କରୋନା ନେଇଚାଲିଛି ଜୀବନ: ରାଜ୍ୟରେ ପୁଣି ୧୫ ଜୀବନ ଗଲା; ୪,୨୦୮ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଚିହ୍ନଟ ହୋଇଥିବା ୪,୨୦୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଓ କଟକରୁ ୪୬୫ ଜଣ ଅଛନ୍ତି ।

କରୋନା ନେଇଚାଲିଛି ଜୀବନ: ରାଜ୍ୟରେ ପୁଣି ୧୫ ଜୀବନ ଗଲା; ୪,୨୦୮ ନୂଆ ସଂକ୍ରମିତ ଚିହ୍ନଟ
ଗଞ୍ଜାମରେ ଲୋକଙ୍କ ଶରୀରର ତାପମାତ୍ରା ମପାଯାଉଛି ।
  • News18 Odia
  • Last Updated: September 25, 2020, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ଓ ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ୪,୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଏହି ୧୫ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକଚାରି ଜଣ ଅଛନ୍ତି । ପୁରୀରୁ ତିନି ଜଣ ଓ ମୟୂରଭଞ୍ଜରୁ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଅନୁଗୁଳ, ବଲାଙ୍ଗିର, କଟକ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

ନୂଆ ଚିହ୍ନଟ ହୋଇଥିବା ୪,୨୦୮ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୨,୪୬୨ ଜଣ ଅଛନ୍ତି । ବାକି ୧,୭୪୬ ଜଣ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି ।

ଏହି ନୂଆ ୪,୨୦୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଜଣ ଓ କଟକରୁ ୪୬୫ ଜଣ ଅଛନ୍ତି । ପୁରୀରୁ ୧୯୯ ଜଣ, ଅନୁଗୁଳରୁ ୧୯୪ ଜଣ, ବାଲେଶ୍ବରରୁ ୧୧୮ ଜଣ, ବରଗଡ଼ରୁ ୧୧୪ ଜଣ, ଭଦ୍ରକରୁ ୪୮ ଜଣ, ବଲାଙ୍ଗିରରୁ ୭୬ ଜଣ, ବୌଦ୍ଧରୁ ୨୯ ଜଣ, ଦେବଗଡ଼ରୁ ୨୦ ଜଣ ଓ ଢେଙ୍କାନାଳରୁ ୬୮ ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗଜପତିରୁ ୧୩ ଜଣ, ଗଞ୍ଜାମରୁ ୬୩ ଜଣ, ଜଗତସିଂହପୁରରୁ ୧୮୧ ଜଣ, ଯାଜପୁରରୁ ୨୩୭ ଜଣ, ଝାରସୁଗୁଡ଼ାରୁ ୮୧ ଜଣ, କଳାହାଣ୍ଡିରୁ ୧୧୬ ଜଣ, କନ୍ଧମାଳରୁ ୧୦୨ ଜଣ, କେନ୍ଦ୍ରାପଡ଼ାରୁ ୧୧୦ ଜଣ, କୋରାପୁଟରୁ ୭୨ ଜଣ, କେନ୍ଦୁଝରରୁ ୮୨ ଜଣ, ମାଲକାନଗିରିରୁ ୬୧ ଜଣ, ମୟୂରଭଞ୍ଜରୁ ୧୫୪ ଜଣ, ନବରଙ୍ଗପୁରରୁ ୧୩୧ ଜଣ, ନୟାଗଡ଼ରୁ ୫୨ ଜଣ, ନୂଆପଡ଼ାରୁ ୧୭୫ ଜଣ, ରାୟଗଡ଼ାରୁ ୬୧ ଜଣ, ସମ୍ବଲପୁରରୁ ୧୩୧ ଜଣ, ସୁବର୍ଣ୍ଣପୁରରୁ ୨୬ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | Viral: ଏହି ବ୍ୟକ୍ତି ମାଛିକୁ ମାରିବାକୁ ଯାଇ ନିଜ ଘରକୁ ବି ପୋଡ଼ି ଦେଲେ

ଏହା ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯୨,୨୯୦କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୧,୧୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୮୬,୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧କୁ ବୃଦ୍ଧି ପାଇଛି  ।



ଦେଶରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୬ ହଜାର ୧୬୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୧ ହଜାର ୧୭୭ ଜଣ । ଏବେ ବି ୯ ଲକ୍ଷ ୭୦ ହଜାର ୧୧୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
Published by: Anand Shankar Thankur Das
First published: September 25, 2020, 3:23 PM IST
corona virus btn
corona virus btn
Loading