ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ; ଆହୁରି ୩,୬୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ

୧୬ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ ଜଣ ଓ ନୟାଗଡ଼ରୁ ୩ ଜଣ ଅଛନ୍ତି । କଟକ ଓ ବାଲେଶ୍ବରରୁ ଦୁଇ ଜଣ ଲେଖାଏଁ, ଜଗତସିଂହପୁର, ବରଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ; ଆହୁରି ୩,୬୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 2, 2020, 3:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ଏଥି ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ୩,୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୬ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ ଜଣ ଓ ନୟାଗଡ଼ରୁ ୩ ଜଣ ଅଛନ୍ତି । କଟକ ଓ ବାଲେଶ୍ବରରୁ ଦୁଇ ଜଣ ଲେଖାଏଁ, ଜଗତସିଂହପୁର, ବରଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ନୂଆ ଚିହ୍ନଟ ହୋଇଥିବା ୩,୬୦୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୨,୧୦୯ ଜଣ ଅଛନ୍ତି । ବାକି ୧,୪୯୧ ଜଣ ପଜିଟିଭ୍‌ ବ୍ୟକ୍ତି ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ହୋଇଛି ।

ନୂଆ କରି ଚିହ୍ନଟ ହୋଇଥିବା ୩,୬୦୦ ଜଣ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଓ କଟକରୁ ୩୫୮ ଜଣ ଅଛନ୍ତି । ମୟୂରଭଞ୍ଜରୁ ୧୫୬, ଯାଜପୁରରୁ ୧୩୯, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁର ୧୨୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ସମ୍ବଲପୁରରୁ ୧୨୬, ନବରଙ୍ଗପୁର ୧୧୬, ପୁରୀରୁ ୧୧୫, ବାଲେଶ୍ବରରୁ ୧୦୭, ବରଗଡ଼ ଓ କେନ୍ଦୁଝରରୁ ୧୦୬ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୦, ବଲାଙ୍ଗିରରୁ ୯୯ ଓ କନ୍ଧମାଳରୁ ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୯୦ ହଜାର ୮୦ ଜଣ କରୋନା ଆକ୍ରାନ୍ତ ।

ଦେଶରେ କରୋନା ସ୍ଥିତି ବିଗିଡ଼ାବାରେ ଲାଗିଛି । ଖୁବ୍‌ ଶୀଘ୍ର କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ଟପି ପାରେ । ଗତ ୨୪ ଘଣ୍ଟାରେ ପୁଣି ବଢ଼ିଛି ମୃତ୍ୟୁ ସଂଖ୍ୟା । ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି ଏହି ୨୪ ଘଣ୍ଟାରେ । ଫଳରେ ଦେଶରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ପାଇଛି ।

ଗୋଟିଏ ଦିନରେ ୮୧,୪୮୪ ଜଣ ନୂଆ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଦେଶରେ । ଏଥି ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ କେସ୍  ୯ ଲକ୍ଷ ୪୨,୨୧୭ ରହିଥିବା ବେଳେ ସୁସ୍ଥ ହୋଇସାରିଥିବା ଲୋକଙ୍କ ସଂଖ୍ୟା ୫୩ ଲକ୍ଷ ୫୨,୦୭୮ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ହାଥରସକୁ ପଦଯାତ୍ରା ବେଳେ ରାହୁଳ ଗାନ୍ଧି ତଳେ ପଡ଼ିଗଲେକହିଲେ ପୋଲିସ ଠେଲି ଦେଲା

ଏହା ବି ପଢ଼ନ୍ତୁ | ହାଥରସ ପରେ UPରେ ପୁଣି ଏକ ନାବାଳିକାର ରେପ୍ ପରେ ହତ୍ୟା ହେଲାମଥାକୁ ପଥରରେ ଛେଚିଲେ

ଗାନ୍ଧୀ ଜୟନ୍ତୀ ଅବସରରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଆରମ୍ଭ ହୋଇଛି ପ୍ଲାଜମା ଦାନ ଅଭିଯାନ । କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ମୃତ ସଂଜୀବନୀ ସ୍ୱରୂପ । ତେଣୁ ସୁସ୍ଥ ହୋଇଥିବା ରୋଗୀ ସ୍ୱଇଚ୍ଛାରେ ପ୍ଲାଜମା ଦାନ କରିବାକୁ ଆହ୍ୱାନ କରିଛି ‘ଓଡ଼ିଶା ମୋ ପରିବାର’ ।



ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୫୫ ଜଣଙ୍କ ଠାରୁ ୧୧୦ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ସେଥିରୁ ୧୦୦ ୟୁନିଟ ବ୍ୟବହାର ହୋଇସାରିଲାଣି । ତେଣୁ ଅଧିକ ପ୍ଲାଜମା ଦାନ ପାଇଁ ଲୋକଙ୍କୁ ସଚେତନ କରିବ ‘ମୋ ପରିବାର’ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କରୋନାରୁ ସୁସ୍ଥ ହୋଇଥିବା ୬,୬୦୦ ଜଣ ଲୋକଙ୍କ ଡାଟାବେସ ପ୍ରସ୍ତୁତ କରାଯାଇଛି ।
Published by: Anand Shankar Thankur Das
First published: October 2, 2020, 3:30 PM IST
corona virus btn
corona virus btn
Loading