News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଆଉ ୫ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଗଞ୍ଜାମରେ ତିନି ଜଣ ଓ ଖୋର୍ଦ୍ଧାରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ୪୯୫ ଜଣ କରୋନା ଭାଇରସ୍ ପଜିଟିଭ ।
ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ତିନି ଜଣ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ, ୩୫ ବର୍ଷ ଓ ୫୦ ବର୍ଷ ଥିଲା । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୦ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ । କରୋନାରେ ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଜଣେ ୫୧ ବର୍ଷୀୟ ଓ ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଭୁବନେଶ୍ବରର । ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହେଲାଣି । ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।
ଗତ କାଲି ଗୋଟିଏ ଦିନରେ ରେକର୍ଡ଼ ୫୬୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୯୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବାକି ୧୪୦ ଜଣ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରୁ ସର୍ବାଧିକ ୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡ଼ରୁ ୩୬, ମୟୂରଭଞ୍ଜରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୪, ପୁରୀରୁ ୧୮ ନୂଆ ପଜିଟିଭ ସାମ୍ନାକୁ ଆସିଛି । ବାଲେଶ୍ବର ଓ କଟକରୁ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଗଞ୍ଜାମକୁ ନେଇ ବଢ଼ିଛି ଚିନ୍ତା । ରାଜ୍ୟର କରୋନା ହଟସ୍ପଟ ପାଲଟିଛି ଗଞ୍ଜାମ ଜିଲ୍ଲା ସେଠାରେ କରୋନା ମୁକାବିଲା ପାଇଁ ଜୁଇ ଜଣ IAS ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ପାରୁଲ ପଟୱାରିଙ୍କୁ ଛତ୍ରପୁର ସବ୍-ଡିଭିଜନର ଦାୟିତ୍ବ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ସବ୍-ଡିଭିଜନର ଦାୟିତ୍ବ ମିଳିଛି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨,୦୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୭ଟି ଆକ୍ଟିଭ କେସ ରହିଛି ।
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା
ଦେଶରେ ପୁଣି ରେକର୍ଡ ଭାଙ୍ଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟାରେ ରେକର୍ଡର୍ଡ଼ ୨୨,୭,୭୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୪୨ ଜଣ ଆଖି ବୁଜିଛନ୍ତି । ଏହା ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୮,୩୧୫କୁ ବୃଦ୍ଧି ହୋଇଛି । ମୃତକଙ୍କ ସଂଖ୍ୟା ୧୮,୬,୫୫କୁ ବୃଦ୍ଧି ପାଇଛି । ଏବେ ୨,୩୫,୪,୩୩ଟି ଆକ୍ଟିଭ ମାମଲା ଅଛି ।
କରୋନା ପାଇଁ ଦ୍ୱିତୀୟ ଥର ଘୁଞ୍ଚିଲା JEE-Main ଓ NEET ପରୀକ୍ଷା ତାରିଖ; ସେପ୍ଟେମ୍ବରରେ ହେବ
ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ଗମ୍ଭୀର ରହିଛି । ମହାରାଷ୍ଟ୍ରରୁ ଆଉ ୧୯୮ ଜଣ ପ୍ରାଣ ହରାଇଥିବା ବେଳେ ୬,୩,୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଆକ୍ରାନ୍ତ ସଂଖ୍ୟା ୧,୯୨,୯୯୦ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୮,୩,୭୬କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨,୯୨୩ ହୋଇଛି ଓ ଆକ୍ରାନ୍ତ ସଂଖ୍ୟା ୯୨,୦୦୦ ଟପିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।