News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ୧,୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡ଼ା ଓ ଗଞ୍ଜାମରେ କରୋନା ସଂକ୍ରମଣରେ ତିନି ଜଣ ଲେଖାଏଁ, ଗଜପତିରେ ୨ ଜଣ ଏବଂ ଖୋର୍ଦ୍ଧା ଓ କଳହାଣ୍ଡିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ଆଜିର ତିନି ଜଣ ମୃତକଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଥିବା ବେଳେ ଗଜପତିରେ ୧୩ ଓ ରାୟଗଡ଼ାରେ ୧୦କୁ ବୃଦ୍ଧି ପାଇଛି । କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି ।
ଆଜିର ନୂଆ ୧,୩୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୭୩ ଜଣ ଚିହ୍ନଟ ହୋଇଛନ୍ତି । ବାକି ୫୧୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜିର ଏହି ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଛି ।
ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ଆଜି ସର୍ବାଧିକ ୩୩୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, ସମ୍ବଲପୁରରୁ ୯୩, କଟକରୁ ୮୯, ବାଲେଶ୍ବରରୁ ୭୯, ଗଜପତିରୁ ୬୧, ବଲାଙ୍ଗିରରୁ ୫୧, ସୁନ୍ଦରଗଡ଼ରୁ ୪୬, ମାଲକାନଗିରିରୁ ୩୯, ରାୟଗଡ଼ାରୁ ୩୮ ଓ ବରଗଡ଼ରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬, ଭଦ୍ରକରୁ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨୨ ଜଣ ଲେଖାଏଁ, ଯାଜପୁରରୁ ୧୮ ଆକ୍ରାନ୍ତ, ପୁରୀରୁ ୧୭, ଅନୁଗୁଳରୁ ୧୩, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରୁ ୧୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୭, ସୁବର୍ଣ୍ଣପୁରରୁ ୬, ନୂଆପଡ଼ାରୁ ୫ ଓ କଳାହାଣ୍ଡିରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୧,୯୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ:ନ୍ତି । ଏବେ ୧୪,୦୯୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ଏହା ବି ପଢ଼ନ୍ତୁ: ଅମିତ ଶାହଙ୍କ ପରେ କର୍ଣ୍ଣାଟକ CM ବି.ଏସ୍. ୟେଦ୍ୟୁରପ୍ପା କରୋନାରେ ସଂକ୍ରମିତ ହେଲେଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାକୁ (୧୮ ହଜାରରୁ ୩୬ ହଜାର) ମାତ୍ର ଦୁଇ ସପ୍ତାହ ଲାଗିଛି । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିବା ବେଳେ ୧,୦୦୦ତମ ଆକ୍ରାନ୍ତ ଚିହ୍ନଟ ହେବାକୁ ଲାଗିଥିଲା ୬୫ ଦିନ । ମେ ୧୯ରେ ୧,୦୦୦ତମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ର ୩୩ ଦିନ ପରେ, ଅର୍ଥାତ ଜୁନ୍ ୨୧ରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୦୦୦ ଛୁଇଁଥିଲା । ତା’ ପର ୧୬ ଦିନରେ ୫,୦୦୦ ସଂକ୍ରମିତ ବଢ଼ି ଜୁଲାଇ ୭ରେ ପଜିଟିଭ ସଂଖ୍ୟା ୧୦,୦୦୦ ଟପିଥିଲା । ଜୁଲାଇ ୨୩ରେ ୨୦ ହଜାର ପାର୍ ହୋଇଥିଲା ଆକ୍ରାନ୍ତ ସଂଖ୍ୟା । ଜୁଲାଇ ୩୦ରେ ରାଜ୍ୟରେ ପଜିଟିଭି ସଂଖ୍ୟା ୩୦ ହଜାର ପାର କରିଥିଲା ।
ଏବେ ବି ତିନି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧ ଓ କଟକରୁ ରାଜ୍ୟର ଅଧାରୁ ଅଧିକ ପଜିଟିଭ ଓ ଆକ୍ଟିଭ କେସ୍ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।