ରାଜ୍ୟରେ କରୋନା ନେଲା ଆଉ ୬ ଜଣଙ୍କ ଜୀବନ; ଆହୁରି ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ

ଛଅ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ତିନି ଜଣ । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରେ ଜଣେ ୫୫ ବର୍ଷୀୟ ଆକ୍ରାନ୍ତଙ୍କ ଜୀବନ ଯାଇଛି ।

ରାଜ୍ୟରେ କରୋନା ନେଲା ଆଉ ୬ ଜଣଙ୍କ ଜୀବନ; ଆହୁରି ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୯ ଜଣ ସ୍ଥାନୀୟ  ସଂକ୍ରମିତ ଅଛନ୍ତି ।  ଏହା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଛଅ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଅଛନ୍ତି । ଏଥି ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ଆଉ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ରାୟଗଡ଼ାରେ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୮୦ ବର୍ଷ ଥିଲା ଓ ସେ ବହୁ ଦିନ ଧରି ଫୁସ୍ ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ । ଗଞ୍ଜାମରେ ପ୍ରାଣ ହରାଇଥିବା ତିନି ଜଣଙ୍କ ମଧ୍ୟରେ ୫୬ ଓ ୬୪ ବର୍ଷର ଦୁଇ ଜଣ ପୁରୁଷ ଓ ଜଣେ ୫୦ ବର୍ଷୀୟ ମହିଳା ଅଛନ୍ତି । କେନ୍ଦ୍ରାପଡ଼ାରେ ପ୍ରାଣ ହରାଇଥିବା ପୁରୁଷ ଜଣଙ୍କ ୪୯ ବର୍ଷୀୟ ଥିଲେ । ସେ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବଚନା ଦିଆଯାଇଛି ।

ଭୁବନେଶ୍ବରରେ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ାରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବୁଧବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖୋର୍ଦ୍ଧାର ଜଣେ ୫୩ ବର୍ଷୀୟ ଏଚ୍.ଆଇ.ଭି.-ଏଡ୍ସ ରୋଗୀଙ୍କର ବି ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜିର ନୂଆ ୫୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୮୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୩, ସୁନ୍ଦରଗଡ଼ରୁ ୭୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୦, କଟକରୁ ୧୭, ବାଲେଶ୍ବରରୁ ୨୬ ଜଣ, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ମୟୂରଭଞ୍ଜରୁ ୧୦, କୋରାପୁଟରୁ ୬, ମାଲକାନାଗିରିରୁ ୩, ପୁରୀରୁ ୧୬, କେନ୍ଦୁଝରରୁ ୭, ନୂଅାପଡାରୁ ୪, କେନ୍ଦ୍ରାପଡାରୁ ୫, ଝାରସୁଗୁଡାରୁ ୪, ଜଗତସିଂହପୁରରୁ ୪, ସୋନପୁରରୁ ୫, ନୟାଗଡରୁ ୧୮ ଏବଂ ରାୟଗଡ଼ା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର, ଅନୁଗୁଳୁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗତ ତିନି ଦିନରେ ରାଜ୍ୟରେ ୧,୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୫ ତାରିଖରେ ରାଜ୍ୟରେ ପଜିଟିଭ ସଂଖ୍ୟା ୯,୦୭୦ ଥିବା ବେଳେ ଆଜି ଏହା ୧୦,୬୨୪ରେ ପହଞ୍ଚିଛି । ଯଦି ରାଜ୍ୟରେ କରୋନା ସଂକ୍ରମଣର ହାରକୁ ଦେଖାଯାଏ, ତେବେ ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇଛି ।

ରାଜ୍ୟରେ ଗତ ମାସକ ମଧ୍ୟରେ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି । ଏହି ସମୟ ମଧ୍ୟରେ ୮,୨୪୧ ଜଣ ପଜିଟିଭ ବାହାରିଥିବା ବେଳେ 48 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ପ୍ରାୟ ୫୫ ପ୍ରତିଶତ ରହିଛି । ଏବେ ମୋଟ ଉପରେ ରୀଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ୬୨୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୩୮୬୦ ଅାକ୍ଟିଭ ପଜିଟିଭ୍ ମାମଲା ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୨୨,୭୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି ପାଇଛି ଓ ପଜିଟିଭ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଛି । ଏଥିରୁ ୪,୫୬,୮୩୦ ଜଣ ସୁସ୍ଥ ହୋଇସାରିଛନ୍ତି ।
Published by: Anand Shankar Thankur Das
First published: July 8, 2020, 1:58 PM IST
corona virus btn
corona virus btn
Loading