ଓ ୮୫ ବର୍ଷ ବୟସ୍କ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାରେ ଜଣେ ୮୦ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରେ ଜଣେ ୭୪ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ାରେ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ ୬୦, ୩୫, ୪୦ ଓ ୪୫ ବର୍ଷ ।

ନୂଆ ଚିହ୍ନଟ ହୋଇଥିବା ୩,୦୨୫ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧,୮୪୪ ଜଣ ଥିବା ବେଳେ ୧,୧୮୧ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଏଥି ସହ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


କଟକରୁ ୩୧୨, ମୟୂରଭଞ୍ଜରୁ ୨୧୫ ଓ ଗଞ୍ଜାମରୁ ୨୦୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧୩୯, ପୁରୀରୁ ୧୩୬, ଢେଙ୍କାନାଳରୁ ୧୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୧୨୮, ଭଦ୍ରକରୁ ୯୪, ଯାଜପୁରରୁ ୮୫, ସମ୍ବଲପୁରରୁ ୮୩, କଳାହାଣ୍ଡିରୁ ୮୨, ନୂଆପଡ଼ାରୁ ୭୯, ଜଗତସିଂହପୁରରୁ ୭୮, ବରଗଡ଼ରୁ ୬୧ ଓ ଝାରସୁଗୁଡ଼ାରୁ ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ନୟାଗଡ଼ରୁ ୬୭, ଅନୁଗୁଳରୁ ୫୮, ସୁନ୍ଦରଗଡ଼ରୁ ୫୬, କେନ୍ଦୁଝରରୁ ୫୦, ନବରଙ୍ଗପୁରରୁ ୪୬, ବାଲେଶ୍ବରରୁ ୪୦, ମାଲକାନଗିରିରୁ ୩୨, ଗଜପତିରୁ ୨୯, ବଲାଙ୍ଗିରରୁ ୨୪, ରାୟଗଡ଼ାରୁ ୧୩ ଜଣ ଓ କନ୍ଧମାଳ ଏବଂ ସୁବର୍ଣ୍ଣପୁରରୁ ୨୨ ଜଣ ଲେଖାଏଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୌଦ୍ଧରୁ ୯ ଓ ଦେବଗଡ଼ରୁ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭,୨୮୬ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୭୧୯ ଜଣ ଚିକିତ୍ସାଧୀନ ଅଛନ୍ତି ।

ଓଡ଼ିଶା ପାଇଁ ଅଧିକ ଅଡୁଆ ସାଜିଥିଲା ଅଗଷ୍ଟ ମାସ । ଗୋଟିଏ ମାସରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୦ରୁ ଅଧିକ ସଂକ୍ରମିତ ଆଖି ବୁଜିଥିଲେ । ଅଗଷ୍ଟ ୧ ତାରିଖରେ ରାଜ୍ୟରେ ପଜିଟିଭ ସଂଖ୍ୟା ୩୩,୪୭୯ ଥିବା ବେଳେ ମାସ ଶେଷରେ ଏହା ୧,୦୩,୫୩୬ରେ ପହଞ୍ଚିଥିଲା ।

ଅଗଷ୍ଟ ମାସରେ ଖୋର୍ଦ୍ଧା ଓ କଟକ ଅଧିକ ଚିନ୍ତା ବଢ଼ାଇଥିଲେ । ଖୋର୍ଦ୍ଧାରେ ଏବେ ପଜିଟିଭ ସଂଖ୍ୟା ୧୭,୪୨୮ ଜଣ ପଜିଟିଭ ଥିବା ବେଳେ ଏଥିରୁ କେବଳ ଅଗଷ୍ଟରେ ହିଁ ୧୨,୨୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି । କଟକରେ ଏ ଯାଏଁ ଚିହ୍ନଟ ହୋଇଥିବା ୮,୫୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗତ ମାସକରେ ୬,୦୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ସ୍ଥିତି ଟିକେ ସୁଧୁରିଛି । ଜିଲ୍ଲାରେ ଏବେ ୧୮,୦୬୯ ଜଣ ପଜିଟିଭ ଥିବା ବେଳେ ଏଥିରୁ ଅଗଷ୍ଟରେ ୭,୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି

ଏହା ବି ପଢ଼ନ୍ତୁ ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’

ଇତି ମଧ୍ୟରେ ବିଶ୍ବର ନୂଆ କରୋନା ହଟସ୍ପଟ ପାଲଟିଛି ଭାରତ । କ୍ରମାଗତ ଭାବେ ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଦିନକରେ ୬୯,୯୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ ୮୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୫,୨୮୮କୁ ବୃଦ୍ଧି ପାଇଛି ।



ଦେଶରେ ପଜିଟିଭ୍‌ ସଂଖ୍ୟା ୩୬ ଲକ୍ଷ ୯୧ ହଜାର ୧୬୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୧୮୪ ଜଣଙ୍କ ଜୀବନ ନେଇଛି ଏହି କିଲର ଭାଇରସ । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କରୋନାରେ ୨୪,୫୮୩ ଜଣଙ୍କ ମୃତ୍ୟୁ ହେଲାଣି । ଏ ପର୍ଯ୍ୟନ୍ତ ଦେଶରେ ୨୮ ଲକ୍ଷ ୩୯ ହଜାର ୮୮୨ ଜଣ କରୋନାରୁ ସୁସ୍ଥ ହୋଇ ସାରିଲେଣି । ଭାରତରେ କରୋନା ସୁସ୍ଥତା ହାର ୭୬.୯୪%କୁ ବୃଦ୍ଧି ପାଇଛି । ୭ ଲକ୍ଷ ୮୫ ହଜାର ୯୯୬ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
Published by: Anand Shankar Thankur Das
First published: September 1, 2020, 3:30 PM IST
corona virus btn
corona virus btn
Loading