ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୫୯; ପୁଣି ୧,୦୬୮ ନୂଆ ମାମଲା ଚିହ୍ନଟ

ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୮,୦୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୦,୯୨୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ପାଞ୍ଚ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏଥି ସହ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧,୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପାଞ୍ଚ ଜଣ ମୃତକ ଗଞ୍ଜାମ, ପୁରୀ, ମାଲକାନଗିରି, ବାଲେଶ୍ବର ଓ କନ୍ଧମାଳର ବାସିନ୍ଦା ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ମୃତକ ୬୦ ବର୍ଷୀୟା ମହିଳା ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ବାଲେଶ୍ୱର, ପୁରୀ, ଫୁଲବାଣୀ ଓ ମାଲକାନିଗିରିର ମୃତକଙ୍କ ବୟସ ଯଥା କ୍ରମେ ୪୬, ୫୫, ୫୦ ଓ ୬୨ ବର୍ଷ ।

ବାଲେଶ୍ୱରର ମୃତକ ୪୬ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ପୁରୀର ମୃତକ ୫୫ ବର୍ଷୀୟା ମହିଳାଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା । ଫୁଲବାଣୀର ମୃତକ ୫୦ ବର୍ଷୀୟ ପୁରୁଷ ଯକୃତ, ଜଣ୍ଡିସ୍ ଓ ଏନସେଫାଲୋପାଥି ରୋଗରେ ପୀଡ଼ିତ ଥିଲେ। ମାଲକାନିଗିରିର ମୃତକ ୬୨ ବର୍ଷୀୟା ମହିଳା ଉକ୍ତ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୬୬୨ ଜଣ ଅଛନ୍ତି । ବାକି ୪୦୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗଞ୍ଜାମରୁ ଆଜି ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୪, ସୁନ୍ଦରଗଡ଼ରୁ ୧୧୨, ଗଜପତିରୁ ୮୮, କୋରାପୁଟରୁ ୬୬ ଓ କଟକରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ ନୟାଗଡ଼ରୁ ୨୯ ଜଣ ଲେଖାଏଁ, ନବରଙ୍ଗପୁର ଓ ବଲାଙ୍ଗିରରୁ ୨୬ ଜଣ ଲେଖାଏଁ, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧, ଅନୁଗୁଳ ଓ ମୟୂରଭଞ୍ଜରୁ ୨୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡିରୁ ୧୯, ପୁରୀରୁ ୧୬ ଜଣ, ଯାଜପୁର ଓ ଝାରସୁଗୁଡ଼ାରୁ ୧୨ ଜଣ ଲେଖାଏଁ, କନ୍ଧମାଳ ଓ ନୂଆପଡ଼ାରୁ ୧୧ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୪ ଓ ଜଗତସିଂହପୁରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୮,୦୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୦,୯୨୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ଆଠ ଦିନ ହେବ ୧,୦୦୦ ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି।
Published by:Anand Shankar Thankur Das
First published: