ହାଇଦ୍ରାବାଦରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଲେ ୩୩ ବର୍ଷୀୟ ସାମ୍ବାଦିକ

କ୍ରାଇମ୍ ରିପୋର୍ଟର୍ ଭାବେ କାର୍ଯ୍ୟ କରୁଥିବା ମନୋଜ କୁମାରଙ୍କର ମାତ୍ର ଆଠ ମାସ ତଳେ ବିବାହ ହୋଇଥିଲା । ନିକଟରେ ତାଙ୍କ ଭାଇ ଓ ଭାଉଜଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସେ ସେମାନଙ୍କ ପୁଅକୁ ପାଳନ କରିବାର ଭାର ନେଇଥିଲେ ।

ହାଇଦ୍ରାବାଦରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଲେ ୩୩ ବର୍ଷୀୟ ସାମ୍ବାଦିକ
ଟିଭି୫ (TV5)ର କ୍ରାଇମ୍ ରିପୋର୍ଟର୍ ମନୋଜ କୁମାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: କରୋନା ଭାଇରସରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ହସପିଟାଲରେ ଭର୍ତ୍ତି ହେବାର ଦିନକ ପରେ ଜଣେ ୩୩ ବର୍ଷୀୟ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି । ଟିଭି୫ (TV5)ରେ କ୍ରାଇମ୍‌ ରିପୋର୍ଟର୍‌ ଭାବେ କାର୍ଯ୍ୟ କରୁଥିବା ମନୋଜ କୁମାରଙ୍କର ଅନ୍ୟ କୌଣସି ରୋଗ ନ ଥିଲା । ତାଙ୍କ ମୃତ୍ୟୁ ଯୋଗୁଁ ହାଇଦ୍ରାବାଦର ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି ।

ହାଇଦ୍ରାବାଦର ଗାନ୍ଧି ହସପିଟାଲରେ ମନୋଜ କୁମାରଙ୍କୁ ଆଜି ମୃତ ଘୋଷିତ କରାଯାଇଥିଲା । ତାଙ୍କର ମାତ୍ର ଆଠ ମାସ ତଳେ ହିଁ ବିବାହ ହୋଇଥିଲା । ନିକଟରେ ତାଙ୍କ ବଡ଼ ଭାଇ ଓ ଭାଉଜଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସେ ସେମାନଙ୍କ ଏକ ମାତ୍ର ପୁଅକୁ ପାଳନ କରିବାର ଭାର ନିଜ ଉପରେ ନେଇଥିଲେ ଓ ନିଜ ପତ୍ନୀଙ୍କ ସହ ପିଲା ଜନ୍ମ କରିବେ ନାହିଁ ବୋଲି ଘୋଷଣା କରିଥିଲେ ।

ତେଲେଙ୍ଗାନାର ମଦନ୍ନାପେଟରୁ ନିବାସୀ ମନୋଜ କୁମାର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ କ୍ରାଇମ ରିପୋର୍ଟର ଭାବରେ କାର୍ଯ୍ୟ କରିଥିଲେ । ଦିନକ ତଳେ ସେ କୋଭିଡ-୧୯ରେ ପୀଡ଼ିତ ହୋଇଛନ୍ତି ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ତାଙ୍କୁ ପ୍ରଥମେ ନାଲାକୁଣ୍ଟା ଜ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଗାନ୍ଧୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଦିନକ ତଳେ ସେ କୋଭିଡ-୧୯ରେ ପୀଡ଼ିତ ହୋଇଛନ୍ତି ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା ।


ଯଦିଓ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ତାଙ୍କର ଅନ୍ୟ କୌଣସି ରୋଗ ନ ଥିଲା, ମନୋଜ କୁମାରଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ସେ ମ୍ୟାସ୍ଥେନିଆ ଗ୍ରାଭିସ୍‌ ନାମକ ଏକ ରୋଗରେ ପୀଡ଼ିତ ଥିଲେ । ଏହି ରୋଗରେ ଶରୀରର ମାଂସପେଶୀଗୁଡ଼ିକ ଚଳପ୍ରଚଳ ହେବା ବନ୍ଦ ହୋଇଯାଏ । ଏପରିକି ଶ୍ୱାସପ୍ରଶ୍ୱାସରେ ଲାଗିଥିବା ମାଂସପେଶୀଗୁଡ଼ିକ ବି କାମ କରିବା ବନ୍ଦ ହୋଇଯାଏ ।

‘‘ମନୋଜ କୁମାରଙ୍କ ମୃତ୍ୟୁ ବାଇଲାଟେରାଲ ନ୍ୟୁମୋନିଆ ସହିତ କୋଭିଡ-୧୯ କାରଣରୁ ହୋଇଛି । ମ୍ୟାସ୍ଥେନିଆ ଗ୍ରାଭିସ୍‌ ରୋଗ ଯୋଗୁଁ ପୂର୍ବରୁ ତାଙ୍କର ଥାଇମସ୍‌ ଗ୍ଲାଣ୍ଡ୍‌ ସର୍ଜରୀ ହୋଇଥିଲା,’’ କହିଛନ୍ତି ଗାନ୍ଧି ହସପିଟାଲର ଉପାଧ୍ୟକ୍ଷ ।

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ୍ (ଜି.ଏଚ୍.ଏମ.ସି.) ଅଞ୍ଚଳରେ କରୋନା ଭାଇରସ୍‌ ଚିନ୍ତାଜନକ ଢଙ୍ଗରେ ବ୍ୟାପିଚାଲିଛି । ଶନିବାର ଦିନ ୧୫୨ଟି ନୂଆ ମାମଲା ସାମନାକୁ ଆସିଛି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 7, 2020, 7:12 PM IST
corona virus btn
corona virus btn
Loading