ରାଜ୍ୟରେ ଆହୁରି ୮ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୭୭; ପୁଣି ୧,୪୯୯ ନୂଆ ମାମଲା

ଆଠ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ଓ ଖୋର୍ଦ୍ଧା, ନୟାଗଡ଼,ଗଜପତି ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଥିଲେ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୯୧୪ ଜଣ ଅଛନ୍ତି । ବାକି ୫୮୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ ଆହୁରି ୮ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୭୭; ପୁଣି ୧,୪୯୯ ନୂଆ ମାମଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ଆଠ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏଥି ସହ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଠ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ଓ ଖୋର୍ଦ୍ଧା, ନୟାଗଡ଼,ଗଜପତି ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରର ଚାରି ଜଣ ମୃତକ ୮୧, ୪୯, ୪୫ ଓ ୭୩ ବର୍ଷୀୟ ପୁରୁଷ  ଥିଲେ । ୮୧ ବର୍ଷୀୟ ପୁରୁଷ ମଧୁମେହରେ ଓ ୭୩ ବର୍ଷୀୟ ପୁରୁଷ ପାର୍କିନ୍ସନିଜିମ୍ କରୋନାରୀ ଆର୍ଟେରୀ ସହ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗ  ପୀଡ଼ିତ ଥିଲେ। ୪୯ ଓ ୪୫ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା ।

ଖୋର୍ଦ୍ଧାର ମୃତକ ଜଣକ ୭୯ ବର୍ଷୀୟ ପୁରୁଷ ଥିଲେ ଓ ସେ ୟୁରେମିକ୍ ଏନସେଫାଲୋପାଥି ସହିତ ଉଚ୍ଚ ରକ୍ତଚାପ ଓ ବୃକକ୍ ଜନିତ ରୋଗରେ ପୀଡ଼ିତ ଥିଲେ। ନୟାଗଡ଼ର ମୃତକ ୮୨ ବର୍ଷୀୟ ପୁରୁଷ ଥିଲେ ଓ ସେ  ମଧୁମେହ ଉଚ୍ଚ ରକ୍ତଚାପ ଏବଂ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡ଼ିତ ଥିଲେ । ସୁନ୍ଦରଗଡ଼ର ମୃତ୍ୟ ବରଣ କରିଥିବା ୫୨ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଗଜପତିର ମୃତକ ୫୮ ର୍ଷୀୟ ପୁରୁଷ ଥିଲେ । ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୯୧୪ ଜଣ ଅଛନ୍ତି । ବାକି ୫୮୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଆଜି ସର୍ବାଧିକ ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢେଙ୍କାନାଳରୁ ୯୨, କୋରାପୁଟରୁ ୮୧ ,ନୟାଗଡ଼ରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୫, ବାଲେଶ୍ୱର ୩୭, ବରଗଡ଼ରୁ ୧୦ ,ବଲାଙ୍ଗୀରରୁ ୧୯ ,କଟକରୁ ୨୮, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୫୦, କେନ୍ଦ୍ରପଡ଼ାରୁ ୧୪ ,କେନ୍ଦୁଝରରୁ ୧୬, ମାଲକାନିଗିରିରୁ ୨୬, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୩୩, ନୂଆପଡ଼ାରୁ ୯, ପୁରୀରୁ ୩୬, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୫୬, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୭୫ ଓ ଭଦ୍ରକରୁ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୯,୭୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୧,୯୧୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ: ଅନଲକ୍‌ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍‌ ଓ ଯୋଗ ଅନୁଷ୍ଠାନ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ରାଜ୍ୟରେ ଚଳିତ ମାସରେ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ଦଶ ଦିନ ହେବ ୧,୦୦୦ ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।
Published by: Anand Shankar Thankur Das
First published: July 31, 2020, 1:52 PM IST
corona virus btn
corona virus btn
Loading