ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୬୯; ପୁଣି ୧,୨୦୩ ନୂଆ ମାମଲା ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଜଣ ଅଛନ୍ତି । ବାକି ୪୪୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ ହେଲାଣି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦଶ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏଥି ସହ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧,୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦଶ ଜଣ ମୃତକ ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୨ ଜଣ, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ବାସିନ୍ଦା ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୪ ଜଣ ମୃତକଙ୍କ ମଧ୍ୟରୁ ତିନି ଜଣ ୪୩, ୪୭ ଓ ୩୩ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୬୫ ବର୍ଷୀୟା ମହିଳା ଅଛନ୍ତି । ତିନି ଜଣ ପୁରୁଷଙ୍କର ପୂର୍ବରୁ କୌଣସି ରୋଗ ନଥିବା ବେଳେ ବର୍ଷୀୟା ମହିଳା ଜଣକ ମଧୁମେହ, ଉକ୍ତ ରକ୍ତଚାପ ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରେ ଦୁଇ ଜଣ ମୃତକ ଉଭୟ ୬୦ ବର୍ଷୀୟ ମହିଳା ଥିଲେ । ଜଣେ ମଧୁମେହ ଓ କ୍ରୋନିକ କିଡୀନି ରୋଗରେ ପୀଡ଼ିତ ଥିଲେ ଓ ଆର ଜଣକ ମଧୁମେହରେ ପୀଡ଼ିତ ଥିଲେ । ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ ସମ୍ବଲପୁରରେ ମୃତ୍ୟ ବରଣ କରିଥିବା ବ୍ୟକ୍ତିମାନେ ଯଥା କ୍ରମେ ୫୦, ୭୧, ୬୫ ଓ ୬୭ ବର୍ଷୀୟ ପୁରୁଷ । ରାୟଗଡ଼ାର ମୃତକ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ରୋଗ, ସୁନ୍ଦରଗଡ଼ର ୭୧ ବର୍ଷୀୟ ପୁରୁଷ ମଧୁମେହ, ନୟାଗଡ଼ର ୬୫ ବର୍ଷୀୟ ପୁରୁଷ ୟୁରେମିକ୍ ଏନସେଫାଲୋପାଥି ସହିତ କ୍ରୋନିକ୍ କିଡନୀ ରୋଗ ଓ ସମ୍ବଲପୁରର ୬୭ ବର୍ଷୀୟ ପୁରୁଷ ଉକ୍ତ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଜଣ ଅଛନ୍ତି । ବାକି ୪୪୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଆଜି ସର୍ବାଧିକ ୩୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁର ୪୪, କୋରାପୁଟରୁ ୩୫ ଓ ବାଲେଶ୍ୱରରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୨୯, ଅନୁଗୁଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬, କଟକରୁ ୧୪, ସୁନ୍ଦରଗଡ଼ରୁ ୧୪, ଭଦ୍ରକରୁ ୧୩ , ମାଲକାନିଗିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରପଡ଼ାରୁ ୮, ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରୁ ୭ ଜଣ ଲେଖାଏଁ , ଝାରସୁଗୁଡ଼ାରୁ ୫, ବଲାଙ୍ଗୀର ଓ ପୁରୀରୁ ୪ ଜଣ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨ ଜଣ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୮,୯୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୧,୨୩୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ: ଅନଲକ୍‌ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍‌ ଓ ଯୋଗ ଅନୁଷ୍ଠାନ

ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ନଅ ଦିନ ହେବ ୧,୦୦୦ ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।
Published by:Anand Shankar Thankur Das
First published: