ରାଜ୍ୟରେ କରୋନା ନେଲା ପୁଣି ୧୮ ଜୀବନ; ମୋଟ ମୃତକ ୧,୨୧୪; ଆହୁରି ୧,୭୯୩ ନୂଆ ମାମଲା ଚିହ୍ନଟ

ରାଜ୍ୟରେ କରୋନା ଭାଇରସ୍ ଯୋଗୁଁ ଘଟିଥିବା ମୋଟ ମୃତ୍ୟୁ ସଂଖ୍ୟା ୧,୨୧୪କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ୩,୦୦୦ ତଳକୁ ରହୁଥିବାରୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାର ସଙ୍କେତ ବଢ଼ିଛି ।

ରାଜ୍ୟରେ କରୋନା ନେଲା ପୁଣି ୧୮ ଜୀବନ; ମୋଟ ମୃତକ ୧,୨୧୪; ଆହୁରି ୧,୭୯୩ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 23, 2020, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବାର ପ୍ରମାଣ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଉପରେ ବ୍ରେକ୍‌ ଲାଗିପାରୁନି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରାଣ ଯାଇଛି ଓ ୧,୭୯୩ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଥି ସହିତ ରାଜ୍ୟରେ କରୋନା ଭାଇରସ୍ ଯୋଗୁଁ ଘଟିଥିବା ମୋଟ ମୃତ୍ୟୁ ସଂଖ୍ୟା ୧,୨୧୪କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଛି ।

ନୂଆ ଚିହ୍ନଟ ହୋଇଥିବା ୧,୭୯୩ଟି ପଜିଟିଭ୍‌ ମାମଲା ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧,୦୩୧ଟି ଥିବା ବେଳେ ବାକି ୭୬୨ ଜଣ ସଂକ୍ରମିତ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଚାରିଟି ଜିଲ୍ଲାରେ ୧୦୦ରୁ ଅଧିକ ମାମଲା ରେକର୍ଡ କରାଯାଇଛି । ସେଥିରୁ ଖୋର୍ଦ୍ଧାରେ ସର୍ବାଧିକ ୨୦୮ ଜଣ, କଟକରେ ୧୬୦ ଜଣ, ଅନଗୁଳରେ ୧୦୭ ଜଣ ଓ ମୟୂରଭଞ୍ଜରେ ୧୦୪ ଜଣ ଅଛନ୍ତି ।

ପୁରୀରେ ୮୨ ଜଣ, ଜଗତସିଂହପୁରରେ ୫୨ ଜଣ, ବରଗଡ଼ରେ ୬୧ ଜଣ, ବାଲେଶ୍ୱରରେ ୪୦ ଜଣ, ଅନୁଗୁଳରେ ୧୦୭ ଜଣ, ମୟୁରଭଞ୍ଜରେ ୧୦୪, ଝାରସୁଗୁଡ଼ାରେ ୫୩ ଜଣ, ନୂଆପଡ଼ାରେ ୮୪ ଜଣ, ସମ୍ବଲପୁରରେ ୪୦ ଜଣ, ବଲାଙ୍ଗୀରରେ ୭୬ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


କେନ୍ଦୁଝରରେ ୬୩ ଜଣ, ନବରଙ୍ଗପୁରରେ ୬୫ ଜଣ, କୋରାପୁଟରେ ୩୪ ଜଣ, ରାୟଗଡ଼ାରେ ୧୪ ଜଣ, ସୋନପୁରରେ ୮ ଜଣ, ଭଦ୍ରକରେ ୬୮ ଜଣ, ନୟାଗଡ଼ରେ ୩୪ ଜଣ,  ମାଲକାନଗିରିରେ ୩୪ ଜଣ, କଳାହାଣ୍ଡିରେ ୪୫ ଜଣ,  ସୁନ୍ଦରଗଡ଼ରେ ୯୯ ଜଣ, ଢେଙ୍କାନାଳରେ ୨୨ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ଗତ ୨୪ ଘଣ୍ଟା ମଧ୍ୟରେ ଅନଗୁଳ, ଖୋର୍ଦ୍ଧା ଓ ଗଜପତିରେ ତିନି ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଭଦ୍ରକ, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର ଓ ପୁରୀରେ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।



ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ୪୨ ଲକ୍ଷ ୪୦ ହଜାର ୨୪୧ଟି ନମୁନା ପରୀକ୍ଷା କରାସରିଛି । ଦୈନିକ ସଂକ୍ରମଣ ଗତ ପାଞ୍ଚ ଦିନ ହେବ ୩,୦୦୦ ତଳକୁ ରହୁଥିବାରୁ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସଫଳ ହେଉଛି ବୋଲି ଆସ୍ଥା ବଢ଼ିଛି । ହେଲେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିକିତ୍ସା ପଦ୍ଧତିରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
Published by: Anand Shankar Thankur Das
First published: October 23, 2020, 1:58 PM IST
corona virus btn
corona virus btn
Loading