ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୩୦; ପୁଣି ୧,୩୨୦ ନୂଆ ମାମଲା ଚିହ୍ନଟ

ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ଗଜପତି, ଝାରସୁଗଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି । ଏହା ରାଜ୍ୟରେ ଗୋଟିଏ ଦିନରେ ହୋଇଥିବା ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା ।

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୩୦; ପୁଣି ୧,୩୨୦ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 25, 2020, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୧୦ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୩୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୪ଟି ଜିଲ୍ଲାରୁ ଆଉ ୧,୩୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦଶ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ଅଛନ୍ତି ତିନି ଜଣ । ଏଥି ସହ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୟରୁ ଜଣେ ୩୦ ବର୍ଷୀୟ ପୁରୁଷ ଓ ଅନ୍ୟ ଦୁଇ ଜଣ ୬୦ ବର୍ଷୀୟ ପୁରୁଷ ଅଛନ୍ତି । ୩୦ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ପୁରୁଷଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା ।

ବାଲେଶ୍ୱରରେ ଦୁଇ ଜଣ ମୃତକଙ୍କ ବୟସ ଯଥା କ୍ରମେ ୩୭ ଓ ୬୦ ବର୍ଷ । ୩୭ ବର୍ଷୀୟ ପୁରୁଷ ଇମ୍ୟୁନୋସପ୍ରେସନ୍ ସହିତ ସ୍ପଣ୍ଡିଲୋର୍ଥ୍ରୋଫି ରୋଗରେ ପୀଡ଼ିତ ଥିବା ବେଳେ ୬୦ ବର୍ଷୀୟ ପୁରୁଷ ମଧୁମେହ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ରେ ଦୁଇ ଜଣ ମୃତକଙ୍କ ବୟସ ଯଥା କ୍ରମେ ୫୪ ଓ ୬୦ ବର୍ଷ । ୫୪ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୬୦ ବର୍ଷୀୟ ପୁରୁଷଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗଜପତି, ଝାରସୁଗଡ଼ା ଓ ରାୟଗଡ଼ାରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୩୭,୬୧ ଓ ୪୭ ବର୍ଷ । ଗଜପତି ଓ ଝାରସୁଗଡ଼ାରେ ମୃତକ ପୁରୁଷଙ୍କର ପୂର୍ବରୁ କୌଣସି ରୋଗ ନ ଥିଲା ବେଳେ ରାୟଗଡ଼ାର ୪୭ ବର୍ଷୀୟ ପୁରୁଷ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମନାରି ରୋଗ ଓ ମେଦବହୁଳତାରେ ପୀଡ଼ିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ୧,୩୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୮୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୪୩୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି । ସ୍ଥାନୀୟ ସଂକ୍ରମଣ କମ୍‌ କରିବା ସରକାରଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇ ରହିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୬୦ ଜଣ ଓ ଖୋର୍ଦ୍ଧା ୧୭୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯,କଟକରୁ ୪୭, ଗଜପତିରୁ ୯୦, ଜଗତସିଂହପୁରରୁ ୩, ଯାଜପୁରରୁ ୨୩, ଝାରସୁଗଡ଼ାରୁ ୨,କନ୍ଧମାଳରୁ ୩୯, କେନ୍ଦୁଝରରୁ ୨୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮,ନୂଆପଡାରୁ ୪, ପୁରୀରୁ ୯୦, ରାୟଗଡାରୁ ୬୫, ସୁନ୍ଦରଗଡ଼ରୁ ୪୭ ଜଣ ଏବଂ ଦେଓଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା, ସୋନପୁରରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪,୦୧୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୫,୨୦୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୮,୬୫୦ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ରାଜ୍ୟରେ ଚଳିତ ମାସରେ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଗତ ଚାରି ଦିନ ହେବ ୧,୦୦୦ ପାର୍‌ କରିଛି ସଂକ୍ରମଣ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 25, 2020, 12:58 PM IST
corona virus btn
corona virus btn
Loading