ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୪୭; ପୁଣି ୧,୮୩୩ ନୂଆ ମାମଲା ଚିହ୍ନଟ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୧୧୮ ଜଣ ଅଛନ୍ତି । ବାକି ୭୨୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ ହେଲାଣି ।

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୪୭; ପୁଣି ୧,୮୩୩ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 7, 2020, 12:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌। ଏଥି ସହ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୮୩୩  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନର ସର୍ବାଧିକ ଅଟେ।

୧୨ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୩ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି। ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସମ୍ବଲପୁର, ଭଦ୍ରକ, ଢ଼େଙ୍କାନାଳ ଓ ଗଜପତିରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୩ ଜଣ ମୃତକ ୫୨, ୫୦ ଓ ୬୨ ବର୍ଷୀୟ ପୁରୁଷ। ତିନି ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ୫୦ ଓ ୬୨ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତରକ୍ତ ଚାପ ରୋଗରେ ପୀଡିତ ଥିଲା ବେଳେ ଓ ୫୦ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ।

ସୁନ୍ଦରଗଡ଼ର ୩ ଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ୭୭ ବର୍ଷୀୟ ପୁରୁଷ ଓ ଜଣେ ୬୬ ବର୍ଷୀୟ ପୁରୁଷ ଅଛନ୍ତି। ଦୁଇଜଣ ୭୭ ବର୍ଷୀୟ ପୁରୁଷଙ୍କ ମଧ୍ୟରୁ ଜଣକୁ ପୂର୍ବରୁ କୌଣସି ରୋଗ ନ ଥିବା ବେଳେ ଅନ୍ୟଜଣେ  ମଧୁମେହ ଓ ଉକ୍ତରକ୍ତ ସହ କ୍ରୋନିକ କୀଡ଼ିନି ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ମୟୂରଭଞ୍ଜ ଜିଲ୍ଲାର ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ଉକ୍ତରକ୍ତ ଚାପ ରୋଗରେ ପୀଡ଼ିତ ଥିଲେ। କେନ୍ଦ୍ରାପଡା ଜିଲ୍ଲାର ମୃତକ ଜଣେ ୩୬ ବର୍ଷୀୟ ପୁରୁଷ ଥିଲେ ଓ ସେ କ୍ରୋନିକ କୀଡ଼ିନି ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁରରେ ମୃତ୍ୟ ବରଣ କରିଥିବା ୭୮ ବର୍ଷୀୟା ମହିଳା ଥିଲେ ଓ ସେ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ରୋଗରେ ପୀଡ଼ିତ ଥିଲେ। ଭଦ୍ରକରେ ମୃତ୍ୟ ବରଣ କରିଥିବା ୫୫ ବର୍ଷୀୟ ପୁରୁଷ ଥିଲେ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ।

ଢ଼େଙ୍କାନାଳରେ ମୃତ୍ୟ ବରଣ କରିଥିବା ୬୧ ବର୍ଷୀୟ ପୁରୁଷ ଥିଲେ ଓ ସେ ମଧୁମେହ ଓ ଉକ୍ତରକ୍ତ ଚାପ ରୋଗରେ ପୀଡ଼ିତ ଥିଲେ। ଗଜପତିରେ ମୃତ୍ୟ ବରଣ କରିଥିବା ୩୪ ବର୍ଷୀୟ ପୁରୁଷ ଥିଲେ ଓ ସେ କ୍ରୋନିକ କୀଡ଼ିନି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୧୮ ଜଣ ଅଛନ୍ତି । ବାକି ୭୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଛି।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ଅସରନ୍ତି ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ | ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୨୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୭୯, ରାୟଗଡ଼ାରୁ ୧୫୨,  କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯ , ବରଗଡ଼ରୁ ୮, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୩୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଜଗତସିଂହପୁରରୁ ୧୬,ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରପଡ଼ାରୁ ୩୪, କେନ୍ଦୁଝରରୁ ୧୬, କୋରାପୁଟରୁ ୪୭, ମାଲକାନିଗିରିରୁ ୩୬, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୧୧, ନୟାଗଡରୁ ୬୧, ନୂଆପଡାରୁ ୧,ପୁରୀରୁ ୬୭,ସମ୍ବଲପୁରରୁ ୩୯ ଓ ସୋନପୁରରୁ ୩୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୬,୮୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୫,୩୭୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।



ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Anand Shankar Thankur Das
First published: August 7, 2020, 12:26 PM IST
corona virus btn
corona virus btn
Loading