News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଥିବା କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ଧରୁନି । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଗତ ଅଢେ଼ଇ ମାସ ଭିତରେ ୧,୫୦୦ ପାର୍ କରିଥିବା ବେଳେ ସବୁ ଠାରୁ ଚିନ୍ତାଜନକ ବିଷୟ ହେଲା ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର ୮ ଦିନରେ ଡବଲ ହେଉଛି । ସ୍ୱାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞଙ୍କ ମତରେ ଜୀବନ ଲାଗି ଜୀବିକା ବାଜି ଲାଗିଥିବା ବେଳେ ଏବେ ଲୋକଙ୍କ ଦାୟିତ୍ବହୀନତା କାରଣରୁ ରୋଗ ମାଡ଼ି ଚାଲିଛି, ଯାହା ଆଗକୁ ମାରାତ୍ମକ ହେବା ନିଶ୍ଚିତ।
ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକଙ୍କ ମତରେ ଓଡ଼ିଶାର ଏବେକାର ଅନୁସାରେ ହୁଏତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ଓ ଏହା ଜୁନରେ ଉଗ୍ର ହେବ । ଗତ ଅଢେଇ ମାସ ଭିତରେ ରାଜ୍ୟରେ ୧,୫୦୦ରୁ ଅଧିକ ପଜିଟିଭ ସଂଖ୍ୟା ସହିତ କ୍ରମାଗତ ଭାବେ ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ସରକାରୀ ସୂଚନା କହୁଛି ରାଜ୍ୟରେ ଏବେ କରୋନା ପଜିଟିଭ ସଂଖ୍ୟା ୧,୬୦୦ ଟପିବା ସହି ରାଜ୍ୟରେ ହାରାହାରି ପ୍ରତି ୮ ଦିନରେ ଡବଲ ହେବାରେ ଲାଗିଛି ସଂକ୍ରମଣ ହାର, ଯାହା ଚିନ୍ତାଜନକ ।
ଏବେ ରାଜ୍ୟର ଅନେକ ଜିଲ୍ଲାରେ କରୋନା ନିଜ ଉପସ୍ଥିତି ଜାହିର କରିବାକୁ ବସିଥିବା ବେଳେ ଗଞ୍ଜାମ ଓ ଯାଜପୁରରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷ ଭାବେ ଚିନ୍ତା ବଢ଼ାଇଛନ୍ତି ପ୍ରବାସୀ ଓଡ଼ିଆ । ପ୍ରବାସୀମାନେ ରାଜ୍ୟକୁ ଆସିବା ପରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର ୧.୧୭ ପ୍ରତିଶତରେ ବଢି ଚାଲିଛି ।

ଗଞ୍ଜାମରେ ଟ୍ରେନରେ ଆସିଥିବା ଓଡ଼ିଆଙ୍କୁ ନେବା ପାଇଁ ଷ୍ଟେସନକୁ ଆସିଛି ଏକ ଡଜନରୁ ଅଧିକ ବସ୍ ।
‘‘ଆସନ୍ତା ଜୁନ ମାସରେ କରୋନା ସଂକ୍ରମଣ ହାର ବଢ଼ିବ। ଲକଡାଉନରେ କୋହଳତା ଏହି ସ୍ଥିତିକୁ ଖୋରାକ ଯୋଗାଇପାରେ। ବିଶେଷ କରି ଓଡ଼ିଶାରେ ସ୍ଥିତି ଏବେ ଧୀରେ ଧୀରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି, ଯାହା ଜୁନରେ ଉଗ୍ର ହେବା ନିଶ୍ଚିତ। ସରକାର ଏହି ଦିଗ ଉପରେ ଅଧିକ ଧ୍ୟାନ ଦେବା ଦରକାର,’’ କହିଛନ୍ତି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର ।
ଓମସାର ପୂର୍ବତନ ସଭାପତି ମଧୁସୂଦନ ମିଶ୍ର କହିଛନ୍ତି: ‘‘କରୋନା ସ୍ଥିତିକୁ ଦେଖି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଚାରି ଥର ଲକଡାଉନ ଘୋଷଣା କରିଛନ୍ତି। ତା ସହିତ ସଟ ଡାଉନ ଓ ଅନ୍ୟାନ୍ୟ କରୋନା କଟକଣା ମଧ୍ୟ ଆପଣେଇଛନ୍ତି। ତା ସତ୍ବେ ବି ବଢୁଛି ପଜିଟିଭ ସଂଖ୍ୟା। ଅଧିକ ଟେଷ୍ଟ ସହିତ ପଜିଟିଭ ସଂଖ୍ୟା ବୃଦ୍ଧି ଭଲ କଥା । କିନ୍ତୁ ତା’ ଅର୍ଥ ନୁହେଁ ଆମେ ବେପରୁଆ ହୋଇଯିବା । ରାଜ୍ୟ ସରକାର ଲକଡାଉନ ନିୟମ ଅନୁସାରେ ଆମେ ସମସ୍ତେ ଚାଲିବା ଦରକାର ।’’
‘‘ରାଜ୍ୟରେ ଆଗକୁ ସଂକ୍ରମଣ ବଢ଼ିବା ନିଶ୍ଚିତ। ଜୀବିକା ପାଇଁ ସରକାର ଲକଡାଉନ କୋହଳ କରିବାକୁ ବାଧ୍ୟ ହେଲେ । ନ ହେଲେ ଦେଶର ଅର୍ଥନୀତି ବିଗିଡ଼ି ଯିବ। ଏବେ ଲୋକଙ୍କ ଦାୟିତ୍ୱ ହେଲା କରୋନା ନିୟମକୁ ସମସ୍ତେ ନିଷ୍ଠାର ସହ ମାନିବା ଦରକାର । ନହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ,’’ କହିଛନ୍ତି ସ୍ବାସ୍ଥ୍ୟ ପରିଚାଳନା ବିଶେଷଜ୍ଞ ଭାରତ ବେହେରା ।
ଚଳିତ ବର୍ଷ ମାର୍ଚ୍ଚ ମାସ ୧୫ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ପଜିଟିଭ୍ ବ୍ୟକ୍ତି । ଆଉ ଗତ ଅଢେଇ ମାସ ଭିତରେ ଏହି ସଂଖ୍ୟା ୧,୫୦୦ ଟପିଥିବା ବେଳେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।