ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୦୮; ନୂଆ ୧,୦୭୮ ମାମଲା ଚିହ୍ନଟ

ନୂଆ ୧,୦୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ ଜଣ ଅଛନ୍ତି । ବାକି ୩୫୭ ଜଣ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୯,୮୩୫ ହୋଇଛି । ସ୍ଥାନୀୟ ସଂକ୍ରମଣ କେମିତି କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୦୮; ନୂଆ ୧,୦୭୮ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୫ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୦୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୮ଟି ଜିଲ୍ଲାରୁ ଆହୁରି ୧,୦୭୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପାଞ୍ଚ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ତିନି ଜଣ – ଜଣେ ୪୦ ବର୍ଷୀୟା ମହିଳା ଓ ଦୁଇ ଜଣ ୬୦ ଓ ୬୧  ବର୍ଷ ବୟସର ପୁରୁଷ । ୪୦ ବର୍ଷୀୟା ମହିଳା ଓ ୬୦ ବର୍ଷୀୟ ପୁରୁଷ ଡାଇବେଟିସ୍ ଓ ହାଇଡ୍ରୋନେଫ୍ରୋସିସ୍ ରୋଗରେ ପୀଡ଼ିତ ଥିବା ବେଳେ ୬୧ ବର୍ଷୀୟ ପୁରୁଷ ଡାଇବେଟିସ୍ ରୋଗରେ ପୀଡ଼ିତ ଥିଲେ ।

ଗଜପତି ଜିଲ୍ଲାରେ ଜଣେ ୭୨ ବର୍ଷୀୟ ପୁରୁଷଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ସେ  ଡାଇବେଟିସ୍ ସହିତ କୋରନାରୀ ଆର୍ଟେରିଜ୍‌ ରୋଗରେ ପୀଡ଼ିତ ଥିଲେ। କନ୍ଧମାଳ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୮୬ ବର୍ଷୀୟ ବୃଦ୍ଧ ଡାଏବେଟିସ୍, କୋରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମନାରୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜିର ନୂଆ ୧,୦୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୩୫୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୯,୮୩୫  କୁ ବୃଦ୍ଧି ହୋଇଛି । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୭୧ ଜଣ ଓ ଖୋର୍ଦ୍ଧାରେ ୧୨୧ ଜଣ  ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୧, ବାଲେଶ୍ୱରରୁ ୪୦, ବରଗଡ଼ରୁ ୨୬, ଭଦ୍ରକରୁ ୧, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୫୭, ଢ଼େଙ୍କାନାଳରୁ ୨ ଜଣ ,ଗଜପତିରୁ ୨୪,  ଜଗତସିଂହପୁରରୁ ୩୫, ଯାଜପୁରରୁ ୨୦, ଝାରସୁଗଡାରୁ ୩୫, ଯାଜପୁରରୁ ୨୦, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୧୬, କୋରାପୁଟରୁ ୧୫, ମାଲକାନାଗିରିରୁ ୬୬, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୫, ପୁରୀରୁ ୨୮, ରାୟଗଡ଼ାରୁ ୯୬, ସମ୍ବଲପୁରରୁ ୨୦, ସୋନପୁରରୁ ୧୦ ଏବଂ ସୁନ୍ଦରଗଡ଼ରୁ ୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୧୯,୮୩୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୩,୩୦୯ ଜଣ ସୁସ୍ଥ ହୋଇଯାଇଥିବା ବେଳେ ଏବେ ୬,୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ରାଜ୍ୟରେ ଚଳିତ ମାସରେ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ୫୦୦ରୁ ଅଧିକ ନୂଆ ମାମଲା ଆସୁଥିବା ବେଳେ ଗତ କାଲି ଏହା ୧,୦୦୦ ଟପିଯାଇଛି । ଏହା ରାଜ୍ୟସକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।
Published by: Anand Shankar Thankur Das
First published: July 22, 2020, 1:50 PM IST
corona virus btn
corona virus btn
Loading