News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ୟୁରୋପର କେତେକ ଦେଶରେ କରୋନା ଭାଇରସ୍ (Coronairus) ସଂକ୍ରମଣ ରେକର୍ଡ଼ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଡେଲଟା ଭ୍ୟାରିଆଣ୍ଟର ପ୍ରକୋପ ହ୍ରାସ ପାଉଥିବାରୁ ଅନେକ ଦେଶ ବାଣିଜ୍ୟ ଓ ପର୍ଯ୍ୟଟନ ସେବା ଆରମ୍ଭ କରିଛନ୍ତି, ହେଲେ ଇତି ମଧ୍ୟରେ ବିଶ୍ୱରେ କୋଭିଡ୍-୧୯ (COVID-19) ମାମଲା ୨୫ କୋଟି ଅତିକ୍ରମ କରିଛି ।
ରଏଟର୍ସର ଏକ ବିଶ୍ଳେଷଣ ଅନୁଯାୟୀ ଗତ ତିନି ମାସ ମଧ୍ୟରେ ଦୈନିକ ହାରାହାରି ସଂକ୍ରମଣ ସଂଖ୍ୟା ୩୬% ହ୍ରାସ ପାଇଛି, କିନ୍ତୁ ଅତି ସଂକ୍ରମଣକାରୀ ଡେଲଟା ଭ୍ୟାରିଆଣ୍ଟ୍ ପ୍ରତି ୯୦ ଦିନରେ ସାରା ବିଶ୍ୱରେ ପାଞ୍ଚ କୋଟି ଲୋକଙ୍କୁ ସଂକ୍ରମିତ କରୁଛି (Corona in Europe) । କରୋନା ସଂକ୍ରମଣ ଆରମ୍ଭ ହେବା ପରେ କୋଭିଡ-୧୯ ମାମଲା ସଂଖ୍ୟା ପ୍ରଥମେ ପାଞ୍ଚ କୋଟିରେ ପହଞ୍ଚିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ୫ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି ଯେ କରୋନା ଟିକା (Corona vaccine) ଯୋଗୁଁ ଅନେକ ଦେଶ ଏହି ମହାମାରୀକୁ ପଛରେ ପକାଇ ଦେଇଛନ୍ତି, ହେଲେ ଶୀତ ଋତୁ ଓ ପାର୍ବଣ ସମୟ ଯୋଗୁଁ ସଂକ୍ରମଣ ପୁଣି ବୃଦ୍ଧି ପାଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | Coronaକୁ ଗୁରୁତର ହେବାରୁ ରୋକିବ ଏହି ଆଣ୍ଟିବଡି; ବୈଜ୍ଞାନିକମାନଙ୍କୁ ମିଳିଲା ବଡ଼ ସଫଳତା‘‘ବର୍ତ୍ତମାନ ଓ ୨୦୨୨ ଶେଷ ମଧ୍ୟରେ ହିଁ ଆମେ ଏହି ଭୂତାଣୁ ଉପରେ ନିୟନ୍ତ୍ରଣ ପାଇପାରିବା... ଏବେ ଆମେ ସତର୍କ ହେଲେ ହିଁ ଗୁରୁତର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିପାରିବା,’’ ସମ୍ବାଦ ସଂସ୍ଥା ରୟଟର୍ସକୁ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଗ୍ରଣୀ ଏପିଡେମୋଲୋଜିଷ୍ଟ ମାରିଆ ୱାନ୍ କେର୍ଖୋଭ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସନ୍ନି ଲିଓନି ବୋଲ୍ଡ ଫଟୋସୁଟ୍ କଲେ; କଳା ଡ୍ରେସ୍ ପିନ୍ଧି ବଢ଼େଇଲେ ଗ୍ଲାମର୍ ଓ ଉତ୍ତାପବିଶ୍ୱର ୨୪୦ଟି ଦେଶ ମଧ୍ୟରୁ ୫୫ଟିରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଋଷିଆ, ୟୁକ୍ରେନ୍ ଓ ଗ୍ରୀସରେ ତ ଦୁଇ ବର୍ଷ ପୂର୍ବେ ଏହି ମହାମାରୀ ସଂକ୍ରମଣ ଆରମ୍ଭ ହେବା ପରେ ଯେଉଁ ରେକର୍ଡ଼ ସ୍ତର ଥିଲା ଏବେ ପ୍ରାୟ ସେହି ସ୍ତରରେ କିମ୍ବା ତା’ ନିକଟବର୍ତ୍ତୀ ସ୍ତରରେ ସଂକ୍ରମଣର ସ୍ଥିତି ଅଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | KBC ସେଟରେ ଅମିତାଭ ବଚ୍ଚନଙ୍କ ହାତରେ ଲଙ୍କା ଭଙ୍ଗାଇଲେ ପ୍ରତିଯୋଗୀ; VIDEO ଭାଇରାଲ୍ ହେଉଛିପୂର୍ବ ୟୁରୋପରେ ଟିକାକରଣ ହାର ସର୍ବନିମ୍ନ ରହିଛି । ଗଲା କେତେ ଦିନ ଧରି ବିଶ୍ୱ ସାରା ଦେଖାଦେଉଥିବା ସବୁ ନୂଆ କରୋନା ସଂକ୍ରମଣର ଅଧାରୁ ଅଧିକ ୟୁରୋପର ଦେଶମାନଙ୍କରୁ ଆସୁଛି ଓ ବିଶ୍ଳେଷଣରୁ ଜଣା ପଡ଼ିଛି ଯେ ପ୍ରାୟ ଚାରି ଦିନରେ ଏକ ଲକ୍ଷ ନୂଆ କରୋନା ସଂକ୍ରମଣ ଦେଖାଦେଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ୨ ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲାଋଷିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡୃ ସ୍ତର ଛୁଉଁଥିବାରୁ ସେଠାରେ ବିଭିନ୍ନ ଅଞ୍ଚଳର ପ୍ରଶାସନ କହିଛନ୍ତି ଯେ ସେମାନେ ଏହି ସପ୍ତାହରେ ଅଧିକ ପ୍ରତିବନ୍ଧକ ଲଗାଇ ପାରନ୍ତି କିମ୍ବା ଲୋକଙ୍କ କାର୍ଯ୍ୟକ୍ଷେତ୍ର ବନ୍ଦ କରିପାରନ୍ତି । ନଭେମ୍ବର ୮ରେ ଋଷିଆରେ ୩୯,୪୦୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ସେଥିରୁ କେବଳ ରାଜଧାନୀ ମସ୍କୋରେ ପ୍ରାୟ ୫,୦୦୦ ଲୋକ ଅଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।