ଭାରତରେ କରୋନା ଦ୍ୱାରା ମୃତ୍ୟୁ ସଂଖ୍ୟା ୮କୁ ବଢ଼ିଲା; ମୁମ୍ବାଇରେ ଆଉ ଜଣେ ଚାଲି ଗଲେ

ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) କହିଛି । ଏ ପର୍ଯ୍ୟନ୍ତ ମୋଟ ୪୧୫ ଜଣ ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି ।

ଭାରତରେ କରୋନା ଦ୍ୱାରା ମୃତ୍ୟୁ ସଂଖ୍ୟା ୮କୁ ବଢ଼ିଲା; ମୁମ୍ବାଇରେ ଆଉ ଜଣେ ଚାଲି ଗଲେ
ୟୁରୋପରେ କରୋନା ଭାଇରସ୍ ପାଇଁ ୩,୨୦୦ ଲୋକଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହୋଇଛି ।
  • News18 Odia
  • Last Updated: March 23, 2020, 2:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ/ନୂଆ ଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏହି ରୋଗରୁ ଆରୋଗ୍ୟ ଲାଭ କରିଥିବା ଫିଲିପାଇନ୍ସର ଜଣେ ୬୮ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । କରୋନା ଭାଇରସ୍‌ ସଂକ୍ରମଣରେ ମୁମ୍ବାଇରେ ଏହା ହେଉଛି ତୃତୀୟ ମୃତ୍ୟୁ । ଏଥି ସହ ଭାରତରେ କରୋନା ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ି ୮ ହୋଇଛି ।

ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣର ଆହୁରି ୧୦ଟି ନୂଆ ମାମଲା ସାମନାକୁ ଆସିଥିବା ଜଣାପଡିଛି । ଏହି ୧୦ଟି ନୂଆ ମାମଲା ମଧ୍ୟରୁ ମୁମ୍ବାଇରୁ ୬ଟି ଓ ପୁଣେରୁ ୪ଟି ଆସିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବଢ଼ି ୭୪ରେ ପହଞ୍ଚିଛି । ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ କୋଭିଡ-୧୯ (COVID-19) ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି।

ବ୍ରିହଣମୁମ୍ବାଇ ମହାନଗର ପାଳିକା ଏକ ବିବୃତ୍ତିରେ କହିଛି ଯେ ଏହି ମୃତ ବ୍ୟକ୍ତି ଜଣକ କରୋନା ଭାଇରସରେ ସଂକ୍ରମିତ ହୋଇ ଏଠାରେ ଥିବା କସ୍ତୁରବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ତା’ ପରେ ରବିବାର ରାତିରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

ଏହି ବ୍ୟକ୍ତିଙ୍କୁ ମାର୍ଚ୍ଚ ୧୩ରେ କସ୍ତୁରବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଛନ୍ତି ଯେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ମଧୁମେହ ଓ ଆଜମା ରୋଗ ଆଗରୁ ଥିଲା । ତାଙ୍କ କିଡନୀ ମଧ୍ୟ ନଷ୍ଟ ହୋଇଯାଇଥିଲା, ଓ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ।

ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ, Indian Council of Medical Research, ICMR) କହିଛି । ଏ ପର୍ଯ୍ୟନ୍ତ ମୋଟ ୪୧୫ ଜଣ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକ୍ଡାଉନ୍ ଘୋଷଣା କରିଛନ୍ତି ।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ୮୦ଟି ଜିଲ୍ଲାରେ ଲକଡାଉନ୍ ନିର୍ଦ୍ଦେଶ ଦିଆଯାଇଛି । କିଛି ଲୋକ ଏହି ଲକଡାଉନକୁ ମାନୁ ନ ଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘‘ଅନେକ ଲୋକ ତଥାପି ଲକଡାଉନକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ଦୟାକରି ମାନନ୍ତୁ ଓ ନିଜକୁ ବଞ୍ଚାନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ । ନିର୍ଦ୍ଦେଶାବଳୀକୁ ଗମ୍ଭୀରତାର ସହିତ ଅନୁସରଣ କରନ୍ତୁ । ରାଜ୍ୟ ସରକାରମାନଙ୍କୁ ମୋର ଅନୁରୋଧ ଯେ ସେମାନେ ଲୋକଙ୍କୁ ନିୟମ ପାଳନ କରାନ୍ତୁ ।’’
First published: March 23, 2020, 2:20 PM IST