କୋରୋନା ଭାଇରସକୁ ସ୍ବାସ୍ଥ୍ୟ ଏମରଜେନ୍ସି ଘୋଷଣା କରାଯାଇପାରେ: WHO ଡାକିଲା ଜରୁରୀ କାଳୀନ ବୈଠକ

୩୧ ଡିସେମ୍ବରରେ ପ୍ରଥମ ଥର ପାଇଁ ଏହି ଭାଇରସ ସମ୍ପର୍କରେ ଜଣା ପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଏହି ଭାଇସରରେ ୧୬୯ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

କୋରୋନା ଭାଇରସକୁ ସ୍ବାସ୍ଥ୍ୟ ଏମରଜେନ୍ସି ଘୋଷଣା କରାଯାଇପାରେ: WHO ଡାକିଲା ଜରୁରୀ କାଳୀନ ବୈଠକ
ଚୀନର ଏକ ଏୟାରପୋର୍ଟରେ ଯାତ୍ରୀମାନେ ବିମାନକୁ ଅପେକ୍ଷା କରିବା ବେଳେ ମାସ୍କ ପିନ୍ଧିଛନ୍ତି
  • News18 Odia
  • Last Updated: January 30, 2020, 10:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜେନେଭା: ଚୀନରେ କୋରୋନା ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏହି ଭାଇରସ ଏବେ ବିଶ୍ବର ଅନେକ ଦେଶକୁ ବ୍ୟାପିବାରେ ଲାଗିଛି । ଏହାକୁ ଆଖିଆଗରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ବୈଠକ ଡାକିଛି । ଚୀନରେ ଏହି ଭାଇରସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୯ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନାମ ଘେବ୍ରେସସ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜୀନପିଙ୍ଗଙ୍କୁ ଭେଟିଥିଲେ । ସେଠାରୁ ଫେରିବା ପରେ କହିଛନ୍ତି ଯେ, ଚୀନରୁ ବାହାରକୁ ବ୍ୟାପୁଥିବା ଏହି ଭାଇରସ ପାଇଁ ବୈଠକ ଜରୁରୀ ହୋଇପଡ଼ିଛି ।

ଟେଡ୍ରୋସ ଟୁଇଟରରେ ଲେଖିଛନ୍ତି ‘‘ ମୁଁ କୋରୋନା ଭାଇରସ ପ୍ରସାରକୁ ନେଇ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ରେଗୁଲାନ୍ସ ଏମରଜେନ୍ସି ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି । ଏହି ଭାଇରସ ସମ୍ପର୍କରେ ଆସୁଥିବା ଲୋକମାନଙ୍କ ଭିତରେ ଛୋଟ ମୋଟ ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ଏହି ରୋଗ ଅଧିକ ଭାବେ ହେଉଥିବା ଦେଖିବାକୁ ମିଳୁଛି । ନିମୋନିଆ ଏବଂ ସ୍ବାସକ୍ରିୟାରେ ସମସ୍ୟ ଦେଖିବାକୁ ମିଳୁଛି । ୩୧ ଡିସେମ୍ବରରେ ପ୍ରଥମ ଥର ପାଇଁ ଏହି ଭାଇରସ ସମ୍ପର୍କରେ ଜଣା ପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଏହି ଭାଇସରରେ ୧୬୯ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପ୍ରଥମେ ଚୀନର ବୁହାନ ପ୍ରଦେଶରେ ଏହି ଭାଇରସର  ପ୍ରସାର ହୋଇଥିଲା ।

ଜର୍ମାନୀ ଏବଂ ଜାପାନ ଏହି  ଭାଇରସର ଲୋକଙ୍କଠୁ ଲୋକଙ୍କୁ ଡେଇଁଥାଏ ବୋଲି କହିଥିଲେ । WHO ଏହାକୁ ନେଇ ଗତ ସପ୍ତାହରେ  ଜରୁରୀକାଳୀନ ବୈଠକ କରିଥିଲା । ଏଥିରେ ଏହି ଭାଇରସକୁ  ଅଧିକ ମାରାତ୍ମକ  ନକହି ମଧ୍ୟମ ମାରାତ୍ମକ ବୋଲି କହିଥିବାରୁ ଟେଡ୍ରୋସ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ।

 
First published: January 30, 2020, 10:05 AM IST
corona virus btn
corona virus btn
Loading