କରୋନା ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୭୭; ପୁଣି ୬୧୮ ନୂଆ ମାମଲା ଚିହ୍ନଟ

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ଚିହ୍ନଟ ହୋଇଛନ୍ତି । ଗତ ୯ ଦିନ ମଧ୍ୟରେ ରାଜ୍ୟରେ ୪,୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

କରୋନା ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୭୭; ପୁଣି ୬୧୮ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 15, 2020, 12:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ତିନି ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ଟି ଜିଲ୍ଲାରୁ ୬୧୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତିନି ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୬୫ ଓ ୮୬ ବର୍ଷୀୟ ଦୁଇ ଜଣ ପୁରୁଷ । ତୃତୀୟ ମୃତକଙ୍କ ଭୁବନେଶ୍ବରର ଜଣେ ଜଣେ ୭୨ ବର୍ଷୀୟ ପୁରୁଷ । ଗଞ୍ଜାମ ଜିଲ୍ଲାର ୬୫ବର୍ଷୀୟ ପୁରୁଷ ମଧୁମେୟ ରୋଗରେ ପୀଡ଼ିତ ଥିଲେ ଓ ୮୬  ବର୍ଷୀୟ ପୁରୁଷ ଉକ୍ତ ରକ୍ତ ଚାପରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂଆ ୬୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୧୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୨୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୮୬ ଜଣ ଚିହ୍ନଟ ହୋଇଛନ୍ତି । ଗତ କଲି ଗଞ୍ଜାମରେ ପଜିଟିଭ୍ ସଂଖ୍ୟା ୨୦୦ରୁ କମ୍ ଥିବା ବେଳେ ଆଜି ପଜିଟିଭ୍ ୨୮୬ରେ ପହଞ୍ଚିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଅନୁଗୁଳରୁ ୧୪ ଜଣ, ବାଲେଶ୍ବରୁ ୬୧, ଭଦ୍ରକରୁ ୧, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨, କଟକରୁ ୧୬, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨୮୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧, କେନ୍ଦ୍ରପଡ଼ାରୁ ୯, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୦୭ ଜଣ, କୋରାପୁଟରୁ ୧, ମାଲକାନାଗିରିରୁ ୧୩, ମୟୂରଭଞ୍ଜରୁ ୨୧, ନୟାଗଡ଼ରୁ ୧୫, ପୁରୀରୁ ୫, ରାୟଗଡାରୁ ୧, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୧୫ ଜଣ ଲେଖାଏଁ କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ ୯ ଦିନରେ ରାଜ୍ୟରେ ୪,୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୮୯୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯,୮୬୪  ଜଣ ସୁସ୍ଥ ହୋଇଯାଇଥିବା ବେଳେ ୪,୯୩୩ ଏବେ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
Published by: Anand Shankar Thankur Das
First published: July 15, 2020, 12:53 PM IST
corona virus btn
corona virus btn
Loading