Covid-19: ଏ ମାସରେ ସବୁ ରାଜ୍ୟକୁ ମିଳିବ ୨ କୋଟି ଏକ୍ସଟ୍ରା ଡୋଜ୍; ଶିକ୍ଷକଙ୍କ ଟିକାକରଣ ଉପରେ ଗୁରୁତ୍ବ

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୬୦ କୋଟି ଟିକା ଡୋଜ ଦିଆଯାଉଛି। ଅତିକମରେ ୫୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆ ସରିଛି । ବିଶେଷ କଥା ହେଉଛି ଗତ ୧୯ ଦିନ ମଧ୍ୟରେ ୧୦୦ ମିଲିୟନ୍ ଡୋଜ ଟିକା ଦିଆଯାଇଛି।

ଏ ମାସରେ ସବୁ ରାଜ୍ୟକୁ ମିଳିବ ୨ କୋଟି ଏକ୍ସଟ୍ରା ଡୋଜ୍

ଏ ମାସରେ ସବୁ ରାଜ୍ୟକୁ ମିଳିବ ୨ କୋଟି ଏକ୍ସଟ୍ରା ଡୋଜ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦୀର୍ଘ ଦିନ ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଖୋଲିଛି । ଏଥି ପାଇଁ ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ମାସରେ ରାଜ୍ୟମାନଙ୍କୁ ୨ କୋଟି କରୋନା ଟିକାର ଅତିରିକ୍ତ ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ବୁଧବାର ଏହି ସୂଚନା ଦେଇଥିଲେ। ଏଥି ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ ଶିକ୍ଷକ ଦିବସ ଅର୍ଥାତ୍ ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଏହି ଟିକା ଦିଆଯାଉ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୬୦ କୋଟି ଟିକା ଡୋଜ ଦିଆଯାଉଛି। ଅତିକମରେ ୫୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆ ସରିଛି । ବିଶେଷ କଥା ହେଉଛି ଗତ ୧୯ ଦିନ ମଧ୍ୟରେ ୧୦୦ ମିଲିୟନ୍ ଡୋଜ ଟିକା ଦିଆଯାଇଛି।

ମନସୁଖ ମାଣ୍ଡଭ୍ୟା ଟ୍ୱିଟ୍ କରି କହିଛନ୍ତି, ‘‘ଏହି ମାସରେ ପ୍ରତ୍ୟେକ ରାଜ୍ୟକୁ ଟିକା ଯୋଗାଇବା ଯୋଜନାରେ ୨ କୋଟିରୁ ଅଧିକ ଟିକା ଉପଲବ୍ଧ ହେଉଛି। ସେପ୍ଟେମ୍ବର ୫ ଦିନ ପାଳନ କରାଯାଉଥିବା ଶିକ୍ଷକ ଦିବସ ପୂର୍ବରୁ ସମସ୍ତ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ ଟିକାକରଣ କରିବାକୁ ଚେଷ୍ଟା କରିବାକୁ ଆମେ ସମସ୍ତ ରାଜ୍ୟକୁ ଅନୁରୋଧ କରିଛୁ।’’

ଅଗଷ୍ଟ ୨୭ ରୁ ୩୧ ମଧ୍ୟରେ ରାଜ୍ୟମାନଙ୍କୁ ୨ କୋଟି ଅତିରିକ୍ତ ଟିକା ଦିଆଯିବ। ବିଦ୍ୟାଳୟର ପିଲା ଓ ଶିକ୍ଷକମାନଙ୍କ ପାଇଁ ଏହା ଏକ ଆରାମଦାୟକ ଖବର । ଗତ ବର୍ଷ ମାର୍ଚ୍ଚରୁ ସାରା ଦେଶରେ ସ୍କୁଲ ବନ୍ଦ ରହିଥିଲା। ଏହି ସମୟରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଟିକା ଅଭିଯାନର ସ୍ଥିତି ସମ୍ପର୍କରେ ରାଜ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି। ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ତୁରନ୍ତ ଟିକାକରଣ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟାଙ୍କ ଅନୁଯାୟୀ, ଭାରତରେ ପ୍ରଥମ ୧୦ କୋଟି ଲଗାଇବାରେ ୮୫ ଦିନ, ୨୦ କୋଟି ଟିକା ଲଗାଇବାରେ ୪୫ ଦିନ, ୩୦ କୋଟି ଟିକା ଲଗାଇବାରେ ୨୯ ଦିନରୁ, ୪୦ କୋଟି ଟିକା ଲଗାଇବାରେ ୨୪ ଦିନ ଓ ୫୦ କୋଟି ଟିକା ଦେବା ପାଇଁ ୨୦ ଦିନ ଲାଗିଥିଲା । ବର୍ତ୍ତମାନ ୬୦ କୋଟି ଟିକାକରଣ ଶେଷ କରିବାକୁ ୧୯ ଦିନ ଲାଗିଛି ।
Published by:Lipina Das
First published: