କରୋନା ଭାଇରସ୍ ନେଲା ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ୍ ଘୋଷ୍‌ଙ୍କ ଜୀବନ

ଜନ ଜୀବନରେ ସକ୍ରିୟ ଥିବା ବେଶ୍ କିଛି ଲୋକ କରୋନା ଭାଇରସ୍ ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି । ଘୋଷଙ୍କ ମୃତ୍ୟୁର କିଛି ଦିନ ଆଗରୁ ଏହି ମହାମାରୀ ଯୋଗୁଁ ତାମିଲ ନାଡୁର ଡିଏମକେର ନେତା ଜେ. ଅନବାଝଗାନ୍ ଚେନ୍ନାଇର ଏକ ହସପିଟାଲରେ ପ୍ରାଣ ହରାଇଥିଲେ ।

କରୋନା ଭାଇରସ୍ ନେଲା ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ୍ ଘୋଷ୍‌ଙ୍କ ଜୀବନ
ଆଜି କରୋନା ଭାଇରସ୍ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କରିଥିବା ବିଧାୟକ ତମୋନାଶ୍ ଘୋଷ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ୍‌ ଘୋଷ (TMC MLA Tamonash Ghosh) ୬୦ ବର୍ଷ ବୟସରେ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେ ଗତ ମାସରେ କରୋନା ଭାଇରସ୍ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲେ ଓ ଚିକିତ୍ସାରେ ଥିଲେ ।

ଦକ୍ଷିଣ ୨୪ ପରଗଣା (South 24 Pargana) ଜିଲ୍ଲାର ଫାଲ୍ଟା (Falta) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ରହିଥିବା ଘୋଷ୍‌ କୋଭିଡ-୧୯ (COVID-19) ରୋଗରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ ।

‘‘ଏଇଟା ଅତି ଦୁଃଖର କଥା । ୧୯୯୮ ମସିହାରୁ ଫାଲ୍ଟାରୁ ବିଧାୟକ ଥିବା ଓ ଆମ ପାର୍ଟିର କୋଷାଧ୍ୟକ୍ଷ ଥିବା ତମୋନାଶ୍‌ ଘୋଷଙ୍କୁ ଆଜି ଆମକୁ ଛାଡ଼ି ଚାଲିଗଲେ । ୩୫ ବର୍ଷରୁ ଅଧିକ ସମୟ ଆମ ସହିତ ରହି ସେ ଜନତା ପାଇଁ ତଥା ଆମ ଦଳ ପାଇଁ ଉତ୍ସର୍ଗୀକୃତ ଥିଲେ । ସାମାଜିକ କାର୍ଯ୍ୟ ଜରିଆରେ ସେ ବହୁତ ଅବଦାନ ଦେଇଥିଲେ,’’ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଟୁଇଟ୍ କରି କହିଛନ୍ତି ।



ମମତା ଆହୁରି କହିଛନ୍ତି ଯେ ଘୋଷ ଏକ ଶୂନ୍ୟ ସ୍ଥାନ ଛାଡ଼ି ଯାଇଛନ୍ତି ଯାହା ପୂରଣ କରିବା କଷ୍ଟକର ହେବ । ‘‘ଆମ ସମସ୍ତଙ୍କ ତରଫରୁ ତାଙ୍କ ପତ୍ନୀ ଝରଣା, ତାଙ୍କର ଦୁଇ ଝିଅ, ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ହୃଦୟରୁ ସମବେଦନା ଜଣାଉଛି,’’ ମମତା କହିଛନ୍ତି ।

ଜନ ଜୀବନରେ ସକ୍ରିୟ ଥିବା ବେଶ୍‌ କିଛି ଲୋକ କରୋନା ଭାଇରସ୍‌ ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି । ତମୋନାଶ୍‌ ଘୋଷଙ୍କ ପୂର୍ବରୁ କରୋନା ଭାଇରସ୍ ମହାମାରୀ ଯୋଗୁଁ ଏହି ମାସ ଆରମ୍ଭରେ ତାମିଲ ନାଡୁର ନେତା ଓ ଡିଏମକେର ଅନ୍ୟତମ ପ୍ରମୁଖ ଚେହେରା ଜେ. ଅନବାଝଗାନ୍ ଚେନ୍ନାଇରେ ଏକ ସପ୍ତାହରୁ ଅଧିକ ସମୟ ଧରି କୋଭିଡ-୧୯ ସହ ଢ଼େଇ କରିବା ପରେ ଚେନ୍ନାଇରେ ମୃତ୍ୟୁ ବରଣ କରିଥିଲେ ।

କୋଭିଡ-୧୯ ପାଇଁ ଟିକା ଖୋଜିବା ପାଇଁ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଗବେଷକମାନେ କହିଛନ୍ତି ଯେ ବୃଦ୍ଧ ବ୍ୟକ୍ତି, ଶିଶୁ ଓ ଜଟିଳତା ଥିବା ଲୋକଙ୍କ ପାଇଁ ଏହି ମହାମାରୀ ଅଧିକ ବିପଦ ଆଣିପାରେ ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 7:03 PM IST
corona virus btn
corona virus btn
Loading