ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୧୬; ପୁଣି ୧,୪୮୪ ନୂଆ ମାମଲା ଚିହ୍ନଟ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଜଣ ଅଛନ୍ତି । ବାକି ୫୯୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧ ହେଲାଣି ।

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୧୬; ପୁଣି ୧,୪୮୪ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 4, 2020, 1:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ନଅ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏଥି ସହ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧,୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୬ ଜଣ, ଖୋର୍ଦ୍ଧା, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୬ ଜଣ ମୃତକଙ୍କ ମଧ୍ୟରୁ ଚାରି ଜଣ ୪୦, ୫୦, ୪୬ ଓ ୬୦ ବର୍ଷୀୟ ପୁରୁଷ ଥିବା ବେଳେ ଦୁଇ ଜଣ ୭୫ ଓ ୬୦ ବର୍ଷୀୟା ମହିଳା ଅଛନ୍ତି । ଚାରି ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ୪୦ ଓ ୪୬ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ ଓ ୬୦ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଅନ୍ୟ ଜଣଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା । ଦୁଇ ଜଣ ମହିଳାଙ୍କ ମଧ୍ୟରୁ ୭୫ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡିତ ଥିବା ବେଳେ ୬୦ ବର୍ଷୀୟ ମହିଳା କ୍ରୋନିକ୍ କିଡିନି, ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣେ ୫୫ ବର୍ଷୀୟ ପୁରୁଷ । ତାଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା । ପୁରୀ ଜିଲ୍ଲାର ମୃତକ ଜଣେ ୫୭ ବର୍ଷୀୟ ପୁରୁଷ ଥିଲେ ଓ ସେ ସେରେବ୍ରାଲ୍‌ ଭାସ୍କୁଲାର ରୋଗରେ ପୀଡ଼ିତ ଥିଲେ । ଯାଜପୁରରେ ମୃତ୍ୟ ବରଣ କରିଥିବା ୪୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଜଣ ଅଛନ୍ତି । ବାକି ୫୯୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୪କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଆଜି ସର୍ବାଧିକ ୨୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧, ସମ୍ବଲପୁରରୁ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୭ , ବରଗଡ଼ରୁ ୧୦, ଭଦ୍ରକରୁ ୪୦,ବଲାଙ୍ଗୀରରୁ ୫, ବୌଦ୍ଧରୁ ୨, ଢେଙ୍କାନାଳରୁ ୫୧,ଗଜପତିରୁ ୩୮, ଜଗତସିଂହପୁରରୁ ୨୦,ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରପଡ଼ାରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୪୯, ମାଲକାନିଗିରିରୁ ୩୪, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ ୩୧, ନୂଆପଡାରୁ ୩,ପୁରୀରୁ ୩୪, ସୁନ୍ଦରଗଡ଼ରୁ ୬୪ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା



ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୩,୦୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୪,୩୫୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Anand Shankar Thankur Das
First published: August 4, 2020, 1:35 PM IST
corona virus btn
corona virus btn
Loading