News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍। ଏଥି ସହ ମୃତ୍ୟୁ ସଂଖ୍ୟା ୨୫୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧,୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗୋଟିଏ ଦିନର ସର୍ବାଧିକ ।
ବାର ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ, ଭୁବନେଶ୍ୱର, କେନ୍ଦୁଝର ଓ କନ୍ଧମାଳରୁ ଦୁଇ ଜଣ ଲେଖାଏଁ ବାସିନ୍ଦା ଅଛନ୍ତି। ବାଲେଶ୍ୱର, ଗଜପତି, ବରଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରୁ ଜଣେ ୬୧ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୪୮ ବର୍ଷୀୟ ପୁରୁଷ। ୬୧ ବର୍ଷୀୟା ମହିଳା ମଧୁମେହ ଓ ଉକ୍ତରକ୍ତ ଚାପ ରୋଗରେ ପୀଡିତ ଥିଲା ବେଳେ ଓ ୪୮ ବର୍ଷୀୟ ପୁରୁଷ ମଧୁମେହ ଓ ଇଉଟିଆଇ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱରରୁ ୨ ଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ୬୭ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି। ୬୭ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ, ପାର୍କିନ୍ସନିଜିମ୍, ବେନିନ୍ ପ୍ରୋଷ୍ଟାଟିକ୍ ଓ ହାଇପରପ୍ଲାସିଆ ରୋଗରେ ପୀଡ଼ିତ ଥିବାବେଳେ ୬୦ ଓ ୬୭ ବର୍ଷୀୟ ପୁରୁଷ କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ପୁଲମୁନାରୀ ରୋଗରେ ପୀଡ଼ିତ ଥିଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
କେନ୍ଦୁଝର ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରୁ ୭୯ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି। ୭୯ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ ଓ ଆଟ୍ରିଆଲ୍ ଫାଇବ୍ରିଲେସନ୍ ରୋଗରେ ପୀଡ଼ିତ ଥିବାବେଳେ ୬୦ ବର୍ଷୀୟ ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ ଓ କରୋନାରୀ ଆର୍ଟରି ରୋଗରେ ପୀଡ଼ିତ ଥିଲେ। କନ୍ଧମାଳ ଜିଲ୍ଲାରେ ୨ଜଣ ମୃତକ ମଧ୍ୟରୁ ୫୫ ଓ ୬୦ ବର୍ଷୀୟ ପୁରୁଷ ଓ ଉଭୟ ମଧୁମେହରୋଗରେ ପୀଡ଼ିତ ଥିଲେ।ବାଲେଶ୍ୱର ଜିଲ୍ଲାର ମୃତକ ଜଣେ ୫୭ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଗଜପତି ଜିଲ୍ଲାର ମୃତକ ଜଣେ ୫୯ ବର୍ଷୀୟ ପୁରୁଷ ଥିଲେ ଓ ସେ ଉଚ୍ଚ ରକ୍ତଚାପ ଏବଂ ଇସକେମିକ୍ ହୃଦ୍ ରୋଗ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାର ମୃତ୍ୟ ବରଣ କରିଥିବା ୬୦ ବର୍ଷୀୟ ପୁରୁଷ ଥିଲେ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟ ବରଣ କରିଥିବା ୫୫ ବର୍ଷୀୟ ପୁରୁଷ ଥିଲେ ଓ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟର କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୧୮ ଜଣ ଅଛନ୍ତି । ବାକି ୬୨୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ଓ ଗଞ୍ଜାମରୁ ଆଜି ସର୍ବାଧିକ ୨୭୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ାରୁ ୧୩୬, ସୁନ୍ଦରଗଡ଼ରୁ ୧୧୮ ଜଣ, ସମ୍ବଲପୁରରୁ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୫୨, କେନ୍ଦ୍ରପଡ଼ାରୁ ୧୪, କେନ୍ଦୁଝରରୁ ୩, କୋରାପୁଟରୁ ୫୦, ମାଲକାନିଗିରିରୁ ୨୭, ମୟୂରଭଞ୍ଜରୁ ୩୯, ନବରଙ୍ଗପୁରରୁ ୫, ନୟାଗଡରୁ ୪୦, ପୁରୀରୁ ୯୨ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୮,୬୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୫,୧୮୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।