ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ; ଆହୁରି ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ

ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି । ଏଥିରୁ କେବଳ ଗଞ୍ଜାମରେ ୨୧ ଜଣ ଅଛନ୍ତି । ଭୁବନେଶ୍ବରରେ ପୁଣି ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କ୍ରମାଗତ ଭାବେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢ଼ୁଥିବା ସଂକ୍ରମଣ ଚିନ୍ତାର କାରଣ ହୋଇଛି ।

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ; ଆହୁରି ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ରାଜ୍ୟରେ ଆହୁରି ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ି ଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ସରକାର ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଆଜିର ଏହି ଜଣଙ୍କ ମୃତ୍ୟୁକୁ ମିଶାଇ ୨୧ରେ ପହଞ୍ଚିଛି କରୋନା ମୃତ୍ୟୁସଂଖ୍ୟା । ଯାଜପୁରରେ ପ୍ରଥମ ଜୀବନ ନେଇଛି କରୋନା ଭାଇରସ । ଗଞ୍ଜାମର ମୃତକ ଜଣକ ୭୭ ବର୍ଷୀୟ ଥିଲେ । ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଯାଜପୁରର ମୃତକ ୬୪ ବର୍ଷୀୟ ବୋଲି ଜଣାପଡିଛି । ସେ ମଧୁମେୟ ରୋଗରେ ପୀଡ଼ିତ ଥିଲେ ।

ଆଜିର ନୂଆ ୪୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୦୯ ଜଣ ଅଛନ୍ତି । ବାକି ୧୪୭ ଜଣ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରୁ ସର୍ବାଧିକ ୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମରେ ମୋଟ ଆକ୍ରାନ୍ତ ସଂଖ୍ୟା ୨,୩୪୮ରେ ପହଞ୍ଚିଛି । ଯାଜପୁରରୁ ୫୭, ବରଗଡ଼ରୁ ୩୩, ନବରଙ୍ଗପୁରରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୨୩, ଖୋର୍ଦ୍ଧାରୁ ୨୧, ସୁନ୍ଦରଗଡ଼ରୁ ୨୦, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୪, ରାୟଗଡ଼ା ଓ କଟକରୁ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୨, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୮ ଜଣ, ବଲାଙ୍ଗିରରୁ ୬, କେନ୍ଦ୍ରାପଡ଼ାରୁ ୫, ନୟାଗଡ଼ରୁ ୪ ଜଣ, କନ୍ଧମାଳ ଓ ପୁରୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଭୁବନେଶ୍ବରରେ ଆହୁରି ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ସଙ୍ଗରୋଧ କେନ୍ଦ୍ରରୁ ପାଞ୍ଚ ଜଣ Dଛନ୍ତି ଓ ବାକି ୧୦ ଜଣ ସ୍ଥାନୀୟ ବାସିନ୍ଦା । ଭୁବନେଶ୍ବରରେ ଦୁଇ ଜଣ କରୋନା ଯୋଦ୍ଧା ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଏକ ଘରୋଇ ହସପିଟାଲର କର୍ମଚାରୀ । ଡୁମୁଡୁମା ରଘୁନାଥପୁର ବସ୍ତିରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ଗାଁ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ପଜିଟିଭ ଚିହ୍ନଟ ହୋଇଛନ୍ତି । BJB ନଗର ପାଣିଟାଙ୍କି ବସ୍ତିରୁ ଜଣେ ୨୩ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ଧାରୁଆ ଦାସପୁରରୁ ଜଣେ ୪୦ ବର୍ଷୀୟ ମହିଳା, ଶତାବ୍ଦୀ ନଗର ଲେନ୍‌-୧ରୁ ୨୯ ବର୍ଷୀୟ ଯୁବତୀ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୩୨ ବର୍ଷୀୟ ମହିଳା, ଚକେଇସିଆଣିରୁ ଜଣେ ୬୭ ବର୍ଷୀୟ ବ୍ୟକ୍ତି ଓ କେନ୍ଦ୍ର ସରକାରୀ ହସ୍ପିଟାଲରୁ ଦୁଇ ଜଣ ପୁରୁଷ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ।

କଟକ ସହରରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ପ୍ରାୟତଃ ଅଚଳ ଅବସ୍ଥାକୁ ଗଲାଣି ସହର । ଏବେ ଚୌଦ୍ବାର ଜେଲ୍‌ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ଲାଗି ଆରମ୍ଭ ହୋଇଛି କଣ୍ଟାକ୍ଟ ଟ୍ରେସିଂ । ଆଜି ସ୍ବାବ୍‌ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ । କଟକ ସହରରେ ସ୍ଥିତି ଅଣାୟତ ହେବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଛି ସିଏମସି । ଏହି କ୍ରମରେ ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ସହରକୁ ସଟଡାଉନ କରାଯାଇଛି । ସଟଡାଉନ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ଓ ଖିଲାପିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଦେଶରେ ବେଲଗାମ୍‌ କରୋନା ସଂକ୍ରମଣ

ଦେଶରେ ଦିନକରେ ପୁଣି ୨୪,୦୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୨୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯,୬୯୩କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ଟପିଛି । ଏଥିରୁ ୨,୫୩,୨୮୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ୨୪,୨୪୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ବିଶ୍ବରେ ସବୁଠୁ ସଂକ୍ରମିତ ଦେଶ ତାଲିକାରେ ରୁଷିଆକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି ଭାରତ ।

ଏହା ବି ପଢ଼ନ୍ତୁ: ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ

ରୁଷିଆରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୧,୨୫୦ ଥିବା ବେଳେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭,୪୧୩ ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା ଓ ଦ୍ବିତୀୟରେ ବ୍ରାଜିଲ ରହିଛି । ଭାରତରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।
Published by: Anand Shankar Thankur Das
First published: July 6, 2020, 3:23 PM IST
corona virus btn
corona virus btn
Loading