ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»COVID-19 2nd Wave: କରୋନା ଦ୍ୱିତୀୟ ଲହର ଥମିବାର ଲକ୍ଷଣ; ସପ୍ତାହ ସାରା କ୍ରମାଗତ ହ୍ରାସ ପାଇଲା ମାମଲା ସଂଖ୍ୟା

COVID-19 2nd Wave: କରୋନା ଦ୍ୱିତୀୟ ଲହର ଥମିବାର ଲକ୍ଷଣ; ସପ୍ତାହ ସାରା କ୍ରମାଗତ ହ୍ରାସ ପାଇଲା ମାମଲା ସଂଖ୍ୟା

COVID-19 2nd Wave: ସରକାର କହିଛନ୍ତି ଯେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬,୭୩,୮୦୨ କୁ ହ୍ରାସ ପାଇଛି, ଯାହା ମୋଟ ମାମଲାର ୧୫.୦୭ ପ୍ରତିଶତ ଅଟେ ।

COVID-19 2nd Wave: କରୋନା ଦ୍ୱିତୀୟ ଲହର ଥମିବାର ଲକ୍ଷଣ; ସପ୍ତାହ ସାରା କ୍ରମାଗତ ହ୍ରାସ ପାଇଲା ମାମଲା ସଂଖ୍ୟା
ସପ୍ତାହରେ କ୍ରମାଗତ ହ୍ରାସ ପାଇଲା ମାମଲା ସଂଖ୍ୟା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଆଜିକାଲି ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ୩ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁର ଶିକାର ହେଉଛନ୍ତି । ଏହା ବ୍ୟତୀତ ପ୍ରତିଦିନ ୩ ହଜାରରୁ ଅଧିକ ଲୋକ ମରୁଛନ୍ତି କିନ୍ତୁ ଏସବୁ ମଧ୍ୟରେ ଏକ ଆଶ୍ବସ୍ତିର ଖବର ହେଉଛି ଯେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଟିକେ କମ୍ ହୋଇଥିବାର ନଜର ଆସୁଛି । ତଥ୍ୟ ଅନୁଯାୟୀ ୭ ଦିନ ମଧ୍ୟରେ ହାରାହାରି କରୋନା ମାମଲାରେ ହ୍ରାସ ଘଟିଛି । ଏହା ବ୍ୟତୀତ ପଜିଟିଭିଟି ହାର ମଧ୍ୟ ୨୦ ପ୍ରତିଶତ ହ୍ରାସ ପାଇଛି । ଆହୁରି ମଧ୍ୟ ଏହି ଅବଧିରେ ସକ୍ରିୟ ମାମଲା ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ହ୍ରାସ ପାଇଛି ।

କରୋନା ମାମଲାର ଆକଳନକୁ ଦେଖିଲେ ଏହା ଦର୍ଶାଏ ଯେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ହ୍ରାସ ପାଇନାହିଁ । ତେବେ ଗତ ଦୁଇ ଦିନ ମଧ୍ୟରେ ହାରାହାରି ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ ଘଟିଛି । ଶନିବାର ଦିନ ପୁଣି ଥରେ ମୃତ୍ୟୁସଂଖ୍ୟା ୪ ହଜାର ଅତିକ୍ରମ କରିଛି ।

ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି
ଭାରତର ଗ୍ରାମାଞ୍ଚଳରେ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି । ଏହା ବ୍ୟତୀତ ଏଠାରେ କରୋନା ଟେଷ୍ଟ ମଧ୍ୟ ହ୍ରାସ ପାଉଛି । ଏଭଳି ପରିସ୍ଥିତିରେ ଦ୍ୱିତୀୟ ଲହର ପ୍ରକୋପ କମୁଛି ନିଶ୍ଚିତ ଭାବରେ କୁହାଯାଇପାରିବ ନାହିଁ । କିନ୍ତୁ ତଥ୍ୟରୁ ନିଶ୍ଚିତ ଭାବରେ ଭଲ ସଙ୍କେତ ଅଛି । ଯଦି ଆପଣ ଗତ ୭ ଦିନର ହାରାହାରି ମାମଲାକୁ ଦେଖନ୍ତି, ତେବେ ଏହା ପ୍ରାୟ ୫୦ ହଜାର ହ୍ରାସ ପାଇଛି । ମେ ୮, ୩.୯୧ ଲକ୍ଷ ମାମଲା ରିପୋର୍ଟ ହୋଇଥିଲା ଯାହା ଶନିବାର ଦିନ ୩.୫୪ ଲକ୍ଷକୁ ଖସି ଆସିଥିଲା ।

ପଜିଟିଭ ହାରରେ ମଧ୍ୟ ହ୍ରାସ
କରୋନାର ଦ୍ୱିତୀୟ ଲହର ଥମିବାର ସଂକେତ ପଜିଟିଭ ହାରରୁ ମଧ୍ୟ ମିଳୁଛି । ଗତ ୭ ଦିନରେ ପଜିଟିଭ ହାରରେ ମଧ୍ୟ ହ୍ରାସ ପରିଲିକ୍ଷିତ ହୋଇଛି । ୮ ରୁ ୧୪ ମେ ମଧ୍ୟରେ, ପଜିଟିଭ ହାର ୧୯.୫% ଥିଲା । ଯେତେବେଳେ କି ଏହା ପୂର୍ବ ସପ୍ତାହରେ ଏହି ହାର ୨୨.୪% ଥିଲା । ଅର୍ଥାତ୍ ଏହା ପ୍ରାୟ ୩ ପ୍ରତିଶତ ହ୍ରାସ ରେକର୍ଡ କରିଛି । ବିଶେଷ କଥା ହେଉଛି ଗତ କିଛି ଦିନ ମଧ୍ୟରେ କରୋନା ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି
ସରକାର କହିଛନ୍ତି ଯେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬,୭୩,୮୦୨ କୁ ହ୍ରାସ ପାଇଛି । ଯାହାକି ମୋଟ ମାମଲାର ୧୫.୦୭ ପ୍ରତିଶତ ଅଟେ । ଲୋକଙ୍କ ପୁନରୁଦ୍ଧାରର ହାର ୮୩.୮୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ଟି ରାଜ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ଓ ଦିଲ୍ଲୀ, ଛତିଶଗଡ଼, ଦାମନ ଆଣ୍ଡ ଡିୟୁ, ହରିୟାଣା ଓ ମଧ୍ୟ ପ୍ରଦେଶରେ ଏହି ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି ।
Published by: Jagdish Barik
First published: May 16, 2021, 10:45 AM IST