ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା କରୋନା ଭାଇରସ୍: ୩,୬୮୨ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୭୫

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୮୫ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୫୯ ଜଣଙ୍କ ଜୀବନ ନେଲାଣି ଏହି କିଲର୍ ଭାଇରସ ।

ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା କରୋନା ଭାଇରସ୍: ୩,୬୮୨ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୭୫
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 28, 2020, 2:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩,୬୮୨ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୨,୨୪୧ ଜଣ ଅଛନ୍ତି ଓ ବାକି ୧,୪୪୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।

ଖୋର୍ଦ୍ଧାରୁ ସର୍ବାଧିକ ୭୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୪୯୫ ଜଣ ଓ କଟକରୁ ୩୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୭୨, ଗଞ୍ଜାମରୁ ୧୭୪, ବରଗଡ଼ରୁ ୧୫୨, କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮, ପୁରୀରୁ ୧୧୫, ନୟାଗଡ଼ରୁ ୧୦୯, ଯାଜପୁରରୁ ୮୮, ବାଲେଶ୍ବରରୁ ୮୭ ଓ ମାଲକାନଗିରିରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୬୮, ଢେଙ୍କାନାଳରୁ ୬୧, କେନ୍ଦୁଝରରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୬୫,୩୨୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୮୩୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ା, ବରଗଡ଼, ବଲାଙ୍ଗିର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୮୫ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୫୯ ଜଣଙ୍କ ଜୀବନ ନେଲାଣି ଏହି କିଲର ଭାଇରସ ।

ଏହା ବି ପଢ଼ନ୍ତୁ | NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ୧,୦୫୭ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏଥି ସହିତ ଦେଶରେ ଦିନକରେ ସର୍ବାଧିକ ୭୭,୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରେ ଘଟିଥିବା ମୃତ୍ୟୁ ସଂଖ୍ୟା ୬୧,୫୨୯ରେ ପହଞ୍ଚିଛି । ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୦କୁ ବୃଦ୍ଧି ପାଇଛି ।



ଏ ପର୍ଯ୍ୟନ୍ତ ଦେଶରେ ସୁସ୍ଥ ହେଲେଣି ୨୫ ଲକ୍ଷ ୮୩ ହଜାର ୯୪୮ କରୋନା ରୋଗୀ । ୭ ଲକ୍ଷ ୪୨ ହଜାର ୨୩ ଜଣ କରୋନା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୩୫୫ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ୧୪୧, ତାମିଲନାଡୁରେ ୧୦୯ ଓ ଆନ୍ଧ୍ର ପ୍ରଦେଶରେ ୯୨ ଜଣଙ୍କ ମୃତ୍ୟୁ ହୋଇଛି ।
Published by: Anand Shankar Thankur Das
First published: August 28, 2020, 2:25 PM IST
corona virus btn
corona virus btn
Loading