ଦେଶରେ ରେକର୍ଡ଼ ଭାଙ୍ଗିଲା କରୋନା: ଗୋଟେ ଦିନରେ ବାହାରିଲେ ୮ ହଜାରରୁ ଅଧିକ ଆକ୍ରାନ୍ତ

କରୋନା ସଂକ୍ରମଣରେ ଦେଶରେ ଏ ଯାଏଁ ୫,୧୬୪ ଜଣ ଲୋକଙ୍କ ଜୀବନ ଗଲାଣି । ମହାରାଷ୍ଟ୍ରରେ ସର୍ବାଧିକ ୨,୧୯୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେଠି ୨୪ ଜଣ ପୋଲିସ କର୍ମୀଙ୍କ କରୋନାରେ ମୃତ୍ୟୁ ହେଲାଣି । ଆହୁରି ୯୧ ଜଣ ପୋଲିସ କର୍ମୀ ସଂକ୍ରମିତ ହୋଇଛନ୍ତି ।

ଦେଶରେ ରେକର୍ଡ଼ ଭାଙ୍ଗିଲା କରୋନା: ଗୋଟେ ଦିନରେ ବାହାରିଲେ ୮ ହଜାରରୁ ଅଧିକ ଆକ୍ରାନ୍ତ
ମୁମ୍ବାଇରେ ପୋଲିସ କର୍ମୀଙ୍କୁ ସାନିଟାଇଜ୍ କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଭୟାନକ ରୂପ ଧାରଣ କରୁଛି କରୋନା ଭାଇରସ୍‌ ମହାମାରୀ । ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା ଭାଇରସ୍‌ ସଂକ୍ରମଣ । ଗୋଟିଏ ଦିନରେ ଏ ଯାଏଁ ସର୍ବାଧିକ ୮,୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୯୩ ଜଣଙ୍କର ଜୀବନ ନେଇଛି ଏହି ମାରାତ୍ମକ ମହାରାରୀ । ଏଥି ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୦୦ ପାର୍‌ କରିଛି ।

କରୋନା ଭାଇରସର ମୁକାବିଲା ପାଇଁ ଲଗାଯାଇଥିବା ଲକ୍‌ଡାଉନ୍‌ ୪.୦ର ଆଜି ଶେଷ ଦିନ । ହେଲେ ଏବେ ବି ପ୍ରତି ଦିନ ରେକର୍ଡ ମାତ୍ରାରେ ବୃଦ୍ଧି ହେଉଛି ସଂକ୍ରମିତଙ୍କ ସଂଖ୍ୟା । ବଢୁଥିବା କରୋନା ସଂକ୍ରମଣ ଭିତରେ ଦେଶକୁ ପୁଣି ଥରେ ଟ୍ରାକକୁ ଆଣିବାକୁ କେନ୍ଦ୍ର ସରକାର ୬୮ ଦିନର ଲକଡାଉନ ପରେ ପର୍ଯ୍ୟାୟକ୍ରମେ ଲକଡାଉନ୍‌ ଖୋଲିବାର ଘୋଷଣା କରିଛନ୍ତି । କିନ୍ତୁ ଲଗାତାର ବଢ଼ିଚାଲିଛି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮,୩୮୦ ନୂଆ ସଂକ୍ରମିତ, ଯାହା ଏ ଯାଏଁ ଗୋଟିଏ ଦିନରେ ସର୍ବାଧିକ । ଏଥି ସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସ୍ଥିତି ସବୁ ଠାରୁ ଚିନ୍ତାଜନକ ରହିଛି । ସେଠାରେ ଏ ଯାଏଁ ୨୪ ଜଣ ପୋଲିସ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟା ଭିତରେ ଆହୁରି ୯୧ ଜଣ ପୋଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

ମୁମ୍ବାଇରେ ଏକ ହସପିଟାଲ ବାହାରର ଦୃଶ୍ୟ ।


କରୋନା ଭାଇରସ୍‌ ଦ୍ବାରା ପ୍ରଭାବିତ ଦେଶଙ୍କ ମଧ୍ୟରେ ସାରା ବିଶ୍ବରେ ନବମ ସ୍ଥାନରେ ଅଛି ଭାରତ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଏବେ ଦେଶରେ ୮୯,୯୯୫ ଜଣ ଲୋକ ଚିକିତ୍ସାଧୀନ ଥିବାବେଳେ ୮୬,୯୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭାରତରେ ଆରୋଗ୍ୟ ହାର ହେଉଛି ୪୭.୭୫ ପ୍ରତିଶତ ।

ଗତ ୨୪ ଘଣ୍ଟା ଭିତରେ ୧୯୩ ଲୋକଙ୍କର ଜୀବନ ନେଇଛି ମାରାତ୍ମକ ମହାମାରୀ । ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୯୯, ଗୁଜରାଟରୁ ୨୭, ଦିଲ୍ଲୀରୁ ୧୮, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ ଲୋକଙ୍କର ଜୀବନ ଯାଇଛି ।

ମହାରାଷ୍ଚ୍ର ତଳକୁ ତାମିଲ ନାଡୁରେ ସର୍ବାଧିକ ୨୧,୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଜରାଟରେ ୧୬,୩୪୩ ଜଣ ସଂକ୍ରମିତ ହୋଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ବି ଗୁରୁତର ରହିଛି କରୋନା ସ୍ଥିତି ।

ଦେଶରେ ଏ ଯାଏଁ କରୋନା ସଂକ୍ରମଣରେ ୫,୧୬୪ ଜଣ ଲୋକଙ୍କ ଜୀବନ ଗଲାଣି । ମହାରାଷ୍ଟ୍ରରେ ସର୍ବାଧିକ ୨,୧୯୭, ଗୁଜରାଟରେ ୧,୦୦୭, ଦିଲ୍ଲୀରେ ୪୧୬, ମଧ୍ୟ ପ୍ରଦେଶରେ ୩୪୩ ଓ ପଶ୍ଚିମ ବଙ୍ଗରେ ୩୦୯ ଜଣଙ୍କର ଜୀବନ ନେଇଛି କୋରୋନା । ମହାରାଷ୍ଟ୍ରରେ ଏ ଯାଏଁ ସର୍ବାଧିକ ୬୫,୧୬୮ ଜଣ ସଂକ୍ରମିତ ହୋଇଛନ୍ତି ।  ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୯୧ ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 31, 2020, 8:41 PM IST
corona virus btn
corona virus btn
Loading