ରାଜ୍ୟରେ କରୋନା ନେଲା ଆଉ ୬ ଜଣଙ୍କ ଜୀବନ; ମୋଟ ମୃତକ ୧୨୦; ପୁଣି ୧,୫୯୪ ନୂଆ ମାମଲା ଚିହ୍ନଟ

ଛଅ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୩ ଜଣ ଓ ଭଦ୍ରକ, ଗଜପତି ଓ ରାୟଗଡାରୁ ଜଣେ ଲେଖାଏଁ ଅଛନ୍ତି । ଗତ ସପ୍ତାହେ ହେବ ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ତିନି ଦିନ ଧରି ନୂଆ ଆକ୍ରାନ୍ତ ସଂଖ୍ୟା ଦୈନିକ ୧,୦୦୦ରୁ ବେଶୀ ରହୁଛି ।

ରାଜ୍ୟରେ କରୋନା ନେଲା ଆଉ ୬ ଜଣଙ୍କ ଜୀବନ; ମୋଟ ମୃତକ ୧୨୦; ପୁଣି ୧,୫୯୪ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୨୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୮ଟି ଜିଲ୍ଲାରୁ ଆଉ ୧,୫୯୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟ ପାଇଁ ପୁଣି ଏକ ରେକର୍ଡ଼ ।

ଛଅ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଅଛନ୍ତି ତିନି ଜଣ । ଏଥି ସହ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ପୁରୁଷ ଓ ଦୁଇ ଜଣ ମହିଳା (୫୯ ଓ ୫୦ ବର୍ଷୀୟା) ମୃତ୍ୟୁ ବରଣ କରିଛନ୍ତି । ୪୪ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ମହିଳାଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା ।

ରାୟଗଡା, ଗଜପତି ଓ ଭଦ୍ରକରେ ତିନି ଜଣ ମୃତକଙ୍କ ବୟସ ଯଥା କ୍ରମେ ୭୧, ୫୩, ୬୦ ବର୍ଷ । ରାୟଗଡାର ୭୧ ବର୍ଷୀୟ ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ ଓ କୀଡନି ରୋଗରେ ପୀଡ଼ିତ ଥିବା ବେଳେ ଭଦ୍ରକର ୬୦ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଗଜପତିରେ ୫୩ ବର୍ଷୀୟ ମୃତକଙ୍କର ପୂର୍ବରୁ କୌଣସି ରୋଗ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ୧,୫୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୦୬୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୫୨୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ହୋଇଛି । ସ୍ଥାନୀୟ ସଂକ୍ରମଣ କମ୍‌ କରିବା ସରକାରଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇ ରହିଛି ।  ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୭୩୨ ଜଣ ଓ ଖୋର୍ଦ୍ଧା ୩୨୦ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡ଼ରୁ ୮, ଭଦ୍ରକରୁ ୬୦, ବଲାଙ୍ଗିରରୁ ୬, ବୌଦ୍ଧରୁ ୪୧, କଟକରୁ ୧୩୬, ଢ଼େଙ୍କାନାଳରୁ ୨ ,ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗଡାରୁ ୮,କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨୦, କୋରାପୁଟରୁ ୩୩, ମାଲକାନିଗିରିରୁ ୯, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୦, ପୁରୀରୁ ୩୦, ସମ୍ବଲପୁରରୁ ୧୩, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ ଏବଂ କଳାହାଣ୍ଡି ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୬୯୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୪,୩୯୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୮,୧୪୮ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ତିନି ଦିନ ହେବ ଏକ ହଜାର ପାର୍‌ କରିଛି ସଂକ୍ରମଣ ସଂଖ୍ୟା। ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।
Published by: Anand Shankar Thankur Das
First published: July 24, 2020, 1:55 PM IST
corona virus btn
corona virus btn
Loading