News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସର (Coronavirus) ସମ୍ଭାବ୍ୟ ତୃତୀୟ ତରଙ୍ଗର ଭୟ ମଧ୍ୟରେ ପିଲାମାନଙ୍କ ପାଇଁ ଟିକା (Vaccine for Children) ଉପରେ ଚାଲିଥିବା ଟ୍ରାଏଲକୁ ନେଇ ଏକ ଭଲ ଖବର ଆସିଛି । ‘ଇଣ୍ଡିଆ ଟୁଡେ’ର ଏକ ରିପୋର୍ଟ ଅନୁଯାୟୀ ଏହି ଟ୍ରାଏଲରେ ସାମିଲ୍ ଥିବା ଛଅରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଆସନ୍ତା ସପ୍ତାହ ସୁଦ୍ଧା କୋଭାକ୍ସିନ୍ ଟିକାର (Covaxin) ଦ୍ୱିତୀୟ ଡୋଜ୍ ଦିଆଯାଇପାରେ ।
ଭାରତ ବାୟୋଟେକ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକାର ଟ୍ରାଏଲ୍ ଏବେ AIIMSରେ ଚାଲିଛି । ଏହି ପରୀକ୍ଷଣରେ ଭାଗ ନେଇଥିବା ଛଅରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ପ୍ରଥମ ଡୋଜ୍ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି ପରୀକ୍ଷଣରେ ସାମିଲ୍ ଥିବା ଦୁଇରୁ ଛଅ ବର୍ଷ ବୟସର ପିଲାମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ।
ଏହା ବି ପଢ଼ନ୍ତୁ | ‘‘ମୁଁ ଗଲି ଭାତ ବାଢ଼ିବାକୁ, ଆସିଲା ବେଳକୁ ସେ ଜଳୁଛନ୍ତି’’: ଏତେ ସରଳ ଥିଲା କି ACF ସୌମ୍ୟଙ୍କ ମୃତ୍ୟୁ?ଏହା ପୂର୍ବରୁ ଦିଲ୍ଲୀ AIIMSର ନିର୍ଦ୍ଦେଶକ ଡକ୍ଟର୍ ରଣଦୀପ ଗୁଲେରିଆ (AIIMS director Dr Randeep Guleria) ଆଶା ପ୍ରକାଶ କରିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଏହି ଟିକା ଉପଲବ୍ଧ ହୋଇଯିବ। ସମ୍ଭାବ୍ୟ ତୃତୀୟ ତରଙ୍ଗର ଚେତାବନୀ ମଧ୍ୟରେ ମେ ୧୨ ତାରିଖରେ ସବ୍ଜେକ୍ଟ ଏକ୍ସପର୍ଟ୍ କମିଟି ପିଲାମାନଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ କରିବାକୁ ସୁପାରିଶ କରିଥିଲା । ସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏହି ପରୀକ୍ଷଣକୁ ଅନୁମୋଦନ କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେଏହି ସପ୍ତାହର ଆରମ୍ଭରେ କେନ୍ଦ୍ର ସରକାର ଦିଲ୍ଲୀ ହାଇ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କରୋନା (COVID-19) ଟିକା ଉପରେ ମାନବ ପରୀକ୍ଷଣ ଶେଷ ହେବାକୁ ଯାଉଛି । ଗୁଜୁରାଟର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା ଦ୍ୱାରା କୁହାଯାଇଛି ଯେ ୧୨ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କରୋନା ଔଷଧର ଟ୍ରାଏଲ୍ କରାଯାଇଛି ଯାହାକୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କୁ ଦିଆଯାଇପାରିବ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଖୋଲିବ ସ୍କୁଲ୍: ୨୬ ତାରିଖରୁ ଦଶମ ଓ ଦ୍ବାଦଶ କ୍ଲାସ୍ ହେବ; ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପଢ଼ାଜୁଲାଇ ୧ ତାରିଖରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା କୋଭିଡ-୧୯ ଟିକା ZyCoV-Dର ତିନୋଟି ଡୋଜର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲଙ୍କ ନିକଟରେ ଦାବି କରିଥିଲା । କମ୍ପାନୀ ଦୁଇ-ଡୋଜ୍ ଥିବା ଟିକାର ଆକଳନର ତଥ୍ୟ ଉପସ୍ଥାପନ କରିଥିଲା । ଏହି ତଥ୍ୟ ୨୮,୦୦୦ ସ୍ୱେଚ୍ଛାସେବୀମାନଙ୍କ ଉପରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଉପରେ ଆଧାରିତ ଥିଲା ।
ଏହା ବି ପଢ଼ନ୍ତୁ | ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିଆସିବା ପରେ ନବୀନ ନିଜ ମନ୍ତ୍ରୀମଣ୍ଡଳ ବିସ୍ତାର କରିବେସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭାରତରେ ଏ ପର୍ଯ୍ୟନ୍ତ ୪,୨୧,୬୬୫ଟି ସକ୍ରିୟ ମାମଲାରୁ ୩୦,୩୦,୮୪୫୬ ଜଣଙ୍କୁ ଡିସଚାର୍ଜ୍ କରାଯାଇଛି ଓ ଦେଶରେ ୪,୧୪,୧୦୮ ଜଣଙ୍କର ମୃତ୍ୟୁ ହୋଇଛି। ଟିକାକରଣ ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ଦେଶରେ ୪୦,୬୪,୮୧,୪୯୩ ଲୋକଙ୍କୁ ଟିକା ଦିଆଯାଇଛି। ଏଥି ମଧ୍ୟରୁ ୧୩,୬୩,୧୨୩ ଜଣଙ୍କୁ ରବିବାର ଟିକା ଦିଆଯାଇଥିଲା ।
ରବିବାର ଦିନ ମନ୍ତ୍ରଣାଳୟ ତରଫରୁ ଏକ ବିବୃତ୍ତିରେ କହୁଯାଇଛି ଯେ ୧୫,୭୫,୧୪୦ ଅଧିକ ଟିକା ପଠାଇବା ପ୍ରକ୍ରିୟା ଚାଲିଛି। ଏପର୍ଯ୍ୟନ୍ତ ସମସ୍ତ ଉତ୍ସରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୪୧,୯୯,୬୮,୫୯୦ ଟିକା ଉପଲବ୍ଧ କରାଯାଇଛି। ରବିବାର ସକାଳ ୮ଟା ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ନଷ୍ଟ ହୋଇଥିବା ଟିକା ସମେତ ମୋଟ ୩୯,୪୨,୯୭,୩୪୪ ଟିକା ବ୍ୟବହାର କରାଯାଇଛି । ବର୍ତ୍ତମାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ୨,୫୬,୭୧,୨୪୬ ଟିକା ଉପଲବ୍ଧ ଅଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।