ରାଜ୍ୟରେ କରୋନା ନେଲା ୧୧ ଜୀବନ; ଆହୁରି ୧,୫୪୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ମୃତ୍ୟୁ ୧,୩୦୮

କରୋନା ମୁକାବିଲାରେ ବରିଷ୍ଠଙ୍କ ପାଇଁ BCG ଟିକା ସହାୟକ ହୋଇପାରେ ବୋଲି ICMR ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

ରାଜ୍ୟରେ କରୋନା ନେଲା ୧୧ ଜୀବନ; ଆହୁରି ୧,୫୪୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ମୃତ୍ୟୁ ୧,୩୦୮
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 30, 2020, 4:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍‌ ପୁଣି ଉପରମୁହାଁ ହେଉଥିବା ଦେଖାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧,୫୪୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ତିନି ଜଣ ଓ କଟକରୁ ଦୁଇ ଜଣଙ୍କର ଜୀବନ ନେଇଛି ଏହି କିଲର୍‌ ଭାଇରସ୍‌ । ଏଥି ସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୦୮ରେ ପହଞ୍ଚିଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୬୫୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୫୯ ଜଣ । କଟକରୁ ୯୮ଜଣ, ଅନୁଗୁଳରୁ ୯୫ଜଣ, ଜଗତସିଂହପୁରରୁ ୮୯ଜଣ, ମୟୂରଭଞ୍ଜରୁ ୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଓ ବାଲେଶ୍ବରରୁ ୭୯ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଏହି ନୂଆ ୧,୫୪୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋ’ଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ରେ ପହଞ୍ଚିଛି । ସେଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୨ ଲକ୍ଷ ୭୨ ହଜାର ୩୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିସାରିଲେଣି । ଏବେ ୧୫ ହଜାର ୨୪୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୮ ହଜାର ୬୪୮ ଜଣ ନୂଆ କୋରୋନା ଆକ୍ରାନ୍ତ । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୩ ଜଣଙ୍କର ଜୀବନ ନେଇଛି ଏହି କିଲର୍‌ ଭାଇରସ୍‌ । ଦେଶରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୫ ଲକ୍ଷ ୯୪ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

କରୋନାକୁ ନେଇ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସ୍ଥିତି ସୁଧୁରୁଥିବା ବେଳେ କେରଳ ଓ ଦିଲ୍ଲୀରେ ସ୍ଥିତି ଚିନ୍ତାଜନକ ରହିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୨ ଓ କର୍ଣ୍ଣାଟକରେ ୪ ହଜାର ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ୭ ହଜାର ୨୦ ଓ ଦିଲ୍ଲୀରେ ୫ ହଜାର ୭୩୯ ନୂଆ ମାମଲା ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

କରୋନା ମୁକାବିଲାରେ ବରିଷ୍ଠଙ୍କ ପାଇଁ ବିସିଜି ଟିକା ସହାୟକ ହୋଇପାରେ ବୋଲି ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେବେ ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି ।



ଆଇସିଏମଆର ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୬ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୩୨ ଜଣଙ୍କୁ ଟିକା ଦିଆ ନ ଯାଇ ଅନୁଧ୍ୟାନରେ ରଖାଯାଇଥିଲା ।  ଟିକା ଦେବାର ଏକ ମାସ ପରେ ଗବେଷକମାନେ ସେମାନଙ୍କୁ ଅନୁଧ୍ୟାନ କରିଥିଲେ । ଏଥିରେ ଦେଖାଯାଇଥିଲା ଯେ ଟିକା ନେଇଥିବା ଲୋକଙ୍କ ଦେହରେ କୋଭିଡ୍ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।
Published by: Anand Shankar Thankur Das
First published: October 30, 2020, 4:44 PM IST
corona virus btn
corona virus btn
Loading