ରାଜ୍ୟରେ କରୋନା ପୁଣି ନେଲା ୫ ଜୀବନ; ମୃତକ ସଂଖ୍ଯା ୯୧ ହେଲା; ୭୩୬ଟି ନୂଆ ମାମଲା ଚିହ୍ନଟ

ନୂଆ ୭୩୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଓ ଖୋର୍ଦ୍ଧା ଜିଲାରୁ ୧୦୭ ଜଣ ଅଛନ୍ତି । ୨୫୫ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୫୫ ଜଣଙ୍କ ମୃତ୍ୟୁ ହେଲାଣି ।

ରାଜ୍ୟରେ କରୋନା ପୁଣି ନେଲା ୫ ଜୀବନ; ମୃତକ ସଂଖ୍ଯା ୯୧ ହେଲା; ୭୩୬ଟି ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପୁଣି ପାଞ୍ଚ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ ମହାମାରୀ । ସେମାନଙ୍କ ମଧ୍ୟରୁ ତିନି ଜଣ ଗଞ୍ଜାମ ଜିଲ୍ଲାର ଏବଂ ଅନ୍ୟ ଦୁଇ ଜଣ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ଥିଲେ । ଏହି ୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୧ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ଟି ଜିଲ୍ଲାରୁ ଆଉ ୭୩୬ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଥିଲେ ଓ ସେମାନଙ୍କ ବୟସ ଯଥା କ୍ରମେ ୪୪,୩୯ ଓ ୭୦ ବର୍ଷ ଥିଲା । ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଗତସିଂହପୁରରେ ଜଣେ ୬୭ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ରେ ଜଣେ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ଗଞ୍ଜାମ ଜିଲ୍ଲାର ତିନି ଜଣ ଜଣ ମୃତକଙ୍କ ମଧ୍ୟରୁ ୩୯ ବର୍ଷୀୟ ପୁରୁଷ ମଧୁମେୟ ରୋଗରେ ପୀଡ଼ିତ ଥିଲେ। ଜଗତସିଂହପୁରର ୬୭ ବର୍ଷୀୟ ପୁରୁଷ ମଧୁମେୟ ଏବଂ ସୁନ୍ଦରଗଡ଼ର ୬୫ ବର୍ଷୀୟ ପୁରୁଷ ମଧୁମେୟ ଓ ଆଜ୍ମା ରୋଗରେ ପୀଡ଼ିତ ଥିଲେ । ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୫୫ ଜଣଙ୍କ ମୃତ୍ୟୁ ହେଲାଣି ।

ନୂଆ ଚିହ୍ନଟ ହୋଇଥିବା ୭୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଅଛନ୍ତି ୪୮୧ଜଣ । ବାକି ୨୫୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଏହି ନୂଆ ୭୩୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଅଛନ୍ତି ଓ ଖୋର୍ଦ୍ଧା ଜିଲାରୁ ୧୦୭ ଜଣ ଅଛନ୍ତି। ଅନୁଗୁଳରୁ ୨୨ ଜଣ, ବାଲେଶ୍ୱରରୁ ୩୩, ବରଗଡରୁ ୩, ଭଦ୍ରକ ରୁ ୫ , ବଲାଙ୍ଗୀରରୁ ୪, ବୌଦ୍ଧରୁ ୮, କଟକରୁ ୨୭,  ଢେଙ୍କାନାଳରୁ ୧,ଗଜପତିରୁ ୩୯, ଜଗତସିଂହପୁରରୁ ୪୦, ଯାଜପୁର ରୁ ୪୦,କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୧, କୋରାପୁଟରୁ ୪୫, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୨, ନବରଙ୍ଗପୁରରୁ ୧ , ନୟାଗଡରୁ ୧୦, ପୁରୀରୁ ୧୪ , ରାୟଗଡ଼ାରୁ ୮, ସମ୍ବଲପୁରରୁ ୨୫ ଓ ସୁନ୍ଦରଗଡରୁ ୧୭  ଜଣ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୮୬,୧୦୨ ଟି ନମୂନା ପରୀକ୍ଷଣ କରାଯାଇଛି। ସେଥି ମଧ୍ୟରୁ ୧୭,୪୩୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୯୩୭ ସୁସ୍ଥ ହୋଇ ଫେରିଥିବା ବେଳେ ୯୧ ଜଣଙ୍କର ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩୮୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ରାଜ୍ୟରେ ଚଳିତ ମାସ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
Published by: Anand Shankar Thankur Das
First published: July 19, 2020, 2:00 PM IST
corona virus btn
corona virus btn
Loading