News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଏବେ କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ତୃତୀୟ ଲହର (Corona Third Wave) ଆସିବାର ସମ୍ଭାବନା ଅଛି ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଯଦି ଲୋକେ ସାବଧାନତା ଅବଲମ୍ବନ ନ କରନ୍ତି ଓ କରୋନା ନିୟମ ପାଳନ ନ କରନ୍ତି, ତେବେ କରୋନାର ତୃତୀୟ ଲହର ଜଲଦି ଆସିପାରେ । ଆଇଆଇଟିର (IIT) ବୈଜ୍ଞାନିକମାନେ ବି ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି । ଏପରି ପରିସ୍ଥିତିରେ ଅଭିଭାବକମାନେ ନିଜ ପିଲାମାନଙ୍କ ପାଇଁ ଚିନ୍ତିତ ଅଛନ୍ତି ।
କରୋନାର ପୂର୍ବ ଲହରରେ ପିଲାମାନେ ବି ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। କେବଳ ଏତିକି ନୁହେଁ, ପିଲାମାନଙ୍କଠାରେ ପୋଷ୍ଟ କୋଭିଡ୍ ପ୍ରଭାବ (Post Covid Effect) ଆକାରରେ ଅନ୍ୟାନ୍ୟ କେତେକ ରୋଗ ବି ଦେଖାଯାଇଛି । ତଥାପି ଲୋକଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ କରୋନାରେ ପୀଡି଼ତ ହେବା ପରେ ପିଲାମାନଙ୍କ ମଧ୍ୟରେ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ରହିପାରେ କି? କରୋନା ପିଲାମାନଙ୍କର ଫୁସଫୁସ (lungs) ପରି ମସ୍ତିଷ୍କକୁ ବି ପ୍ରଭାବିତ କରେ କି?
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘ମାରିବି ଓ ମରିବି’: ଭୁବନେଶ୍ୱରରେ ବିବାହିତା ପୂର୍ବ ପ୍ରେମିକାକୁ ହତ୍ୟା କରିବା ଆଗରୁ ଲେଖିଥିଲା ଯୁବକଦିଲ୍ଲୀ ଅଲ୍-ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର (AIIMS) ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର୍ ରାକେଶ ଲୋଢା କହିଛନ୍ତି ଯେ ପିଲାମାନଙ୍କଠାରେ କୋଭିଡ ସଂକ୍ରମଣ ଲକ୍ଷଣହୀନ ଭାବେ ବା ଅତି ସାମାନ୍ୟ ଲକ୍ଷଣ ସହିତ ଦେଖିବାକୁ ମିଳିଛି । ବହୁତ କମ୍ ଘଟଣା ଘଟିଛି ଯେଉଁଥିରେ ଏହା ପିଲାମାନଙ୍କ ଉପରେ ଗୁରୁତର ପ୍ରଭାବ ପକାଇଛି । ଅଳ୍ପ ପ୍ରତିଶତ ସଂକ୍ରମିତ ପିଲାଙ୍କଠାରେ କୋଭିଡର ଭୟଙ୍କର ଲକ୍ଷଣ ଦେଖାଯାଏ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆକାଶବାଣୀ... ଖବର ପଢ଼ୁଛନ୍ତି... ନା, ଆଉ ଖବର ପଢ଼ିବେନି ଉପେନ୍ଦ୍ର କୁମାର ପାହାଡ଼ ସିଂ‘‘ଭୟଙ୍କର କରୋନା ଲକ୍ଷଣ ସମୟରେ ମଧ୍ୟ ସଂକ୍ରମିତ ପିଲାମାନଙ୍କର ଫୁସଫୁସରେ ସଂକ୍ରମଣର ପ୍ରଭାବ ଅଧିକ ଦେଖାଯାଇଥିଲା । ମସ୍ତିଷ୍କ ଉପରେ ମଧ୍ୟ ଏହି ସଂକ୍ରମଣର ପ୍ରଭାବ ପଡ଼ିପାରେ । ଏହା ଫଳରେ ପିଲାମାନଙ୍କ ମାନସିକ ସନ୍ତୁଳନ ବି ବିଗିଡ଼ିପାରେ । ଏହାର କାରଣ ହେଉଛି କରୋନା ସଂକ୍ରମଣ ଯୋଗୁଁ ଫୁସଫୁସ୍ ଖୁବ୍ ପ୍ରଭାବିତ ହୁଏ ଓ ମସ୍ତିଷ୍କକୁ ଅମ୍ଳଜାନ (oxygen) ଯୋଗାଣ ବ୍ୟାହତ ହୁଏ । ସେଇଥି ପାଇଁ ମସ୍ତିଷ୍କରେ କ୍ଷତି ହୁଏ,’’ କହିଛନ୍ତି ଡଃ ଲୋଢା ।
ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ଓଡ଼ିଶା ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେଡାକ୍ତରମାନେ କହିଛନ୍ତି ଯେ କୋଭିଡ୍ ଉଭୟ ପରୋକ୍ଷରେ ଓ ପ୍ରତ୍ୟକ୍ଷ ଭାବରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଘରେ ଦୀର୍ଘ ସମୟ ରହିବା କିମ୍ବା ଲକଡାଉନ୍ ଯୋଗୁଁ ବାହାରକୁ ବାହାରି ନ ପାରିବା ଯୋଗୁଁ ଅନେକାଂଶରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି । ଲକଡାଉନ୍ ଯୋଗୁଁ ତ ଅନେକ ପରିବାରର ଜୀବିକା ପ୍ରଭାବିତ ହୋଇଛି । ଏହା ପିଲାମାନଙ୍କର ସାଧାରଣ ପ୍ରତିପୋଷଣକୁ ବି ପ୍ରଭାବିତ କରିଛି ।
କରୋନା ସଂକ୍ରମଣ ଯୋଗୁଁ ଯେଉଁ ଗୁରୁତର ଆର୍ଥିକ ଓ ସାମାଜିକ କ୍ଷତି ଘଟିଛି ତାହା ପିଲାମାନଙ୍କୁ ପ୍ରଭାବିତ କରିଛି । ଏହା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ପିଲାମାନେ କରୋନାରେ ପୀଡି଼ତ ହୁଅନ୍ତୁ କି ନାହିଁ ଏହି ମହାମାରୀ ପିଲାମାନଙ୍କ ମନକୁ ପ୍ରଭାବିତ କରିଛି ବୋଲି କହିଛନ୍ତିସ ବିଶେଷଜ୍ଞମାନେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।