ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା

ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୩,୧୧୭ ହୋଇଛି । ଆଜି ବି ଟପରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସେଠାରୁ ସର୍ବାଧିକ ୬୦୬ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ତା’ ତଳକୁ କଟକ ଜିଲ୍ଲାରୁ ମୋଟ ୩୫୪ ଜଣ ପଜିଟିଭ୍‌ ଟିହ୍ନଟ ହୋଇଛନ୍ତି ।

ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 11, 2020, 4:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ୬୦୦ ଟପିଛି କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା। ଆଜି ଯାଇଛି ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ। ହେଲେ ଆଜି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ଶୂନ୍ୟ ଥିବା ବେଳେ ଟେନସନ ଦେଇଛି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା। ସର୍ବାଧିକ ପଜିଟିଭ୍ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ଜୀବନ ନେଇଛି ଏହି କିଲର ଭାଇରସ୍ ।

ପୁରୀ ବି ପୁଣି ବଢ଼ାଇଛି ଟେନସନ୍ । ପୁରୀରେ ପଜିଟିଭ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ବି ପୁରୀ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ପୁରୀ ପରେ ମୟୂରଭଞ୍ଜରୁ ଯାଇଛି ୨ ଜଣଙ୍କର ଜୀବନ। କଟକ, କୋରାପୁଟ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏ ବ୍ୟକ୍ତିଙ୍କର ପ୍ରାଣ ନେଇଛି ଭାଇରସ୍ ।

ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ଭାଇରସ୍‌ । ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଛନ୍ତି ୩,୯୯୬ ଜଣ । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୩,୧୧୭ ହୋଇଛି । ଆଜି ବି ଟପରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ତଳକୁ ରହିଛି କଟକ। କଟକ ଜିଲ୍ଲାରୁ ମୋଟ ୩୫୪ ଜଣ ପଜିଟିଭ୍‌ ଟିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ଟିହ୍ନଟ ହୋଇଛନ୍ତି ୨୭୯ ଆକ୍ରାନ୍ତ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍‌


ବାଲେଶ୍ବରରୁ ୨୦୯ ଜଣ, ମୟୂରଭଞ୍ଜରୁ ୧୬୦ ଜଣ, ନବରଙ୍ଗପୁରରୁ ୧୫୧ ଜଣ ଓ କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଛନ୍ତି ୧୩୦ ଜଣ ସଂକ୍ରମିତ । ଆଜିର ମୋଟ ପଜିଟିଭ ମଧ୍ୟରୁ ୨,୩୫୯ ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ବାକି ୧,୬୩୭ ଜଣ ସ୍ଥାନୀୟ ବାସିନ୍ଦା । ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାର ବୋଲଗଡ ଅଞ୍ଚଳରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ବୋଲଗଡ଼ ବ୍ଳକର ତିନୋଟି ପଞ୍ଚାୟତର ଚାରିଟି ଗାଁକୁ ସପ୍ତାହକ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ବାଙ୍କୋଇ ପଞ୍ଚାୟତରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଧଳାପଥର ପଞ୍ଚାୟତର ଧଳାପଥର  ଓ ଠଣାପଲ୍ଳୀ ଗାଁରୁ ୯ ଜଣ ଓ ଆରିକିମା ପଞ୍ଚାୟତର ଆରିକିମା ଗାଁରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ | Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା

ଏହି ସମୟରେ ଏହି ଗାଁଗୁଡ଼ିକରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସପ୍ତାହ ମଧ୍ୟରେ ଅବରୋଧ ଅଞ୍ଚଳରେ ସାନିଟାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ଳକର ପିଓଙ୍କୁ ଦାୟିତ୍ବ ଦିଆଯାଇଛି । ବୋଲଗଡ଼ ଦମକଳ କେନ୍ଦ୍ର  ଅଧିକାରୀ  ନିରଞ୍ଜନ ବେହେରାଙ୍କୁ  ଅବରୋଧ  ଅଞ୍ଚଳକୁ  ସାନିଟାଇଜ  କରାଇବା ପାଇଁ ନିର୍ଦ୍ଦେଶ ରହିଛି । ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରୁଣ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟ ସହିତ କୋରୋନା ଟେଷ୍ଟିଂ କରାଯିବ ।



ଖୋର୍ଦ୍ଧା ସିଡିପିଓ ବନବାସିନୀ ବିଶ୍ବାଳ ଆର୍‌.ଆର୍‌.ଆର୍‌.ଟି. ଟିମ୍‌ ସହଯୋଗରେ ଘର ଘର ବୁଲି ସର୍ଭେ କାର୍ଯ୍ୟ କରାଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଅବରୋଧ ଅଞ୍ଚଳର ଅବଶ୍ୟକୀୟ ସବୁ କାର୍ଯ୍ୟ ବୋଲଗଡ଼ ତହସିଲ ଦାୟିତ୍ବରେ ଥିବା ବିଡିଓ ଧୋବେଇ ନାଏକ ତଦାରଖ କରିବେ ବୋଲି କୁହାଯାଇଛି ।
Published by: Anand Shankar Thankur Das
First published: September 11, 2020, 4:24 PM IST
corona virus btn
corona virus btn
Loading