କରୋନା ଏ ଥର ଇଦ୍ ବଜାରକୁ ମାନ୍ଦା କରିଦେଲା: ଦୋକାନ ଖୋଲା, ହେଲେ ଗ୍ରାହକ ନାହାନ୍ତି

ଅନ୍ୟ ମୁସଲମାନଙ୍କ ପରି ଅତର ବ୍ୟବସାୟୀ ଇକବାଲ ବର୍ଷ ସାରା ଇଦକୁ ଅପେକ୍ଷା କରିଥିଲେ । ‘‘ଏଥର ତ ସବୁ ବନ୍ଦ । ବେପାର ଜମ୍ମା ନାହିଁ। ମୁଁ ଦୋକାନ ଖୋଲିଛି, ହେଲେ ଲୋକ ନାହାନ୍ତି,’’ ସେ ଦୁଃଖରେ କହିଛନ୍ତି ।

କରୋନା ଏ ଥର ଇଦ୍ ବଜାରକୁ ମାନ୍ଦା କରିଦେଲା: ଦୋକାନ ଖୋଲା, ହେଲେ ଗ୍ରାହକ ନାହାନ୍ତି
ନିଜ ଅତର ଦୋକାନ ଖୋଲି ବସିଛନ୍ତି ଇକବାଲ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ଇଦ୍। ମାସ ଯାକ ରୋଜା ରଖିବା ପରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମିଶି ଇଦ୍ ପାଳନ କରିଥାନ୍ତି ମୁସଲମାନ ଭାଇଭଉଣୀ। ହେଲେ କରୋନା କଟକଣା ପାଇଁ ଏବେ ବନ୍ଦ ରହିଛି ସମସ୍ତ ଧାର୍ମିକ ପୀଠ। ତେଣୁ ଏଥର ମସଜିଦ ନୁହେଁ, ଘରେ ଘରେ ହୋଇଛି ନମାଜ ପାଠ। ରବିବାର ଇଦର ଚାନ୍ଦ ଦେଖିବା ପରେ ରୋଜା ଖୋଲିଥିଲେ ସେମାନେ । ଆଉ ସୋମବାର ପାଳନ କରିଛନ୍ତି ଇଦ୍।

ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ମସଜିଦ ଆଗରେ ଲାଗିଯାଏ ଗହଳି। ଆରମ୍ଭ ହୋଇଯାଏ ବ୍ୟବସାୟ। ଲଚ୍ଛା, ଖଜୁରୀ, ଫାଲୁଦା, କାଜୁ, କିସମିସ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ଓ ପାନୀୟର ଆସର ବି ଜମେ। ଏହାକୁ ନେଇ ମାସ ସାରା ରୋଜା ରଖିଥାନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ। ଆଉ ଇଦ୍ ଦିନ ବେଶ ଜମିଥାଏ ବେପାର। ହେଲେ ଏଥର ସବୁ ଖାଁ ଖାଁ। ଏଥର ଘରେ ରହି କୋରାନ ପାଠ କରିଛନ୍ତି ସମସ୍ତେ। ଏଥି ସହ ସାମାଜିକ ଦୂରତ୍ୱ ରକ୍ଷା କରି ଦାନଧର୍ମ ବି କରିଛନ୍ତି।

‘‘ବର୍ଷ ଯାକ ଏହି ସମୟକୁ ଅପେକ୍ଷା ଥାଏ। କାରଣ ବେଶ ଦୁଇ ପଇସା ଏହି ସମୟରେ ରୋଜଗାର ହୁଏ। ଖାଦ୍ୟପେୟ ସହ ଭଳିକି ଭଳି ଅତର, ରୁମାଲ ବେପାର ଜମେ ମସଜିଦ ଆଗରେ। ହେଲେ ଏଥର ତା ସବୁ ବନ୍ଦ। ବେପାର ବି ନାହିଁ। ଇଦ୍ ପାଇଁ ଦୋକାନ ଖୋଲିଛି। ହେଲେ ଲୋକ ନାହାନ୍ତି,’’ ଦୁଃଖର ସହ କହିଛନ୍ତି ଅତର ବ୍ୟବସାୟୀ ଇକବାଲ।

ଇଦ୍ ପାଇଁ ଘରେ ଘରେ ଭଳିକି ଭଳି ଖାଦ୍ୟ ଓ ପାନୀୟର ଆସର ଜମିଛି ।


ତ୍ୟାଗ ଓ ବଳିଦାନର ପର୍ବ ଇଦ୍। ଦାନ ଧର୍ମ ସହ ବନ୍ଧୁବାନ୍ଧବଙ୍କ ସହ ମିଶି ଇଦ୍ ପାଳନ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ମସଜିଦ ନୁହେଁ ଘରେ ଘରେ ହୋଇଛି ନମାଜ ପାଠ। ଆଉ ବନ୍ଧୁବାନ୍ଧବଙ୍କ ପରିବର୍ତ୍ତେ କେବଳ ପରିବାର ସଦସ୍ୟଙ୍କ ସହ ଇଫତାର କରିଛନ୍ତି।

‘‘ଏଥର ଆମେ କୁଆଡେ ଯାଇପାରିଲୁ ନାଁ ଘରକୁ କେହି ଅତିଥି ଆସି ପାରିଲେ। ତେଣୁ ସମାଜର ମଙ୍ଗଳ ଓ ସୁରକ୍ଷା ପାଇଁ  କେବଳ ପରିବାର ସଦସ୍ୟ ବସି କୋରାନ ପାଠ କରିଛୁ। ଆଉ ତୁରନ୍ତ ସମାଜରୁ କୋରନା ଭୟ ଦୂରେଇ ଯାଉ ବୋଲି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଛୁ,’’ କହିଛନ୍ତି ଯୁବ ଉଦ୍ୟୋଗଶିଳ୍ପୀ ଶେଖ ତାରିଖ ଅଲ୍ଲୀ । ‘‘ସରକାରଙ୍କ ନିୟମ ମାନି ଆମେ ଘରେ ରହିଛୁ। ଆଉ ପରିବାର ସହ ମିଶିକି ଇଦ୍ ପାଳିଛୁ। ଇଦ୍ ପାଇଁ ଘରେ ପ୍ରସ୍ତୁତ ହୋଇଛି ବିରିୟାନି, ଲଚ୍ଛା, ଖିରି ଭଳି ଭଳିକି ଭଳି ଖାଦ୍ୟ,’’ ସେ କହିଛନ୍ତି ।

ସକାଳୁ ସକାଳୁ ନମାଜ ପାଠ କରିବା ସହ ନୂଆ ପୋଷାକ ପିନ୍ଧି ଆଲ୍ଲାଙ୍କ ସ୍ମରଣ କରିଥାନ୍ତି ମୁସଲିମମାନେ । ଆଉ ଆନନ୍ଦର ସହ ଆରମ୍ଭ ହୁଏ ଇଫତାର । ପ୍ରତି ବର୍ଷ ଏହି ଦିନ ସ୍ୱତନ୍ତ୍ର ଇଫତାର ପାର୍ଟିର ଆୟୋଜନ କରିଥାନ୍ତି ସାଂସଦ ମୁନ୍ନା ଖାଁ। ସେଥିରେ ସାମିଲ ହୋଇଥାନ୍ତି ଅନେକ ନାମିଦାମୀ ଲୋକ। ହେଲେ ସରକାରଙ୍କ ନିୟମ ମାନିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ଚଳିତ ବର୍ଷ ସବୁ ବନ୍ଦ ରହିଛି।

‘‘ଏହି ଦିନ ସବୁ ରାଗ ଅଭିମାନ ଭୁଲି ସମସ୍ତେ ଏକାଠି ହୋଇଥାନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଥାନ୍ତି ଇଫତାର ପାର୍ଟିରେ । ସମସ୍ତଙ୍କୁ ଏକତ୍ର କରିବାର ଏହା ଏକ ବଡ ସୁଯୋଗ । କିନ୍ତୁ କୋଭିଡ-୧୯ ପାଇଁ ଚଳିତ ବର୍ଷ ସବୁ ବନ୍ଦ ହୋଇଯାଇଛି,’’ ବୋଲି କହିଛନ୍ତି ସାଂସଦ ମୁନ୍ନା ଖାଁ।
ବିଶ୍ୱାସ ରହିଛି ଯେ ନିଜ ଉପାର୍ଜିତ ଧନରୁ ଅଢ଼େଇ ପ୍ରତିଶତ ଗରିବଙ୍କୁ ଦାନ କଲେ ଆଲ୍ଲାଙ୍କ ଆଶୀର୍ବାଦ ମିଳିଥାଏ। ତେଣୁ ନିଜ ଖୁସିରେ ଦାନ ଧର୍ମ ସହ ଇଦ୍ ପାଳନ କରିଛନ୍ତି ମୁସଲମାନ ଲୋକେ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 11:35 PM IST
corona virus btn
corona virus btn
Loading