News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଟିକା କିପରି ପ୍ରସ୍ତୁତ ହେବ ? ଏହାକୁ କିପରି ବଣ୍ଟନ କରାଯିବ ? ଆଜି ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ (Dr VK Paul) ଙ୍କ ଅଧ୍ୟକ୍ଷତାରେ କରୋନା ଭୁତାଣୁ ଟିକା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଟିକା ସହ ଜଡ଼ିତ ସମସ୍ତ ଦିଗ ଉପରେ ଆଲୋଚନା କରାଯିବ। ଏହି କମିଟି କରୋନା ଟିକା ବନାଉଥିବା ସବୁ ଉତ୍ପାଦନକାରୀ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବ। ରୁଷିଆ କରୋନାଭାଇରସ୍ (Coronavirus) ଟିକା ଘୋଷଣା ହେବା ପରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଭାରତରେ ଏହି କରୋନା ଟିକା ଉପରେ କାର୍ଯ୍ୟ ଚାଲିଛି । କୋଭିଡ -୧୯ ର ଦୁଇଟି ସମ୍ଭାବ୍ୟ ଟିକା ଉପରେ ମାନବ କ୍ଲିନିକାଲ ପରୀକ୍ଷା ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି ଓ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ବାୟୋଟେକ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ (ICMR) ଓ ଫାର୍ମା କମ୍ପାନୀ ଜିଡ଼ସ୍ କ୍ୟାଡିଲା ଲିମିଟେଡ୍ (Zydus Cadila Limited) ସହଯୋଗରେ ଭାରତ କରୋନା ଟିକା ବିକଶିତ କରୁଛି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India) ଓ ଅକ୍ସଫୋର୍ଡ ୟୁନିଭରସିଟି (Oxford University) ଦ୍ୱାରା ମିଳିତ ଭାବେ ବିକଶିତ କୋଭିଡ଼-19 ପାଇଁ ଏକ ସମ୍ଭାବ୍ୟ ଟିକାର ଦ୍ୱିତୀୟ ଓ ତୃତୀୟ ମାନବ କ୍ଲିନିକାଲ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲାଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!CNBC-TV18 ସହିତ କଥାବାର୍ତ୍ତା କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (Serum Institute of India) ସିଇଓ ଅଦାର ପୁନାୱାଲା (Adar Poonawala) କହିଛନ୍ତି ଯେ ''ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଜୀବାଣୁ ଟିକା ପାଇବାକୁ ଆମେ ଆଶା କରୁଛୁ। ଦୁଇ ମାସ ମଧ୍ୟରେ ଆମେ ଏହି ଟିକା ମୂଲ୍ୟ ଘୋଷଣା କରିବୁ''।
ଟିକାର ଦାମ୍ କେତେ ହେବ?ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India) ମଧ୍ୟ କରୋନା ଭୁତାଣୁ ଟିକାର ୧୦୦ ମିଲିୟନ୍ ଡୋଜ ଉତ୍ପାଦନ ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ (Bill & Melinda Gates Foundation) ଓ ଗାଭି (Gavi) ସହିତ ଚୁକ୍ତି କରିଛି । ଏହା ଅଧୀନରେ କମ୍ପାନୀ ୨୨୫ ଟଙ୍କା କିମ୍ବା ୩ ଡ଼ଲାରରେ ଭାରତ ସମେତ ଅନ୍ୟ ଗରିବ ତଥା ବିକାଶଶୀଳ ଦେଶମାନଙ୍କୁ କରୋନା ଭୁତାଣୁ ଟିକା ପ୍ରଦାନ କରିବ। ଏହି ଟୀକାକରଣର ଅନ୍ତିମ ଦାମ୍ ଆସନ୍ତା ଦୁଇ ମାସ ପରେ ସ୍ଥିର ହେବ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।