ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତ୍ୟୁ ୧୪୦; ନୂଆ ଆକ୍ରାନ୍ତ ୧,୩୭୬

ମୃତକମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୬ ଜଣ । ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଢ଼ିଚାଲିଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତାର ବିଷୟ ହୋଇ ରହିଛି ।

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତ୍ୟୁ ୧୪୦; ନୂଆ ଆକ୍ରାନ୍ତ ୧,୩୭୬
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 26, 2020, 12:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ରାଜ୍ୟରେ ପୁଣି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୬ ଜଣ । ଏଥି ସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୦ ହୋଇଛି । ରାଜ୍ୟରେ ଆଜି ସବୁ ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦ଟି ଜିଲ୍ଲାରୁ ମୋ’ଟ ୧,୩୭୬ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ମୃତକ ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୬ ଜଣଙ୍କ ସହିତ ଖୋର୍ଦ୍ଧାରୁ ୨ ଜଣ ଏବଂ ସୁନ୍ଦରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ପୁରୁଷ (ବୟସ ୫୫, ୬୦, ୬୩, ୬୪ ଓ ୬୦ ବର୍ଷ) ଏବଂ ଜଣେ ୫୧ ବର୍ଷୀୟା ମହିଳା । ଖୋର୍ଦ୍ଧାରେ ଜଣେ ୩୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ବରର ଜଣେ ୫୮ ବର୍ଷୀୟା ମହିଳାଙ୍କ ପ୍ରାଣ ଯାଇଛି । ଗଜପତିରେ ୬୩ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି ଓ ସୁନ୍ଦରଗଡ଼ରେ ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ମୋଟ ନୂଆ ୧,୩୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୧୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୪୫୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ଲଗାତର ସ୍ଥାନୀୟ ବାସିନ୍ଦାମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ସରକାରଙ୍କ ପାଇଁ ଚିନ୍ତା ବଢ଼ିଚାଲିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୮୭ ଜଣ ପଜିଟିଭ ଅଛନ୍ତି । କେନ୍ଦୁଝରରେ ଆଜି ଶହେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀରୁ ୯୧, କଟକରୁ ୭୫ ଓ ଗଜପତିରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦ ଜଣ ନୂଆ ସଂକ୍ରମିତ ସାମ୍ନାକୁ ଆସିଛନ୍ତି ।

ବାଲେଶ୍ବରରୁ ୨୯, ମୟୂରଭଞ୍ଜରୁ ୨୨ ଓ ନବରଙ୍ଗପୁରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୧୯, ମାଲକାନଗିରି ଓ ଢେଙ୍କାନାଳରୁ ୧୫ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୭ ଓ କନ୍ଧମାଳରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଥିବା ଜମାପଡ଼ିଛି ।

ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ନୟାଗଡ଼ରେ ୫ ବର୍ଷର ଝିଅ ପରୀକୁ ମାରି ଟୁକୁଡ଼ା ଟୁକୁଡ଼ା କରି ଫିଙ୍ଗିଲେ ଦୁର୍ବୃତ୍ତ; ତଦନ୍ତ ଜାରି

ଭଦ୍ରକରୁ ୧୦ ଜଣ ଏବଂ ବୌଦ୍ଧ ଓ ଯାଜପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫,୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯,୨୮୭ ଜଣ ଚିକିତ୍ସିତ ହେଉଛନ୍ତି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 12:18 PM IST
corona virus btn
corona virus btn
Loading