ରାଜ୍ୟରେ ଆହୁରି ୧୦ ଜଣଙ୍କ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୨୯୬ ହେଲା; ୧,୩୪୧ ନୂଆ ପଜିଟିଭ୍

ଗଞ୍ଜାମରେ କରୋନା ସଂକ୍ରମଣ ହାର କମିଛି, କିନ୍ତୁ ମୃତ୍ୟୁ ହାରରେ ଲାଗି ପାରୁନି ବ୍ରେକ। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ଟେଷ୍ଟିଂ ବଢ଼ୁଥିବା ବେଳେ ସେହି ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦେଖିବାକୁ ମିଳୁଛି ।

ରାଜ୍ୟରେ ଆହୁରି ୧୦ ଜଣଙ୍କ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୨୯୬ ହେଲା; ୧,୩୪୧ ନୂଆ ପଜିଟିଭ୍
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 11, 2020, 12:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କିଲର କରୋନା ଭାଇରସ । ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ, ବାଲେଶ୍ବର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ରାଜ୍ୟର ୨୯ଟି ଜିଲ୍ଲାରୁ ଆହୁରି ୧,୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ କରୋନା ସଂକ୍ରମଣ ହାର କମିଛି, କିନ୍ତୁ ମୃତ୍ୟୁ ହାରରେ ଲାଗି ପାରୁନି ବ୍ରେକ। ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ତିନି ଜଣଙ୍କର କରୋନାରେ ମୃତ୍ୟୁ ହେବା ପରେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ୧୦ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମର ୭୨, ୬୪ ଓ ୫୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଖୋର୍ଦ୍ଧାର ଜଣେ ୮୦ ବର୍ଷୀୟ ପୁରୁଷ ଏବଂ ୫୫ ଓ ୨୬ ବର୍ଷୀୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ସୁନ୍ଦରଗଡ଼ରେ ଜଣେ ୫୭ ବର୍ଷୀୟା ମହିଳା, ବାଲେଶ୍ବରରେ ଜଣେ ୫୮ ବର୍ଷୀୟ ପୁରୁଷ ଓ ପୁରୀରେ ୫୬ ଜଣେ ବର୍ଷୀୟ ପୁରୁଷଙ୍କର କରୋନାରେ ମୃତ୍ୟୁ ହୋଇଛି । ରାୟଗଡ଼ାରେ ଜଣେ ୪୭ ବର୍ଷୀୟା ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ୧,୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୮୧୮ ଜଣ ଥିବା ବେଳେ ୫୨୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ୧,୩୪୧ ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୭ ଜଣ ଅଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ଏଠାରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୧ ଜଣ, ଭଦ୍ରରୁ ୮୩ ଜଣ, କଟକରୁ ୭୬ ଜଣ, ରାୟଗଡ଼ାରୁ ୭୫ ଜଣ, ଝାରସୁଗୁଡ଼ାରୁ ୬୭ ଜଣ, ନୟାଗଡ଼ରୁ ୫୭ ଜଣ, ବରଗଡ଼ରୁ ୫୬ ଜଣ ଓ ବାଲେଶ୍ବରରୁ ୫୪ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪୫ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ ଓ ସମ୍ବଲପୁରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୩,୦୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୪୨୭ ଜଣ ଏବେ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ଟେଷ୍ଟିଂ ବଢ଼ିଛି, ହେଲେ ସେହି ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୨୩,୦୩୫ ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୧,୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଅନ୍ୟ ଦିନ ଅପେକ୍ଷା ଅପେକ୍ଷାକୃତ କମ ରହିଛି। ମୃତ୍ୟୁ ସଂଖ୍ୟା ବି ଗତ ଚାରି ଦିନ ଅପେକ୍ଷା କମ ରହିଛି ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ

ଗତ କାଲି ବି ୧୯,୦୮୩ଟି ନମୁନା ଟେଷ୍ଟ ହୋଇଥିଲା ଓ ୧,୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ମାସର ଅନ୍ୟ ଦିନମାନଙ୍କୁ ଦେଖିଲେ ଟେଷ୍ଟିଂ କମ୍‌ ରହିଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିଲା। ତେବେ ଆଜିର ଟ୍ରେଣ୍ଡ ସାମାନ୍ୟ ଆଶ୍ୱସ୍ତି ଆଣିଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬,୯୨,୩୯୧ଟି ନମୁନା ଟେଷ୍ଟ ହୋଇଥିବା ବେଳେ ୪୮,୭୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର।



ଦେଶରେ ଗତ ୨୪ ଘଣ୍ଟାରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଓ ୫୩,୬୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫,୨୫୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଏବେ ବି ସ୍ଥିତି ସଂଙ୍ଗୀନ ରହିଛି । ସେଠାରେ ସର୍ବାଧିକ ୧୮,୦୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
Published by: Anand Shankar Thankur Das
First published: August 11, 2020, 12:27 PM IST
corona virus btn
corona virus btn
Loading