ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୯୭; ପୁଣି ୧,୪୩୪ ନୂଆ ମାମଲା
ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ ଓ ସୁନ୍ଦରଗଡ଼, ଯାଜପୁର ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଜଣ ଅଛନ୍ତି । ବାକି ୫୪୫ ଜଣ ସ୍ଥାନୀୟ ବାସିନ୍ଦା ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: August 2, 2020, 1:47 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ଦଶ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ ଓ ସୁନ୍ଦରଗଡ଼, ଯାଜପୁର ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୪ ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣ ୫୭ ବର୍ଷୀୟ ପୁରୁଷ ଥିବା ବେଳେ ଦୁଇ ଜଣ ୯୪ ଓ ୪୫ ବର୍ଷୀୟା ମହିଳା ଅଛନ୍ତି । ଜଣେ ୫୭ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ଓ ଅନ୍ୟ ଜଣଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା। ୯୪ ଓ ୪୫ ବର୍ଷୀୟା ମହିଳାଙ୍କର ବି ପୂର୍ବରୁ କୌଣସି ରୋଗ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାର ତିନି ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୫୮ ବର୍ଷୀୟ ପୁରୁଷ ଓ ଦୁଇ ଜଣ ୭୮ ଓ ୬୦ ବର୍ଷୀୟା ମହିଳା ଅଛନ୍ତି । ୫୮ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୭୮ ବର୍ଷୀୟା ମହିଳା ଉଚ୍ଚ ରକ୍ତଚାପ ଓ ଡିଲେଟେଡ୍ କାର୍ଡିଓ ମାୟୋପାଥି ରୋଗରେ ପୀଡ଼ିତ ଥିଲେ । ୬୦ ବର୍ଷୀୟା ମହିଳା ଉଚ୍ଚ ରକ୍ତଚାପ, ମଧୁମେହ ଓ କ୍ରୋନିକ୍ କିଡନୀ ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ସୁନ୍ଦରଗଡ଼ରେ ମୃତ୍ୟ ବରଣ କରିଥିବା ୫୬ ବର୍ଷୀୟ ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ, ଇସକେମିକ୍ ହୃଦ୍ ରୋଗ ଓ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ରୋଗରେ ପୀଡ଼ିତ ଥିଲେ । ଯାଜପୁରରେ ମୃତ୍ୟ ବରଣ କରିଥିବା ୪୯ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପରେ ପୀଡ଼ିତ ଥିଲେ । ସୁନ୍ଦରଗଡ଼ରୁ ମୃତ୍ୟ ବରଣ କରିଥିବା ୬୭ ବର୍ଷୀୟ ପୁରୁଷ ଯକ୍ଷ୍ମା ଓ ଡ୍ରଗ ଇଣ୍ଡୁସ୍ଡ ହେପାଟାଇଟିସ୍ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଜଣ ଅଛନ୍ତି । ବାକି ୫୪୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ କୁ ବୃଦ୍ଧି ପାଇଛି ।
ଆଜି ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୯୭, କଟକରୁ ୧୨୩, ଗଜପତିରୁ ୯୧, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ଯାଜପୁରରୁ ୫୭, ସମ୍ବଲପୁରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯, ବାଲେଶ୍ୱରରୁ ୧୨, ବରଗଡ଼ରୁ ୫, ଭଦ୍ରକରୁ ୨୫, ବୌଦ୍ଧରୁ ୫, ଦେଓଗଡରୁ ୨, ଢେଙ୍କାନାଳରୁ ୧୩, ଜଗତସିଂହପୁରରୁ ୧୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦ୍ରପଡ଼ାରୁ ୨୨, କେନ୍ଦୁଝରରୁ ୨, କୋରାପୁଟରୁ ୧୨, ମାଲକାନିଗିରିରୁ ୨୪, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୨, ନୟାଗଡରୁ ୭, ନୂଆପଡାରୁ ୭ ଓ ସୋନପୁରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ମୃତ୍ୟୁ ତଦନ୍ତ: ରିୟାଙ୍କ ଖୋଜଖବର ନାହିଁ; ବିହାର ପୋଲିସ୍ ଲୁକ୍-ଆଉଟ୍ ନୋଟିସ ଜାରି କରିପାରେ
ଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୧,୨୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୩,୪୦୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ୧୨ ଦିନ ହେବ ପ୍ରତି ଦିନ ୧,୦୦୦ ପାର୍ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।